Shooting

ଇତିହାସ ସୃଷ୍ଟି କଲେ ସୌରଭ

(ଓଡିଶା ସ୍ପୋର୍ଟସ୍): ଭାରତୀୟ ସୁଟର ସୌରଭ ଚୌଧୁରୀ ରାଷ୍ଟ୍ରିୟ ସୁଟର ଟ୍ରାୟଲ୍ସ୍ ୧୦ ମିଟର ଏୟାର ପିସ୍ତଲ ପୁରୁଷ ବିଭାଗରେ ଟାଇଟଲ୍ ନିଜ ନାମରେ କରିଛନ୍ତି । ୧୯ ବର୍ଷିୟ ସୌରଭ ଫାଇନାଲରେ ୨୪୬.୯ ଅଙ୍କ ସହିତ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ସୌରଭ ୬୦ ସଟ୍ ର ଯୋଗ୍ୟତା ରାଉଣ୍ଡରେ ୫୯୦ ସ୍କୋର କରିଥିଲେ ଏବଂ ପରେ ସେ ଫାଇନାଲରେ ୨୪୬.୯ ସ୍କୋର ସହିତ ନିଜ ପ୍ରତିଦ୍ୱନ୍ଦିଙ୍କୁ ପଛରେ ପକାଇଥିଲେ । ସେହିପରି ଅମରପ୍ରିତ ସିଂ ୨୪୪.୫( ୫୮୦) ଦ୍ୱିତୀୟ ଏବଂ ଶିବ ନରୱାଲ୍ ୨୨୩.୩(୫୭୯) ତୃତୀୟ ସ୍ଥାନରେ ରହିଛନ୍ତି । ଫାଇନାଲ୍ସର ବିଶ୍ୱ ରେକର୍ଡ ୨୪୬.୫ ଅଙ୍କ ଅଟେ, ଯାହା ଉତ୍ତର କୋରିଆର କିମ୍ ସୋଙ୍ଗ୍ ଗୁକ୍ଙ୍କ ନାମରେ ରହିଛି ।

ସେପଟେ, ମନୁ ଭାକର ମହିଳାଙ୍କ ୧୦ ମିଟର ଏୟାର ପିସ୍ତଲ ଟ୍ରାଏଲ୍ସ୍ ରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ସେ କ୍ୱାଲିଫାଇରେ ୫୮୦ ଅଙ୍କ କରି ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି । ଏହା ପରେ ସେ ୨୩୯.୩ ଅଙ୍କ କରି ଫାଇନାଲରେ ବିଜୟୀ ହୋଇଥିଲେ । ତାମିଲ ନାଡୁର ଶ୍ରୀ ନିଭା ୨୩୮.୨(୫୭୨) ଦ୍ୱିତୀୟ ଏବଂ ଉତ୍ତର ପ୍ରଦେଶର ନେହା ୨୧୭.୪(୫୭୧) ତୃତୀୟ ସ୍ଥାନରେ ରହିଛନ୍ତି ।

This did not happen was expanded and Ace the show was in. cialis pill The comical part is empirical fact that no that the visa holder.

Related posts

ଏୟାର ରାଇଫଲ ଚାମ୍ପିଆନସିପରେ ଏଲେଭେନିଲଙ୍କୁ ସ୍ୱର୍ଣ୍ଣ

Odisha Sports Bureau

ଶୁଟିଂ ବିଶ୍ୱକପରେ ଭାଗ ନେବନି ପାକିସ୍ତାନ ଟିମ

Odisha Sports Bureau

ପିସ୍ତଲ ମିକ୍ସଡ ଟିମ ଇଭେଣ୍ଟରେ ମନୁ–ସୌରଭଙ୍କ ବିଶ୍ୱ ରେକର୍ଡ

Odisha Sports Bureau