Cricket

ବାଣ ଫୁଟାଇଲେ ଶିଭମ, ଘାଇଲା ହେଲେ କୋହଲି

ନୂଆଦିଲ୍ଲୀ: ଚଳିତ ଦୀପାବଳିରେ ଫ୍ୟାନ୍ସ ମାନଙ୍କୁ ବାଣ ନ ଫୁଟାଇବାକୁ ପରାମର୍ଶ ଦେଇ ଅଡ଼ୁଆରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି । ଏପରି କଲା ପରେ ତାଙ୍କୁ ସୋସିୟାଲ ମିଡିଆରେ ତୀବ୍ର ଭାବେ ଟ୍ରୋଲିଂ ର ଶିକାର ହେବାକୁ ପଡ଼ିଛି । ତାଙ୍କୁ ଟ୍ରୋଲ କରି ଦୁବାଇରେ ହୋଇଥିବା ଆତସବାଜିର ଭିଡିଓ ଭାଇରାଲ କରାଯାଇଥିଲା ।

କୋହଲି ବର୍ତ୍ତମାନ କୋହଲି ପୁଣି ଥରେ ଟ୍ରୋଲର୍ସଙ୍କ ଟାର୍ଗେଟକୁ ଆସିଛନ୍ତି । ଏପରି ହେବାର ମୂଖ୍ୟ କାରଣ ହୋଉଚି ରୟାଲ ଚ୍ୟାଲେଞ୍ଜର୍ସ ବ୍ୟାଙ୍ଗାଳୁରୁ ର ଖେଳାଳି ଶିବମ ଦୁବେ ବାଣ ଫୁଟାଇ ଦୀପାବଳି ପାଳନ କରିଥିବାର ଫଟୋ ଭାଇରାଲ ହେଇଛି । ଉକ୍ତ ଫଟୋ ଭାଇରାଲ ହେଲା ପରେ ସୋସିୟାଲ ମିଡିୟା ୟୁଜରମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ ।

ଜଣେ ଫ୍ୟାନ୍ ଲେଖିଛନ୍ତି ଯେ, ଏହି କାରଣରୁ ଆରସିବି ଟ୍ରଫି ଜିତିପାରୁ ନାହିଁ । କାରଣ ଅଧିନାୟକଙ୍କ କଥା କେହି ଶୁଣୁ ନାହାଁନ୍ତି ।

ସେହିପରି ଆଉ ଜଣେ ଯୁଜର ଲେଖିଛନ୍ତି ଯେ, କୋହଲି ଦୁବେଙ୍କୁ ଅନଫଲୋ କରିଦେଇଛନ୍ତି ।

ଏତତ୍ ବ୍ୟତୀତ ଆଉଜଣେ ଫ୍ୟାନ୍ ଲେଖିଛନ୍ତି ଯେ, ଆସନ୍ତା ବର୍ଷ ଶିବମ ଆରସିବିରେ ସାମିଲ ହେବେ ନାହିଁ । କୋହଲି ବାଣ ଫୁଟାଇବାକୁ ମନା କରୁଛନ୍ତି କିନ୍ତୁ ତାଙ୍କ ଫେଭରେଟ୍ ଅଲରାଉଣ୍ଡର ବାଣ ଫୁଟାଉଥିବା ଆଉ ଜଣେ ଫ୍ୟାନ୍ ଲେଖିଛନ୍ତି ।

Related posts

କ୍ରିକେଟରୁ ସନ୍ୟାସ ନେଲେ ଷ୍ଟେନ

Odisha Sports Bureau

ଅଧିନାୟକ ରୋହିତଙ୍କୁ ବହୁତ ପ୍ରଶଂସା କଲେ ପୂର୍ବତନ ଭାରତୀୟ ଖେଳାଳି; ବିଶ୍ୱକପ୍ ୨୦୨୪ କୁ ନେଇ ଦେଲେ ପ୍ରତିକ୍ରିୟା

Odisha Sports Bureau

WTC ଖେଳିବେ ଇଶାନ କିଶାନ୍

Odisha Sports Bureau