Cricket

ଶ୍ରୀଲଙ୍କା ଗସ୍ତ ପୂର୍ବରୁ କୋଚଙ୍କ ବଡ ମନ୍ତବ୍ୟ

ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟର୍ସ): ଆଜି ଶ୍ରୀଲଙ୍କା ଗସ୍ତ କରିବ ଭାରତୀୟ ଦଳ । ଆସନ୍ତା ମାସରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଦିନିକିଆ ଓ ଟି-ଟ୍ୱେଣ୍ଟି ସିରିଜ । ଶ୍ରୀଲଙ୍କା ଗସ୍ତର କିିଛି ଠିକ ପୂର୍ବରୁ ଦଳର କୋଚ ରାହୁଲ ଦ୍ରାବିଡ ଦଳର ଯୁବ ତାରକା ମାନଙ୍କୁ ନେଇ ଏକ ବଡ ମନ୍ତବ୍ୟ ଦେଇଛନ୍ତି । ସିନିୟର ଖେଳାଳୀମାନଙ୍କ ଅନୁପସ୍ଥିତିରେ ଯୁବ ଖେଳାଳୀମାନେ ଭଲ ପଦର୍ଶନ କରିବକୁ ଉତ୍ସାହିତ ଅଛନ୍ତି । ଚଳିତ ବର୍ଷ ହେବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ୱକପକୁ ନଜରରେ ରଖି ଏହି ଗସ୍ତ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି କହିଛନ୍ତି ଦ୍ରାବିଡ । ପୃଥ୍ୱୀ ଶ’ ଙ୍କ ବ୍ୟତୀତ ଦେବଦତ୍ତ ପାଡିକଲ ଏଂ ଋତୁରାଜ ଗାଏକ୍ୱାଡଙ୍କ ଭଳି ଯୁବ ପ୍ରତିଭାଙ୍କୁ ଅନ୍ତର୍ଜାତୀୟ ଟିମ ବିରୋଧରେ ଭଲ ପ୍ରଦର୍ଶନ କରିବା ଦ୍ୱାରା ଏତିପାଇଁ ଅଧିକ ସହାୟତା କରିବ ବୋଲି ସେ କହିଛନ୍ତି । ଏହି ସିରିଜରେ ସେମାନଭ୍କ ପ୍ରଦର୍ଶନ ବିଶ୍ୱକପ ପାଇଁ ଚୟନକର୍ତ୍ତାଭ୍କ ଦୃଷ୍ଟି ଆକର୍ଷଣ କରିପାରେ ବୋଲି ତାଙ୍କର ଆଶା ରହିଛି । ତେବେ ଶ୍ରୀଲଙ୍କା ଗସ୍ତରେ ମାତ୍ର ୬ଟି ମ୍ୟାଚ ଖେଳାଯିବାର ସୂଚୀ ରହିଥିବା ବେଳେ ସବୁ ଖେଳାଳୀଭ୍କୁ ସୁଯୋଗ ଦେବା ସମ୍ଭବ ନୁହେଁ ବୋଲି ଦ୍ରାବିଡ କହିଛନ୍ତି । ଟିମରେ ଯୁବ ଏବଂ ଅଭିଜ୍ଞ ଖେଳାଳୀଙ୍କ ମିଶ୍ରଣ ଦଳକୁ ଅଧିକ ସନ୍ତୁଳନ ଦେଉଛି । ଏବଂ ଏଥି ସହିତ ଶ୍ରୀଲଙ୍କା ବିପକ୍ଷ ସିରିଜରେ ସବୁ ଖେଳାଳୀଙ୍କୁ ଅନେକ କିଛି ଖେଳିବାର ସୁଯୋଗ ମିଳି ପାରିବ ବୋଲି ଦ୍ରାବିଡ କହିଛନ୍ତି ।

 

Related posts

ଆଇପିଏଲକୁ ନେଇ ସ୍ପଷ୍ଟ କଲେ ଗାଙ୍ଗୁଲି

Odisha Sports Bureau

ଟେଷ୍ଟ୍ କ୍ରିକେଟରେ ୭୦୦ ୱିକେଟ ନେଇ ରେକର୍ଡ କଲେ ଅଶ୍ୱିନ

ପୃଥ୍ୱୀ ଶାଁଙ୍କ ପାଦରେ ଆଘାତ ଲାଗିବା କାରଣରୁ ସିଡନୀରେ ଆରମ୍ଭ ହେବାକୁ ଥିବା ଟେଷ୍ଟରୁ ବାହାର ହୋଇଛନ୍ତି ।

Odisha Sports Bureau