Cricket

ଆଇପିଏଲ ଖେଳାଳୀଙ୍କୁ ମିଳିବ ଫୁଲ ଦରମା

ନୂଆଦିଲ୍ଲୀ(ଓଡ଼ିଶା ସ୍ପୋର୍ଟସ): ଆଇପିଏଲରେ କୋରୋନା ଭୂତାଣୁର କାୟା ବିସ୍ତାର ପରେ ବିସିସିଆଇ ଏହାକୁ ସ୍ଥଗିତ ରଖିଛି । ଅନେକ ସଦସ୍ୟ କୋରୋନାରେ ଆକ୍ରାନ୍ତ ହେବାରୁ ଆଇପିଏଲକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରୋକାଯାଇଛି । ଏହାପରେ ବିସିସିଆଇ, ବ୍ରଡକାଷ୍ଟ ଏବଂ ଅନ୍ୟ ସମସ୍ତଙ୍କର କ୍ଷତି ହେବାର ଆଶଙ୍କା କରାଯାଇଛି । ତେବେ ଏଥିରେ ଖେଳାଳୀମାନଙ୍କର କୈାଣସି କ୍ଷତି ହେବ ନାହିଁ ବୋଲି ଜଣା ପଡ଼ିଛି । ସେମାନଙ୍କୁ ଦରମା ଆକାରରେ ଦିଆଯିବାକୁ ଥିବା ୪୮୩ କୋଟି ଟଙ୍କା ସମ୍ପୂର୍ଣ୍ଣ ଆକାରରେ ଦିଆଯିବ । ଇନସାଇଡ ସ୍ପୋଟର୍ସ ଅନୁଯାୟୀ ଫ୍ରାଞ୍ଚାଇଜିଙ୍କ ପଲିସୀରେ ସାମିଲ ହୋଇଥାଏ ଖେଳାଳୀଙ୍କ ଦରମା । ଖେଳାଳୀ ମାନଙ୍କୁ ସେମାନଙ୍କ ଦରମା ୩ଟି ପର୍ଯ୍ୟାୟରେ ଦିଆଯାଇଥାଏ । ଟୁର୍ଣ୍ଣାମେଣ୍ଟ ସମୟରେ ପ୍ରଥମ ଏବଂ ଶେଷରେ ବାକି ଦୁଇଟି ପର୍ଯ୍ୟାୟର ଦରମା ପାଆନ୍ତି ଆଇପିଏଲ ଖେଳାଳୀ । ଚଳିତ ବର୍ଷ ଖେଳାଳୀମାନଙ୍କୁ ୪୮୩ କୋଟି ଟଙ୍କା ଦିଆଯିବାର ଥିଲା । ଦରମାର ସମସ୍ତ ଟଙ୍କା ଖେଳାଳୀମାନଭ୍କୁ ଦିଆଯିବ ବୋଲି ସୂଚନା ମିଳିଛି । ଚଳିତ ସିଜନର ମୋଟ ୬୦ ମ୍ୟାଚରୁ ୨୯ଟି ମ୍ୟାଚ ଖେଳ ସରିଥିଲାବେଳେ ଆହୁରି ୨୯ଟି ମ୍ୟାଚ ବାକି ଥିଲା । ଯାହା ଏବେ ଭାରତରେ ଅନୁଷ୍ଠିତ ହେବା ନେଇ ଆଶଙ୍କା ଦେଖା ଦେଇଛି ।

Related posts

ଅଶ୍ୱୀନଙ୍କ ନିଆରା ଉଦ୍ଭାବନ

Odisha Sports Bureau

ନୂଆ ଯୁଗର ଷ୍ଟମ୍ପ କ୍ରିକେଟରେ ପ୍ରବେଶ; ଅଷ୍ଟ୍ରେଲିଆର ଟି -୨୦ ଲିଗ୍ ‘ବିଗ୍ ବାସ୍ ଲିଗ୍’ରେ ଦେଖିବାକୁ ମିଳିଛି ଏହି ନୂତନ ଷ୍ଟମ୍ପ

Odisha Sports Bureau

ବୈଭବ ସୂର୍ଯ୍ୟବଂଶୀ ପ୍ରତିଦିନ କେତେ ଲିଟର କ୍ଷୀର ପିଅନ୍ତି? ବଡ ଖୁଲାସା