ନୂଆଦିଲ୍ଲୀ(ଓଡ଼ିଶା ସ୍ପୋର୍ଟର୍ସ): ଆସନ୍ତା ଜୁଲାଇ ମାସରେ ଶ୍ରୀଲଙ୍କା ଗସ୍ତ କରିବ ଭାରତୀୟ ଦଳ । ଏହି ଗସ୍ତରେ ତିନୋଟି ଦିନିକିଆ ଏବଂ ୫ଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳାଯିବ । ତେବେ ଏହି ଟୁର ପାଇଁ ଭାରତର ଦୁଇ ପମୁଖ ଖେଳାଳୀ ବିରାଟ କୋହଲୀ ଏବଂ ରୋହିତ ଶର୍ମା ଉପଲବ୍ଧ ରହିବେ ନାହିଁ ବୋଲି ସୂଚନା ଦେଇଛନ୍ତି ବିସିସିଆଇ ଅଧ୍ୟକ୍ଷ ସୈାରଭ ଗାଙ୍ଗୁଲି । ଭାରତର ଶ୍ରୀଲଙ୍କା ଗସ୍ତ ସମୟରେ ଏ ଦୁହିଁଙ୍କ ବ୍ୟତୀତ ଅନ୍ୟ କିଛି ପ୍ରମୁଖ ସଦସ୍ୟ କୋହଲୀଙ୍କ ନେତୃତ୍ୱରେ ବିଶ୍ୱ ଟେଷ୍ଟ ଚମ୍ପିଅନସିପ ପାଇଁ ଇଂଲଣ୍ଡ ଗସ୍ତରେ ସାମିଲ ହେବେ । ଏହା ପରେ ଇଂଲଣ୍ଡ ବିପକ୍ଷରେ ଅଗଷ୍ଟ ୪ତାରିଖରୁ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ମଧ୍ୟ ଖେଳାଯିବ । ପିଟିଆଇ ସହ ଆଲୋଚନା ସମୟରେ ଏ ନେଇ ସୈାରଭ ଗାଙ୍ଗୁଲି ସ୍ପଷ୍ଟ କରିଛନ୍ତି ।
ଭାରତୀୟ ସିନିୟର ଦଳ ଇଂଲଣ୍ଡରେ ଥିବାରୁ ଶ୍ରୀଲଙ୍କା ଟୁରରେ ଦଳର ଯୁବ ଖେଳାଳୀମାନଙ୍କୁୁ ସୁଯୋଗ ମିଳିବ । ତେବେ ଟେଷ୍ଟ ଚମ୍ପିଅନସିପରୁ ବାଦ ପଡ଼ିଥିବା ହାର୍ଦ୍ଦିକ ପାଣ୍ଡ୍ୟା,ଶିଖର ଧୱନ ଏବଂ ଭୁବନେଶ୍ୱର କୁମାର ଶ୍ରୀଲଙ୍କା ଗସ୍ତରେ ସାମିଲ ହୋଇପାରନ୍ତି । ଏମାନଙ୍କ ବ୍ୟତୀତ ସୂର୍ଯ୍ୟକୁମାର ଯାଦବ,ଇଶାନ କିଶାନ, ପୃଥ୍ୀ ଓ ଭଳି ଖେଳାଳୀମାନଙ୍କୁ ଏହି ସିରିଜରେ ନିଜ ପ୍ରତିଭା ଦେଖାଇବାକୁ ସୁଯୋଗ ମିଳିବ ।
previous post
next post