Cricket

ଏଜାଜଙ୍କୁ ମିଳିଲା ଖାସ ଉପହାର

ନୂଆଦିଲ୍ଲୀ: ଦ୍ୱିତୀୟ ଟେଷ୍ଟରେ ଭାରତର ବୃହତ ବିଜୟ ପରେ ନ୍ୟୁଜିଲାଣ୍ଡ ବୋଲର ଏଜାଜ ପଟେଲଙ୍କୁ ମିଳିଛି ଏକ ବଡ ଉପହାର । ପ୍ରଥମ ଇନିଂସରେ ଭାରତୀୟ ଦଳର ସମସ୍ତ ୱିକେଟ ଅକ୍ତିଆର କରିଥିଲେ ଏଜାଜ ପଟେଲ । ଏଭଳି ଏକ ଅପୂର୍ବ ଉପଲବ୍ଧି ପରେ ଟିମ ଇଣ୍ଡିଆ ତରଫରୁ ଏଜାଜଙ୍କୁ ଏକ ଖାସ ଉପହାର ପ୍ରଦାନ କରାଯାଇଛି । ଭାରତୀୟ ଖେଳାଳୀମାନେ ଏଜାଜଙ୍କୁ ଏକ ଜର୍ସି ଉପହାର ଦେଇଛନ୍ତି । ଏହି ଜର୍ସି ଥିଲା ବହୁତ ଖାସ, କାରଣ ଏହି ଜର୍ସିରେ ସମସ୍ତ ଭାରତୀୟ ଖେଳାଳି ଅଟୋଗ୍ରାଫ ଦେଇଛନ୍ତି ।

ଓ୍ୱାଙ୍ଖଡେ ଟେଷ୍ଟରେ ଏଜାଜ ପ୍ରଥମ ଇନିଂସରେ ୪୭.୫ ଓଭର ବୋଲିଂ କରି ୧୧୯ ରନ୍ ବ୍ୟୟ କରିଥିଲେ । ଏହାସହ ସେ ୧୦ଟି ଓ୍ୱିକେଟ୍ ନେଇଥିଲେ । ସେହିପରି ଦ୍ୱିତୀୟ ଇନିଂସରେ ସେ ୪ଟି ଶିକାର କରିଥିଲେ । ବିସିସିଆଇ ଏକ ଟ୍ୱିଟ୍ କରିଛି । ଯେଉଁଥିରେ ଆର ଅଶ୍ୱିନ ଏଜାଜଙ୍କୁ ଜର୍ସି ଉପହାର ଦେଉଛନ୍ତି । ସେଥିରେ ସବୁ ଭାରତୀୟ ଖେଳାଳିଙ୍କ ଅଟୋଗ୍ରାଫ୍ ରହିଛି, ଯେଉଁ ସବୁ ଓ୍ୱିକେଟ୍ ସେ ନେଇଥିଲେ ।

Related posts

ଭାରତୀୟ ଲେଗ୍-ସ୍ପିନର ପୀୟୂଷ ଚାୱଲା କ୍ରିକେଟର ସମସ୍ତ ପ୍ଲାଟଫର୍ମରୁ ଅବସର ଘୋଷଣା କରିଛନ୍ତି

Odisha Sports Bureau

ଟସ୍ ଜିତି ଦକ୍ଷିଣ ଆଫ୍ରିକାର ବୋଲିଂ ନିଷ୍ପତି

Odisha Sports Bureau

ଏସିଆ କପ ଖେଳିବା ପାଇଁ ହାର୍ଦ୍ଦିକ ଦେବେ ଫିଟନେସ ଟେଷ୍ଟ

Odisha Sports Bureau