Cricket

ଆଇପିଏଲ ଖେଳାଳୀଙ୍କୁ ମିଳିବ ଫୁଲ ଦରମା

ନୂଆଦିଲ୍ଲୀ(ଓଡ଼ିଶା ସ୍ପୋର୍ଟସ): ଆଇପିଏଲରେ କୋରୋନା ଭୂତାଣୁର କାୟା ବିସ୍ତାର ପରେ ବିସିସିଆଇ ଏହାକୁ ସ୍ଥଗିତ ରଖିଛି । ଅନେକ ସଦସ୍ୟ କୋରୋନାରେ ଆକ୍ରାନ୍ତ ହେବାରୁ ଆଇପିଏଲକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରୋକାଯାଇଛି । ଏହାପରେ ବିସିସିଆଇ, ବ୍ରଡକାଷ୍ଟ ଏବଂ ଅନ୍ୟ ସମସ୍ତଙ୍କର କ୍ଷତି ହେବାର ଆଶଙ୍କା କରାଯାଇଛି । ତେବେ ଏଥିରେ ଖେଳାଳୀମାନଙ୍କର କୈାଣସି କ୍ଷତି ହେବ ନାହିଁ ବୋଲି ଜଣା ପଡ଼ିଛି । ସେମାନଙ୍କୁ ଦରମା ଆକାରରେ ଦିଆଯିବାକୁ ଥିବା ୪୮୩ କୋଟି ଟଙ୍କା ସମ୍ପୂର୍ଣ୍ଣ ଆକାରରେ ଦିଆଯିବ । ଇନସାଇଡ ସ୍ପୋଟର୍ସ ଅନୁଯାୟୀ ଫ୍ରାଞ୍ଚାଇଜିଙ୍କ ପଲିସୀରେ ସାମିଲ ହୋଇଥାଏ ଖେଳାଳୀଙ୍କ ଦରମା । ଖେଳାଳୀ ମାନଙ୍କୁ ସେମାନଙ୍କ ଦରମା ୩ଟି ପର୍ଯ୍ୟାୟରେ ଦିଆଯାଇଥାଏ । ଟୁର୍ଣ୍ଣାମେଣ୍ଟ ସମୟରେ ପ୍ରଥମ ଏବଂ ଶେଷରେ ବାକି ଦୁଇଟି ପର୍ଯ୍ୟାୟର ଦରମା ପାଆନ୍ତି ଆଇପିଏଲ ଖେଳାଳୀ । ଚଳିତ ବର୍ଷ ଖେଳାଳୀମାନଙ୍କୁ ୪୮୩ କୋଟି ଟଙ୍କା ଦିଆଯିବାର ଥିଲା । ଦରମାର ସମସ୍ତ ଟଙ୍କା ଖେଳାଳୀମାନଭ୍କୁ ଦିଆଯିବ ବୋଲି ସୂଚନା ମିଳିଛି । ଚଳିତ ସିଜନର ମୋଟ ୬୦ ମ୍ୟାଚରୁ ୨୯ଟି ମ୍ୟାଚ ଖେଳ ସରିଥିଲାବେଳେ ଆହୁରି ୨୯ଟି ମ୍ୟାଚ ବାକି ଥିଲା । ଯାହା ଏବେ ଭାରତରେ ଅନୁଷ୍ଠିତ ହେବା ନେଇ ଆଶଙ୍କା ଦେଖା ଦେଇଛି ।

Related posts

କ୍ରିକେଟର ରିଷଭ ପନ୍ତଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇବାକୁ ସହାୟତା କରିଥିବା ବସ୍‌ ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କୁ ସମ୍ମାନିତ

Odisha Sports Bureau

ମୁମ୍ବାଇର ୱାଙ୍ଖଡେରେ ଭାରତକୁ ଭେଟିବ ଶ୍ରୀଲଙ୍କା

Odisha Sports Bureau

ଝିଅ ବିବାହରେ ଭାବ ବିହ୍ୱଳ ହେଲେ ଆଫ୍ରିଦି; ଲେଖିଲେ ଇମୋସନାଲ ପୋଷ୍ଟ

Leave a Comment