Hockey

ନୂଆ ରୂପରେ ଓଡିଶାକୁ ଫେରୁଛି ହକି

ଭୁବନେଶ୍ୱର: ପୁଣି ହୋହଲ୍ଲାରେ କମ୍ପି ଉଠିବ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ । ଝୁମି ଉଠିବ ରାଜଧାନୀ ଆଉ ହକି ପେମୀ । କାରଣ ଆଗକୁ ଆସୁଛି ଆଉ ଏକ ବଡ ହକି ଟୁର୍ଣ୍ଣାମେଣ୍ଟ । ଆସନ୍ତା ଫେବୃୟାରୀ ମାସରୁ କଳିଭ୍ଗ ଷ୍ଟାଡିୟମରେ ପୁରୁଷ ଏବଂ ମହିଳା ଏଫଆଇଏଚ ପ୍ରୋ ହକି ଲିଗ ଖେଳାଯିବ । କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟରେ ରହିବ ସାମାନ୍ୟ ପରିବର୍ତ୍ତନ । ଏଥର କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ ଦେଖିବା ପାଇଁ ଦର୍ଶକଙ୍କୁ ମିଳିବ ଅନୁମତି । ଦର୍ଶକଙ୍କ ଉପସ୍ଥିତିରେ କେଳାଯିବ ଆଉ ଏକ ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ । ଏନେଇ ଏଫଆଇଏଚ ଏବଂ କ୍ରୀଡା ବିଭାଗ ଏକ ସଙ୍କେତ ଦେଇଛନ୍ତି ।
ଆସନ୍ତା ଫେବୃୟାରୀ ଏଫଆଇଏଚ ପୁରୁଷ ଓ ମହିଳା ପ୍ରୋ ଲିଗ ଆରମ୍ଭ ହେବ । ତେବେ ହକିର ଘରୋଇ ପର୍ଯ୍ୟାୟ ମ୍ୟାଚ କଳିଙ୍ଗ ଷ୍ଟାଡିୟମରେ ହିଁ ଖେଳାଯିବ । ଫେବୃୟାରୀ ୨୬ ତାରିଖରୁ ପୁରୁଷ ମାନଙ୍କର ଲିଗ ଆରମ୍ଭ ହେଉଥିବା ବେଳେ ଫେବୃୟାରୀ ୧୯ରୁ ଅରମ୍ଭ ହେବ ମହିଳା ପ୍ରୋ ଲିଗ । ପୁରୁଷ ବର୍ଗରେ ୨୬ ଓ ୨୭ରେ ସ୍ପେନ୍, ମାର୍ଚ ୧୨ ଓ ୧୩ରେ ଜର୍ମାନି ଏବଂ ୧୯ ଓ ୨୦ ତାରିଖରେ ଆର୍ଜେଣ୍ଟିନା ସହ ଭାରତର ମୁକାବିଲା ରହିଛି । ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ଏପ୍ରିଲ ୨ ଓ ୩ରେ ଖେଳାଯିବ । ଭାରତୀୟ ପୁରୁଷ ଟିମ୍ ମୋଟ ୮ଟି ମ୍ୟାଚ୍ ଖେଳିବା ସହ ମହିଳା ଟିମ୍ ମଧ୍ୟ କିଛି ମ୍ୟାଚ ଖେଳିବ ।

Related posts

ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଭାରତୀୟ ପୁରୁଷ ହକି ଟିମର ବିଜୟ

Odisha Sports Bureau

କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ନାଭାଲ ଟାଟା ହକି ଗ୍ରାସରୁଟ୍ ଲିଗ୍ ଚାମ୍ପିୟନସିପର ଚତୁର୍ଥ ସଂସ୍କରଣ ଆରମ୍ଭ

Odisha Sports Bureau

ଆରମ୍ଭ ହେଲା ଜୁନିୟର ମହିଳା ଚମ୍ପିୟନସିପ