Hockey

ଲାକ୍ରା ହେବେ ଉପ ଅଧିନାୟକ

ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟର୍ସ): ଟୋକିଓ ଅଲିମ୍ପିକ ପାଇଁ ଭାରତୀୟ ହକି ଦଳରେ ଓଡିଆଙ୍କ ଦବଦବା ଦେଖିବାକୁ ମିଳିଛି । ପ୍ରଥମେ ମହିଳା ହକି ଦଳରେ ଦୀପ ଗ୍ରେସ ଏକ୍କା ଉପ ଅଧିନାୟକ ଭାବେ ବିବେଚିତ ହେବା ପରେ ଏବେ ପୁରୁଷ ହକି ଦଳରେ ମଧ୍ୟ ସମାନ ଘଟଣା ଘଟିଛି । ପୁରୁଷ ହକି ଦଳର ଉପ ଅଧିନାୟକ ଭାବେ ମନୋନୀତ ହୋଇଛନ୍ତି ଓଡିଆ ହକି ପ୍ଲେୟର ବିରେନ୍ଦ୍ର ଲାକ୍ରା । ଟୁର୍ଣ୍ଣାମେଣ୍ଟରେ ତାଙ୍କୁ ଉପଅଧିନାୟକ ଦାୟିତ୍ୱ ଦିଆଯାଇଥିବା କଥା ହକି ଇଣ୍ଡିଆ ତରଫରୁ ସୂଚନା ଦିଆଯାଇଛି । ତେବେ ପୂର୍ବଭଳି ମନପ୍ରୀତ ସିଂହ ଅଧିନାୟକ ଭାର ସମ୍ଭାଳିବେ । ଟୋକିଓ ଅଲିମ୍ପିକ ପାଇଁ ଘୋଷିତ ହୋଇଥିବା ଭାରତୀୟ ଦଳରେ ଲାକ୍ରାଙ୍କ ବ୍ୟତୀତ ଓଡିଆ ପୁଅ ଅମିତ ରୋହିଦାସ ମଧ୍ୟ ସ୍ଥାନ ପାଇଛନ୍ତି ।

Related posts

ହକି ବିଶ୍ୱକପ୍- ବିଶୃଙ୍ଖଳା ସୃଷ୍ଟି ନ କରିବା ପାଇଁ ପାକିସ୍ଥାନର ଖେଳାଳିଙ୍କୁ ପ୍ରଶିକ୍ଷକଙ୍କ ଚେତାବନି

Odisha Sports Bureau

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଓଡିଶାର ୨ ହକି ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କା ପୁରସ୍କାର

Odisha Sports Bureau

ଏସିଆ କପ୍‌ ପାଇଁ ଭାରତୀୟ ହକି ଦଳରେ ୪ ଓଡ଼ିଆ ସାମିଲ