Football

ଛୋଟ ଭୁଲ ସବୁ ସୁଧାରି ଦଳ ଭଲ ପ୍ରଦର୍ଶନ କରିବ: ଷ୍ଟୁଆର୍ଟ ବାକ୍ସଟର

(ଭୁବନେଶ୍ୱର, ମହାଭାରତ): ବାମ୍ବୋଲିମର ଜିଏମସି ଷ୍ଟାଡିୟମରେ କାଲି ଅନୁଷ୍ଠିତ ହେବାକୁ ଥିବା ଇଣ୍ଡିଆନ ସୁପର ଲିଗ ମ୍ୟାଚରେ ଓଡ଼ିଶା ଏଫସି ଦଳକୁ ଟକ୍କର ଦେବ ବାଙ୍ଗାଲୋର ଏଫସି । ଏହି ମ୍ୟାଚ ପୂର୍ବରୁ ଓଡ଼ିଶା ଏଫସିର ମୁଖ୍ୟ କୋଚ ଷ୍ଟୁଆର୍ଟ ବାକ୍ସଟର ପୂର୍ବ ମ୍ୟାଚଗୁଡିକରେ ଦଳ କରିଥିବା ଛୋଟ ଭୁଲ ସୁଧାରିବାକୁ ଚେଷ୍ଟା କରିବ ବୋଲି କହିଛନ୍ତି । ଫୁଟବଲ ଭଳି ଖେଳରେ ଛୋଟ ଭୁଲ ବି ମ୍ୟାଚକୁ ଜଟିଳ କରିଦେଇଥାଏ । ମ୍ୟାଚର ମୋଡ ବଦଳାଇ ଦେଇଥାଏ । ଏଥିପାଇଁ କାଲିର ମ୍ୟାଚରେ ଆମକୁ ଆହୁରି ଭଲ ପ୍ରଦର୍ଶନ କରିବାକୁ ପଡିବ । କାଲି ଯଦି ମ୍ୟାଚର ଗତି ବଦଳାଇବାରେ ଆମେ ସକ୍ଷମ ହେଉ ତେବେ ବିପକ୍ଷ ଦଳକୁ ମାତ ଦେବା ଆମ ପାଇଁ ସହଜ ହେବ ବୋଲି ସେ କହିଛନ୍ତି । ସେଣ୍ଟର ବ୍ୟାକ ଖେଳାଳିମାନେ ମ୍ୟାଚରେ ଦୁର୍ବଳ ପ୍ରଦର୍ଶନ କରୁଥିବା ନେଇ ପଚାରିବାରୁ ସେ କହିଛନ୍ତି ଯେ, ଗୋଲ ହାସଲ କରିବା କେବଳ ସେଣ୍ଟର ବ୍ୟାକ ଖେଳାଳିଙ୍କ ଦାୟିତ୍ୱ ବୋଲି ମୁଁ ଭାବୁନାହିଁ । ଆମେ ସମସ୍ତ ଖେଳାଳିଙ୍କ ପ୍ରଦର୍ଶନ ଉପରେ ଗୁରୁତ୍ୱ ଦେଉଛୁ । ଖେଳାଳିଙ୍କୁ ଥରେ ଟିମରେ ସାମିଲ କରିବା ପରେ ଆମେ ସେମାନଙ୍କୁ ମ୍ୟାଚ ଜିତିବା ପାଇଁ ଆତ୍ମବିଶ୍ୱାସ ଦେଇଥାଉ । ତେଣୁ କାଲିର ମ୍ୟାଚରେ ଦଳ ଛୋଟ ଭୁଲଗୁଡିକୁ ସୁଧାରି ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛୁ ।

Related posts

ଇଣ୍ଡିଆନ ସୁପର ଲିଗ୍: ହାଇଦରାବାଦ-ମୁମ୍ବାଇ ମ୍ୟାଚ୍ ଡ୍ର

Odisha Sports Bureau

ଆଇ ଲିଗ୍: ଚର୍ଚ୍ଚିଲ ବ୍ରଦର୍ସଙ୍କ ଅଜୟ ଅଭିଯାନ ଜାରି, ଗୋକୁଲମ୍ ବିପକ୍ଷରେ ମ୍ୟାଚ୍ ୧-୧ରେ ଡ୍ର

Odisha Sports Bureau

୫ରୁ ଭୁବନେଶ୍ୱରରେ ଆନ୍ତଃବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା

Odisha Sports Bureau