Cricket

ଭୁବନେଶ୍ୱରଙ୍କ ଘରେ ନୂଆ ଅତିଥି

ନୂଆଦିଲ୍ଲୀ: ମିଳିଛି ବିବାହ ବାର୍ଷିିକୀର ଏକ ସୁନ୍ଦର ଉପହାର । ଇଣ୍ଡିଆନ ଟିମର ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ଘରକୁ ଆସିଛି ନୂଆ ଅତିଥି । ସ୍ୱିଙ୍ଗର ରାଜକୁମାରଙ୍କ ପରିବାରରେ ସାମିଲ ହୋଇଛନ୍ତି କୁନି ରାଜକୁମାରୀ । କୁମାରଙ୍କ ପତ୍ନୀ ନୁପୁର ଆଜି ଦିଲ୍ଲୀର ଘରୋଇ ହସ୍ପିଟାଲରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି । ଚଳିତ ବର୍ଷ ପିତାଙ୍କ ମୃତ୍ୟୁ ଯୋଗୁଁ ପରିବାରରେ ଦୁଃଖର ପାହାଡଖସି ପଡିଥିଲା । ତେବେ ଘରକୁ କନ୍ୟା ସନ୍ତାନ ଆସିବା ପରେ ଘରେ ଖୁସିର ଲହରୀ ଖେଳିଯାଇଛି ।
ନିକଟରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଭୁବନେଶ୍ୱର ଅଂଶଗ୍ରହଣ କରିଥିଲେ। ତେବେ ଗଊଉଇ କୋଷାଧ୍ୟକ୍ଷ ରାକେଶ ଗୋୟଲ କହିଛନ୍ତି ଯେ ସକାଳ ପ୍ରାୟ ୯ଟା ବେଳେ ଭୁବନେଶ୍ୱର କୁମାରଙ୍କ ପତ୍ନୀ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ଭୁବନେଶ୍ୱର ନିଜ ପତ୍ନୀ ଏବଂ ଝିଅ ବର୍ତ୍ତମାନ ସୁସ୍ଥ ଅଛନ୍ତି । ଗୁରୁବାର ସନ୍ଧ୍ୟା ସୁଦ୍ଧା ଭୁବନେଶ୍ୱର ମେରୁଟରେ ଥିବା ତାଙ୍କ ଗଙ୍ଗନଗର ନିବାସରେ ପହଞ୍ଚିବେ ବୋଲି ଆଶା କରାଯାଉଛି।

Related posts

ଦେଶ ମାତୃକା ପାଇଁ ବଲ ଛାଡ଼ି ବମ ଧରିବାକୁ କହିଛନ୍ତି ମହମ୍ମଦ ସାମି

Odisha Sports Bureau

କେନବେରାରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି୨୦ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଛି

Odisha Sports Bureau

ଆଇପିଏଲ୍ର ଅଷ୍ଟାଦଶ ମ୍ୟାଚ୍ରେ ୬ ୱିକେଟ୍ରେ ପରାସ୍ତ ହେଲା ପଞ୍ଜାବ କିଙ୍ଗ୍ସ

Odisha Sports Bureau