Cricket

ଭାରତ-ଶ୍ରୀଲଙ୍କା ସିରିଜ ଉପରେ କୋରୋନା କାୟା

ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟସ): ଆସନ୍ତା ୧୩ରେ ହେବାକୁ ତିବା ଭାରତ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ଲାଗିଲା ବ୍ରେକ । ପୁଣି ସିରିଜ ଉପରେ କାରୋନାର ପ୍ରଭାବ ଦେଖାଦେଇଛି । କୋରୋନାରେ ଶ୍ରୀଲଙ୍କାର କିଛି ସଦସ୍ୟ ଆକ୍ରାନ୍ତ ହୋଇଥିବାରୁ ଏହି ସିରିଜର କାର୍ଯ୍ୟସୂଚୀରେ ଆସିଛି ପରିବର୍ତ୍ତନ । ଶ୍ରୀଲଙ୍କା ଦଳର ଡାଟା ଆନାଲିଷ୍ଟ ଜିଟି ନିରୋଶନ ଏବଂ ବ୍ୟାଟିଂ କୋଚ ଗ୍ରାଣ୍ଟ ଫ୍ଲାୱାର ଉଭୟ କୋରୋନା ଆକ୍ରାନ୍ତ ହୋଇଥିବାରୁ ସିରିଜ ବିଳମ୍ବରେ ଆରମ୍ଭ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ତେଣୁ ପୁଣି ଥରେ ସିରିଜର ସୂଚୀ ନୂଆ କରି ତିଆରି କରାଯିବ । ତେବେ ଆସନ୍ତା ୧୩ରେ ଆରମ୍ଭ ହେବାକୁ ଥିବା ପ୍ରଥମ ଦିନିକିଆ ମ୍ୟାଚ ପରିବର୍ତ୍ତନ ହୋଇ ୧୭ କିମ୍ବା ୧୮ରେ ଆରମ୍ଭ ହେବ ବୋଲି କୁହାଯାଉଛି । ଉଭୟ ଦଳ ମଧ୍ୟରେ ୩ଟି ଲେଖାଏଁ ଦିନିକିଆ ଏବଂ ଟି-ଟ୍ୱେଣ୍ଟି ମ୍ୟାଚ ଖେଳାଯିବବାର ସୂଚୀ ରହିଛି ।

ସୂଚନା ମୁତାବକ ଦିନିକିଆ ମ୍ୟାଚ ଗୁଡିକ ୧୭, ୧୯ ଓ ୨୧ ତାରିଖରେ ଖେଳାଯିବାର ସମ୍ଭାବନା ରହିଛି । ସେହିପରି ଟି-ଟ୍ୱେଣ୍ଟି ମ୍ୟାଚ ତାରିଖ ସମ୍ଭବତଃ ୨୪,୨୫ ଏବଂ ୨୭ରେ ଖେଳାଯାଇପାରେ । ତେବେ ପୂର୍ବରୁ ସିରିଜ ୧୩ ତାରିଖରୁ ଆରମ୍ଭ ହୋଇ ୨୫ ତାରିଖରେ ଶେଷ ହେବାର ସୂଚୀ ରହିଥିଲା । ସିରିଜ ମଧ୍ୟରେ କୋରୋନାର ପ୍ରଭାବ ହେତୁ ଏହି ନିଷ୍ପତ୍ତିକୁ ବିସିସଆଇ ମଧ୍ୟ ସମ୍ପୂର୍ଣ୍ଣ ସମର୍ଥନ କରିଛି ।

Related posts

କୋହଲିଙ୍କ ରେକର୍ଡ ଭାଙ୍ଗିଲେ ରୋହିତ

Odisha Sports Bureau

ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କ ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ, ଏତେ ସମ୍ବେଦନଶୀଳ ହେବାର ଆବଶ୍ୟକତା ନଥିବା କହିଲେ କୋର୍ଟ

ପାକିସ୍ତାନର ବର୍ବାଦୀ ପାଇଁ କିଏ ଦାୟୀ? ବାବର ଆଜମ ନାଁ ପିସିବି; ବିଶ୍ୱକପ ପରେ ଖୋଲାଖୋଲି ଭାବେ କହିବେ