Cricket

ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଲେ ପାର୍ଥିବ ପଟେଲ

(ନୂଆଦିଲ୍ଲୀ): ଟିମ ଇଣ୍ଡିଆର ପୂର୍ବତନ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ପାର୍ଥିବ ପଟେଲ ବୁଧବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୧୮ ବର୍ଷର କ୍ରିକେଟ କ୍ୟାରିଅର ମଧ୍ୟରେ ସେ ଭାରତ ପାଇଁ ଟେଷ୍ଟ, ଦିନିକିଆ ଓ ଟି-ଟ୍ୱେଣ୍ଟି ଫର୍ମାଟରେ ଖେଳିଛନ୍ତି । ବର୍ତ୍ତମାନ ସେ ୩ଟି ଯାକ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ତେବେ ଆଗକୁ ଆଇପିଏଲ ଖେଳିବା ଜାରି ରଖିବେ ବୋଲି ସେ ସୂଚନା ଦେଇଛନ୍ତି । ୩୫ ବର୍ଷିୟ ପାର୍ଥିବ ଭାରତ ପାଇଁ ୨୫ଟି ଟେଷ୍ଟ, ୩୮ଟି ଦିନିକିଆ ଏବଂ ୨ଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳିଛନ୍ତି । ଘରୋଇ କ୍ରିକେଟରେ ସେ ଗୁଜୁରାଟ ପକ୍ଷରୁ ୧୯୪ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଛନ୍ତି । ମାତ୍ର ୧୭ ବର୍ଷ ବୟସରେ ୨୦୦୨ ମସିହାରେ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ସେ ଡେବ୍ୟୁ କରିଥିଲେ । ୨୦୦୪ରେ ଟିମ ଇଣ୍ଡିଆରେ ଦୀନେଶ କାର୍ତ୍ତିକ ଏବଂ ମହେନ୍ଦ୍ର ସିଂହ ଧୋନି ସାମିଲ ହେବା ପରେ ପାର୍ଥିବଙ୍କୁ ଆଉ ଖେଳିବାର ସୁଯୋଗ ମିଳିନଥିଲା । ସେ ତାଙ୍କର ଶେଷ ଟେଷ୍ଟ ୨୦୧୮ ମସିହାରେ ଜୋହାନ୍ସବର୍ଗଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିଲେ ।

Related posts

ବିଶ୍ୱ ଟେଷ୍ଟ ଚାମ୍ପିଅନ ଅଷ୍ଟ୍ରେଲିଆ

ଦକ୍ଷିଣ ଆଫ୍ରିକା ଉପରେ ଦୀପ୍ତି ଶର୍ମାଙ୍କ ‘ଡବଲ ଆକ୍ରମଣ…

Odisha Sports Bureau

କିଏ ଏହି ସୁନ୍ଦରୀ ଯାହାଙ୍କ ସହ ଆଇପିଏଲ୍ ଟ୍ରଫି ଜିତିବା ପରେ ନଜର ଆସିଲେ ଶ୍ରେୟସ୍ ଆୟର? ଭାଇରାଲ ହେଉଛି ଫଟୋ