Cricket

ବିଶ୍ୱକପର ଶ୍ରେଷ୍ଠ PLAYING XI

ନୂଆଦିଲ୍ଲୀ: ଶେଷ ହେଲା ବିଶ୍ୱକପ ସିଜନ । ବିଶ୍ୱର ମହାଯୁଦ୍ଧରେ ନ୍ୟୁଜିଲାଣ୍ଡକୁ ହରାଇ ବାଜି ମାରିଛି ଅଷ୍ଟ୍ରେଲିଆ । ଏହାପରେ ଇଣ୍ଟରନେସନାଲ କ୍ରିକେଟ କାଉନ୍ସିଲ(ଆଇସିସି)ବିଶ୍ୱକପ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ପ୍ଲେଇଙ୍ଗ ଇଲେଭେନ ଚୟନ କରୁଛି । ଏହି ଦଳରେ ଅଧିନାୟକ ଭାବେ ବିବେଚିତ ହୋଇଛନ୍ତି ପାକିସ୍ତାନର ଅଧିନାୟକ ବାବର ଆଜମ ।

ତେବେ ଏଥିରେ ନିରାଶ ହୋଇଛନ୍ତି ଭାରତୀୟ ପ୍ରଶଂସକ । ସେମି ଫାଇନାଲରୁ ବଞ୍ଚିତ ହୋଇଥିବା ଭାରତୀୟ ଦଳର କୌଣସି ଖେଳାଳୀ ଏହି ଦଳରେ ସ୍ଥାନ ପାଇ ପାରିନାହାନ୍ତି । ଭାରତର ଓପନର କେ.ଏଲ ରାହୁଲ ଦଳ ପାଇଁ ସର୍ବାଧିକ ରନ ସଂଗ୍ରହ କରିଥିବା ବେଳେ ଜଶପ୍ରୀତ ବୁମରାହ ସର୍ବାଧିକ ୱିକେଟ ଅକ୍ତିଆର କରିଥିଲେ । କିନ୍ତୁ କମ ରେଟିଂ ଯୋଗୁଁ ଶ୍ରେଷ୍ଠ ପ୍ଲେଇଙ୍ଗ ଇଲେଭେନରୁ ବାଦ ପଡିଛନ୍ତି ଉଭୟ ଖେଳାଳୀ । ଆଇସିସିର ଏକ ଚୟନ କମିଟି ଏହି ତାଲିକା ପ୍ରସ୍ତୁତ କରିଛି । ଏଥିରେ ଇୟାନ ବିସପ, ଏ ଜର୍ମାନାନ୍ସ, ସେନ ଓ୍ୱାଟସନ, ଏଲ ବୁଥ, ସାହିଦ ହାସମୀ ସମେତ ଅନ୍ୟ ବିଶେଷଜ୍ଞ ସାମିଲ ଥିଲେ ।
ବିଶ୍ୱକପର ଶ୍ରେଷ୍ଠ PLAYING 11 :
ଡେଭିଡ୍ ଓ୍ୱାର୍ଣ୍ଣର
ଜସ୍ ବଟଲର
ବାବର ଆଜମ
ଚରିଥ ଅସାଲଙ୍କା
ଆଡନ ମର୍କରମ
ମୋଇନ ଅଲ୍ଲୀ
ବି ହାସରଙ୍ଗା
ଆଡମ ଜାମ୍ପା
ଟ୍ରେଣ୍ଟ୍ ବୋଲ୍ଟ
ଆନରିକ୍ ନର୍କିୟା
ସାହିନ ଆଫ୍ରିଦି

Related posts

ଦିଲ୍ଲୀରୁ ବାହାରିବେ କି ଅଶ୍ୱୀନ??

Odisha Sports Bureau

ଭାରତୀୟ ଟେଷ୍ଟ ଟିମର କୋଚ୍ ଭାବେ ଆଉ ନଜର ନ ଆସିପାରନ୍ତି ଗମ୍ଭୀର!

Odisha Sports Bureau

କ୍ରିକେଟ ଫାଇନାଲ ମ୍ୟାଚରେ ଯୋଗଦେଲେ ମନ୍ତ୍ରୀ ଜଗନ୍ନାଥ ଶାରକା