Cricket

ଦଳରୁ ବାହାରିଲେ ୩ ଜଣ ଖେଳାଳୀ

ନୂଆଦିଲ୍ଲୀ: ଲର୍ଡ୍ସ ଟଷ୍ଟରେ ମିଳିଥିବା ହାର ପରେ ଟିମ ଇଂଲଣ୍ଡ ପାଇଁ ବଢିଛି ଚିନ୍ତା । ଆସନ୍ତା ୨୫ ତାରିଖରେ ଲର୍ଡ୍ସରେ ହେବାକୁ ଥିବା ତୃତୀୟ ଟେଷ୍ଟ ମ୍ୟାଚ ପାଇଁ ଦଳରେ ବିରାଟ ପରିବର୍ତ୍ତନ ହୋଇଛି । ଏକାଥରକେ ଚୁଡାନ୍ତ ଏକାଦଶରେ ୩ଟି ବଡ ପରିବର୍ତ୍ତନ କରୁଥିବା ଜଣାପଡିଛି । ଉଭୟ ମ୍ୟାଚରେ ଫେଲ ମାରିଥିବା ଜ୍ୟାକ କ୍ରାଉଲେ, ଡୋମ ସିବଲେ ଏବଂ ଜ୍ୟାକ ଲିଚ ତୃତୀୟ ଟେଷ୍ଟ ଦଳରେ ନିଜ ସ୍ଥାନ ହରାଇପାରନ୍ତି । ତେବେ ଏମାନଙ୍କ ସ୍ଥାନରେ ବାମହାତୀ ବ୍ୟାଟ୍ସମ୍ୟାନ ଡାଭିଡ ମଲାନ ଏବଂ ଦ୍ରୁତ ବୋଲର ସାକିବ ମହମୁଦଙ୍କୁ ଦଳରେ ଚୟନ କରାଯାଇଛି । ସେପଟେ ଆହତ ମାର୍କ ଉଡ ତୃତୀୟ ମ୍ୟାଚରେ ଖେଳିବାର ସମ୍ଭାବନା ରହିଛି । ତେବେ ଭାରତ ବିପକ୍ଷ ଦୁଇି ଯାକ ମ୍ୟାଚରେ ଓପନର ଡୋମ ସିବଲେ ୧୪.୨୫ ଆଭରେଜରେ ମାତ୍ର ୫୭ ରନ କରି ନିରାଶ କରିଥିବା ବେଳେ ଦ୍ୱିତୀୟ ମୁକାବିଲାରେ ମଉକା ପାଇନଥିଲେ ଜ୍ୟାକ କ୍ରାଉଲେ । ଏ ଦୁଇ ଖେଳାଳୀଙ୍କ ବ୍ୟତୀତ ଜ୍ୟାକ ଲିଚ ମଧ୍ୟ ଦଳରୁ ବାଦ ପଡିଛନ୍ତି । ଲର୍ଡ୍ସର ଦ୍ୱିତୀୟ ମ୍ୟାଚ ଡ୍ର ରହିବ ବୋଲି ଆଶା ଥିଲା । ତେବେ ୧୨୦ ରନ ଭିତରେ ଦଳର ସମସ୍ତ ୱିକେଟ ହରାଇଥିଲା ଇଂଲଣ୍ଡ । ଯାହା ଫଳରେ ୧୫୧ ରନରେ ପରାଜୟର ସାମନା କରିଥିଲା ଦଳ । ତେବେ ଏହି ହାରର ମୁଖ୍ୟ କାରଣ ଦୁବ୍ରଳ ବ୍ୟାଟିଂ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି ।
ତୃତୀୟ ମ୍ୟାଚ ପାଇଁ ଇଂଲଣ୍ଡ ଦଳ
ଜୋ ରୁଟ (ଅଧିନାୟକ), ମୋଇନ ଅଲୀ, ଜେମ୍ସ ଆଣ୍ଡରସନ୍, ଜନି ବୟରଷ୍ଟୋ, ରୋରି ବର୍ନସ, ଜୋସ୍ ବଟଲ (ୱିକେଟ କିପର), ସ୍ୟାମ କରନ, ହସିବ ହସିଦ, ଡ୍ୟାନ୍ ଲରେନ୍ସ, ସାକିବ ମହମୁଦ, ଡେଭିଡ୍ ମଲାନ, ଓଭରଟନ୍, ଓଲି ପପ୍, ଓଲି ରବିନସନ୍, ମାର୍କ ଉଡ ।

Related posts

ଟି-୨୦ ବିଶ୍ୱକପରେ ଶ୍ରୀଲଙ୍କାର ଦମଦାର ପ୍ରଦର୍ଶନ…

Odisha Sports Bureau

ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟିଭେନ ଫିନ୍‌ ସୋମବାର ପେସାଦାର କ୍ରିକେଟ୍‌ରୁ ଅବସର ନେଇଛନ୍ତି

Odisha Sports Bureau

କ୍ୟାପଟେନ ପଦ ଛାଡିଲେ କେନ ୱିଲିୟମସନ