Cricket

ଶୀର୍ଷ ସ୍ଥାନ ପାଇଁ ଧୋନୀ-ପନ୍ତ ଲଢେଇ

ଦୁବାଇ: ଆଇପିଏଲ ୨୦୨୧ର ୫୦ତମ ଲିଗ ମ୍ୟାଚରେ ଆଜି ଗୁରୁ ଏବଂ ଶିଷ୍ୟଙ୍କ ମଧ୍ୟରେ ଦେଖିବାକୁ ମିଳିବ ଘମାଘୋଟ ଲଢେଇ । ଏହି ମ୍ୟାଚରେ ଚଳିତ ସିଜନର ଦୁଇ ଶକ୍ତିଶାଳୀ ଦଳ ଚେନ୍ନାଇ ସୁପର କିଙ୍ଗସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ । ଗୋଟିଏ ପଟେ ମହେନ୍ଦ୍ର ସିଂ ଧୋନୀ ଥିବା ବେଳେ ଅନ୍ୟ ପଟେ ତାଙ୍କୁ ଗୁରୁ ବୋଲି ମାନୁଥିବା ରିଷଭ ପନ୍ତଙ୍କ ଦଳ ରହିଛି । କୋରୋନା ପରେ ଚଳିତ ସିଜନର ଅବଶିଷ୍ଟାଂଶ ଖେଳ ଆରମ୍ଭରୁ ଉଭୟ ଦଳ ମଧ୍ୟରେ ଜୋରଦାର ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳିଛି । ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ପାଇଁ ଉଭୟ ଦିଲ୍ଲୀ ଏବଂ ଚେନ୍ନାଇ ମଧ୍ୟରେ ଶୀତଳ ଯୁଦ୍ଧ ଚାଲୁ ରହିଛି ।
ତେବେ ବର୍ତ୍ତମାନ ସୁଦ୍ଧା ଉଭୟ ଦଳ ୯ଟି ଲେଖାଏଁ ମ୍ୟାଚ ଜିତି ୧୮ ପଏଣ୍ଟ ହାସଲ କରିଥିବା ବେଳେ ଭଲ ନେଟ ରନ ରେଟ ଯୋଗୁଁ ଧୋନୀଙ୍କ
ସିଏସକେ ଏକ ନମ୍ବର ସ୍ଥାନରେ ରହିଛି । ତେବେ ଆଜିର ଏହି ମ୍ୟାଚରେ ବିଜୟୀ ଦଳ ଦୁଇ ପଏଣ୍ଟ ସହ ଶୀର୍ଷ ସ୍ଥାନ କବଜା କରିବ । ସେହିପରି ପରାଜୟ ବରଣ କରିଥିବା ଦଳ ଦ୍ୱିତୀୟ ସ୍ଥାନରେ ପହଞ୍ଚିବ । ଆଇପିଏଲର ପ୍ରଥମାର୍ଦ୍ଧରେ ଉଭୟଙ୍କ ମଧ୍ୟରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୭ ୱିକେଟରେ ବିଜୟ ହାସଲ କରିଥିଲା ।
ତେବେ ଏହି ମ୍ୟାଚରେ ସୁପର କିଙ୍ଗସ ପୂର୍ବ ପରାଜୟର ପ୍ରତିଶୋଧ ନେବା ସହିତ ଶୀର୍ଷ ସ୍ଥାନ ବଜାୟ ରଖିବାକୁ ପ୍ରୟାସ କରିବ । ସେହିପରି ଦିଲ୍ଲୀ ମଧ୍ୟ ମ୍ୟାଚ ଜିତି ଶୀର୍ଷ ସ୍ଥାନକୁ ଫେରିବାକୁ ଉଦ୍ୟମ କରିବ । ଉଭୟ ଦଳର ପ୍ରାୟ ସମସ୍ତ ଖେଳାଳୀ ଜବରଦସ୍ତ ଫର୍ମରେ ତିବା ବେଳେ ଆଜିର ମ୍ୟାଚ ଖୁବ ସଂଘର୍ଷପୂର୍ଣ୍ଣ ହେବା ସହ ରୋମାଞ୍ଚକର ରହିବ ବୋଲି ଆଶା କରାଯାଉଛି । ତେବେ ଆଜିର ଏହି ମ୍ୟାଚରେ ଗୁରୁଶିଷ୍ୟଙ୍କ ଭିତରେ ହେବାକୁ ଥିବା ଏହି ଲଢେଇ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମଧ୍ୟ ରହିବ ।

Related posts

ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ ପ୍ରସ୍ତୁତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

Odisha Sports Bureau

ନୀଲ ଗାଭାସ୍କର ଏକ ମିଡିଆରେ ସାକ୍ଷାତକରରେ କହିଛନ୍ତି ସତ କହିବାକୁ ଗଲେ ରୋହିତକୁ ଏକ ବିରତି ନେବା ଉଚିତ

Odisha Sports Bureau

ଧୋନି ନେଇପାରନନ୍ତି ଆଇପିଏଲରୁ ସନ୍ନ୍ୟାସ!