More Sports

୨୩୭ ଆଥଲେଟ ସମ୍ମାନିତ

ଭୁବନେଶ୍ୱର: ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଆଥଲେଟମାନଙ୍କ ଉଲ୍ଲେଖନୀୟ ପ୍ରଦର୍ଶନକୁ ସ୍ୱୀକୃତି ଦେଇ କ୍ରୀଡା ଏବଂ ଯୁବ ସେବା ବିଭାଗ ଆଜି ରାଜ୍ୟର ୨୩୭ ଜଣ ଆଥଲେଟଙ୍କୁ ସମ୍ମାନିତ କରିଛି । କ୍ରୀଡ଼ା ଏବଂ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ଏବଂ ଯୁବ ସେବା ବିଭାଗ ସଚିବ ଆର.ଭିନିଲ କୃଷ୍ଣ ଏବଂ ରାଜ୍ୟ କ୍ରୀଡ଼ା ବିଭାଗର ଅଧିକାରୀଙ୍କ ଉପସ୍ଥିତିରେ ଆଥଲେଟମାନଙ୍କୁ ନଗଦ ପୁରସ୍କାର ପ୍ରଦାନ କରିଥିଲେ ।


ବିଭିନ୍ନ କ୍ରୀଡା ବିଭାଗରେ ମୋଟ ୧ କୋଟି ୮ ଲକ୍ଷ ଏବଂ ୮୩ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ମୋଟ ୨୩୭ ଆଥଲେଟଙ୍କ ମଧ୍ୟରୁ ୧୭୨ ଜଣ ସାଧାରଣ ବର୍ଗରେ ଥିବାବେଳେ ୬୫ ଜଣ ପାରା ବର୍ଗରେ ସମ୍ମାନିତ ହୋଇଛନ୍ତି ।


ଉପସ୍ଥିତ ଆଥଲେଟ୍ସମାନଙ୍କୁ ଅଭିନନ୍ଦନ ଜଣାଇ କ୍ରୀଡ଼ା ମନ୍ତ୍ରୀ କହିଛନ୍ତି, “ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ସରକାର କ୍ରୀଡ଼ା ଏବଂ କ୍ରୀଡ଼ାବିତଙ୍କ ଉନ୍ନତି ପାଇଁ ଅନେକ ଯୋଜନା ପ୍ରସ୍ତୁତ କରିଛନ୍ତି । ଖେଳାଳିମାନେ ନିଜ ନିଜ ଇଭେଣ୍ଟରେ ଉତ୍କର୍ଷ ହେବା ପାଇଁ ଆମେ ଭିତ୍ତିଭୂମି ନିର୍ମାଣ କରିବାରେ ସକ୍ଷମ ହୋଇଛୁ । ଖେଳାଳିଙ୍କ ଉଚ୍ଚ ପ୍ରଦର୍ଶନ ପାଇଁ ଆମେ ରାଜ୍ୟରେ ୧୧ ଟି ଏଚପିସି ମଧ୍ୟ ନିର୍ମାଣ କରିଛୁ ଜ୍ଝ ଗତକାଲି ମାନ୍ୟବର ମୁଖ୍ୟମନ୍ତ୍ରୀ କାଲିଙ୍ଗା ଷ୍ଟାଡିୟମ ପରିଦର୍ଶନ କରି ୮୯ ଟି ଇନଡୋର ଷ୍ଟାଡିୟମର ମୂଳଦୁଆ ପକାଇ ଅନେକ ପ୍ରମୁଖ କ୍ରୀଡ଼ା ପ୍ରକଳ୍ପର ଉଦଘାଟନ କରିଥିଲେ । ନଗଦ ପୁରସ୍କାର ତୁମର କଠିନ ପରିଶ୍ରମ ଏବଂ ଉଲ୍ଲେଖନୀୟ ସଫଳତାର ସ୍ୱୀକୃତି ଅଟେ । ଆପଣ ସମସ୍ତେ କ୍ରୀଡ଼ାର ଯୁବ ପିଢି ପାଇଁ ଆଦର୍ଶ ଅଟନ୍ତି ଏବଂ ମୁଁ ଆପଣଙ୍କ ଆଗାମୀ କ୍ରୀଡା ଯାତ୍ରାରେ ଆପଣଙ୍କୁ ଅଧିକ ଉତ୍ସାହିତ କରିବାକୁ ଚାହୁଁଛି ବୋଲି ସେ କହିଛନ୍ତି ।

Related posts

ଜିଲ୍ଲା ସ୍ତରୀୟ କବାଡି ଓ ଖୋଖୋ ପ୍ରତିଯୋଗିତା ଅନୁଷ୍ଠିତ

Odisha Sports Bureau

ସୁଟର ରବି କୁମାର ଏବଂ ବକ୍ସର ସୁମିତଙ୍କ ଉପରେ ୱାଡାର ପ୍ରତିବନ୍ଧକ

Odisha Sports Bureau

ରୋଲ ମଡେଲଙ୍କୁ ଘାରିଛି ମଡେଲିଂ ନିଶା

Odisha Sports Bureau