Cricket

ଶ୍ରୀଲଙ୍କା ଗସ୍ତ ପୂର୍ବରୁ କୋଚଙ୍କ ବଡ ମନ୍ତବ୍ୟ

ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟର୍ସ): ଆଜି ଶ୍ରୀଲଙ୍କା ଗସ୍ତ କରିବ ଭାରତୀୟ ଦଳ । ଆସନ୍ତା ମାସରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଦିନିକିଆ ଓ ଟି-ଟ୍ୱେଣ୍ଟି ସିରିଜ । ଶ୍ରୀଲଙ୍କା ଗସ୍ତର କିିଛି ଠିକ ପୂର୍ବରୁ ଦଳର କୋଚ ରାହୁଲ ଦ୍ରାବିଡ ଦଳର ଯୁବ ତାରକା ମାନଙ୍କୁ ନେଇ ଏକ ବଡ ମନ୍ତବ୍ୟ ଦେଇଛନ୍ତି । ସିନିୟର ଖେଳାଳୀମାନଙ୍କ ଅନୁପସ୍ଥିତିରେ ଯୁବ ଖେଳାଳୀମାନେ ଭଲ ପଦର୍ଶନ କରିବକୁ ଉତ୍ସାହିତ ଅଛନ୍ତି । ଚଳିତ ବର୍ଷ ହେବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ୱକପକୁ ନଜରରେ ରଖି ଏହି ଗସ୍ତ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି କହିଛନ୍ତି ଦ୍ରାବିଡ । ପୃଥ୍ୱୀ ଶ’ ଙ୍କ ବ୍ୟତୀତ ଦେବଦତ୍ତ ପାଡିକଲ ଏଂ ଋତୁରାଜ ଗାଏକ୍ୱାଡଙ୍କ ଭଳି ଯୁବ ପ୍ରତିଭାଙ୍କୁ ଅନ୍ତର୍ଜାତୀୟ ଟିମ ବିରୋଧରେ ଭଲ ପ୍ରଦର୍ଶନ କରିବା ଦ୍ୱାରା ଏତିପାଇଁ ଅଧିକ ସହାୟତା କରିବ ବୋଲି ସେ କହିଛନ୍ତି । ଏହି ସିରିଜରେ ସେମାନଭ୍କ ପ୍ରଦର୍ଶନ ବିଶ୍ୱକପ ପାଇଁ ଚୟନକର୍ତ୍ତାଭ୍କ ଦୃଷ୍ଟି ଆକର୍ଷଣ କରିପାରେ ବୋଲି ତାଙ୍କର ଆଶା ରହିଛି । ତେବେ ଶ୍ରୀଲଙ୍କା ଗସ୍ତରେ ମାତ୍ର ୬ଟି ମ୍ୟାଚ ଖେଳାଯିବାର ସୂଚୀ ରହିଥିବା ବେଳେ ସବୁ ଖେଳାଳୀଭ୍କୁ ସୁଯୋଗ ଦେବା ସମ୍ଭବ ନୁହେଁ ବୋଲି ଦ୍ରାବିଡ କହିଛନ୍ତି । ଟିମରେ ଯୁବ ଏବଂ ଅଭିଜ୍ଞ ଖେଳାଳୀଙ୍କ ମିଶ୍ରଣ ଦଳକୁ ଅଧିକ ସନ୍ତୁଳନ ଦେଉଛି । ଏବଂ ଏଥି ସହିତ ଶ୍ରୀଲଙ୍କା ବିପକ୍ଷ ସିରିଜରେ ସବୁ ଖେଳାଳୀଙ୍କୁ ଅନେକ କିଛି ଖେଳିବାର ସୁଯୋଗ ମିଳି ପାରିବ ବୋଲି ଦ୍ରାବିଡ କହିଛନ୍ତି ।

 

Related posts

ବିଶ୍ୱକପରେ ୫ଟି ହାଇଭୋଲଟେଜ ଗେମ୍

ଦେଶ ମାତୃକା ପାଇଁ ବଲ ଛାଡ଼ି ବମ ଧରିବାକୁ କହିଛନ୍ତି ମହମ୍ମଦ ସାମି

Odisha Sports Bureau

ନୀଳ ରଙ୍ଗର ୧୨ ନମ୍ବର ଜର୍ସି ପିନ୍ଧିବେ : ଯୁବରାଜ ସିଂହ