Cricket

ଶୁଭମନ ଗିଲଙ୍କ ବିକଳ୍ପକୁ ନା

ମୁମ୍ବାଇ(ଓଡିଶା ସ୍ପୋର୍ଟସ): ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବା ପୂର୍ବରୁ ଆହତ ହୋଇଛନ୍ତି ଟିମ ଇଣ୍ଡିଆର ଯୁବ ଓପନର ଶୁଭମନ ଗିଲ । ତେଣୁ ତାଙ୍କ ବିକଳ୍ପକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ଏବେ ପୂର୍ଣ୍ଣଚ୍ଛେଦ ପଡିଛି । କେଉଁ ଖେଳାଳୀଭ୍କୁ ତାଙ୍କ ସ୍ତାନରେ ଇଂଲଣ୍ଡ ପଠାଯିବ ସେ ନେଇ ବହୁତ ଆଲୋଚନା ଏବଂ ପର୍ଯ୍ୟାଲୋଚନା ପରେ ଏବେ ଏହାର ଅନ୍ତ ଘଟାଇ ବିସିସଆଇ ତାର ନିଷ୍ପତ୍ତି ଜଣାଇଛି । କୌଣସି ଖେଳଳୀଙ୍କୁ ଗିଲଙ୍କ ବଦଳରେ ଇଂଲଣ୍ଡପଠାଯିବ ନାହିଁ ବୋଲି ସ୍ପଷ୍ଟ କରିଛି ବିସିସିଆଇ । ଏ ନେଇ ଟିମ ମ୍ୟାନେଜମେଣ୍ଟ ଏବଂ ଅଧିନାୟକ ବିରାଟ କୋହଲୀଙ୍କୁ ଜଣାଇଛି ବିସିସିଆଇ ।
ଇଂଲଣ୍ଡ ଗସ୍ତରେ ଥିବା ୨୩ ଜଣ ସଦସ୍ୟଙ୍କ ମଧ୍ୟରୁ ଜଣଙ୍କୁ ଗିଲଙକ ସ୍ଥାନରେ ଖେଳାଇବା ପାଇଁ ବିସିସିଆଇ ବିରାଟ ଆଣ୍ଡ କୋଙ୍କୁ ନିର୍ଦ୍ଦେଶ ଦେଇଛି । ତେବେ ଗିଲ ଆହତ ହେବା ପରେ ତାଙ୍କ ବଦଳରେ ପୃଥ୍ୱୀ ଶ’ଙ୍କୁ ଇଂଲଣ୍ଡ ପଠାଇବା ପାଇଁ ଆଲୋଚନାକୁ ଆସିଥିଲା । ତେବେ ଏଥିରେ ବିଭିନ୍ନ ଦ୍ୱନ୍ଦ୍ୱ ପରିସ୍ଥିତି ସୃଷ୍ଟି ହେବାରୁ ବିସିସିଆଇ ଏପରି ଏକ କଠୋର ନିଷ୍ପତ୍ତି ନେଇଥିବା କୁହାଯାଉଛି । ୨୩ ଜଣିଆ ସ୍କ୍ୱାଡ ମଧ୍ୟରୁ ୧୧ ଜଣଙ୍କୁ ଚଡାନ୍ତ ଏକାଦଶରେ ସାମିଲ କରିବାକୁ ଟିମ ମ୍ୟାନେଜମେଣ୍ଟକୁ କହିଛି ବିସିସିଆଇ । ତେବେ ଏପରି ହେଲେ ସ୍କ୍ୱାଡରେ ସାମିଲ ଥିବା ମୟଙ୍କ ଅଗରୱାଲ ଓପନର ଦାୟିତ୍ୱ ତୁଲାଇବା ପାଇଁ ଅଧିକ ଦାବିଦାରୀ ହୋଇଛନ୍ତି । ଇଂଲଣ୍ଡ ବିରୁଦ୍ଧରେ ମୟଙ୍କୁ ରୋହିତ ଶର୍ମାଙ୍କ ସହିତ ପାଳି ଆରମ୍ଭ କରିବାର ସୁଯୋଗ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି ।

Related posts

ଦେଶ ମାତୃକା ପାଇଁ ବଲ ଛାଡ଼ି ବମ ଧରିବାକୁ କହିଛନ୍ତି ମହମ୍ମଦ ସାମି

Odisha Sports Bureau

ବୈଭବ ସୂର୍ଯ୍ୟବଂଶୀ ୧୩ ବର୍ଷ ପୁରୁଣା ବିଶ୍ୱ ରେକର୍ଡ ଭାଙ୍ଗିବାକୁ ଧମକ ଦେଇଛନ୍ତି, ଏହା କରି ଇତିହାସ ସୃଷ୍ଟି କରିବେ

Odisha Sports Bureau

ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ଆଜି

Odisha Sports Bureau