Cricket

ମ୍ୟାଚ ପୂର୍ବରୁ ସାଉଥ ଆଫ୍ରିକାକୁ ଝଟକା

ନୂଆଦିଲ୍ଲୀ: ଭାରତ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଛି ଶକ୍ତ ଝଟକା । ଆହତ ହୋଇ ଦଳରୁ ବାଦ ପଡିଲେ ଷ୍ଟାର ବୋଲର । ଦ୍ରୁତ ବୋଲର ଏନରିକ ନୋର୍ତୋଜେ ଟେଷ୍ଟ ସିରିଜରୁ ବାଦ ପଡିଥିବା ନେଇ ଏକ ବିଜ୍ଞପ୍ତି ଜାରି କରିଛି କ୍ରିକେଟ ଦକ୍ଷିଣ ଆଫ୍ରିକା । ତେବେ ତାଙ୍କ ସ୍ଥାନରେ ଦଳରେ କାହାକୁ ସ୍ଥାନ ଦିଆଯିବ ସେ ନେଇ କୌଣସି ସୂଚନା ମିଳି ପାରିନାହିଁ ।
ଦ୍ରୁତ ବୋଲର ଏନରିକ ନୋର୍ତଜେ କ୍ରମାଗତ ଆହତ କାରଣରୁ ଭାରତ ବିପକ୍ଷ ଟେଷ୍ଟ ସିରିଜ୍ରୁ ବାଦ୍ ପଡିଛନ୍ତି। ସେ ଏ ପର୍ୟ୍ୟନ୍ତ ଶତ ପ୍ରତିଶତ ସୁସ୍ଥ ହୋଇ ପାରି ନାହାନ୍ତି। ଆହତଜନିତ ସମସ୍ୟାରୁ ମୁକୁଳିବା ପାଇଁ ସେ ବିଶେଷଜ୍ଞଙ୍କ ପରାମର୍ଶ ଲୋଡୁଛନ୍ତି। ବର୍ତ୍ତମାନ ତାଙ୍କ ସ୍ଥାନରେ ଅନ୍ୟ କୌଣସି ଖେଳାଳିଙ୍କୁ ଦଳରେ ସାମିଲ୍ କରାଯାଇ ନାହିଁ। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଡିସେମ୍ବର ୨୬ରୁ ପ୍ରଥମ ଟେଷ୍ଟ ସେଞ୍ଚୁରିୟାନର ସୁପରସ୍ପୋର୍ଟ୍ସ ପାର୍କରେ ଖେଳାଯିବ।ନୋର୍ତଜେଙ୍କ ଅନୁପସ୍ଥିତି ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲିଂ ଆକ୍ରମଣକୁ ଜୋରଦାର ଝଟକା ଦେଇଛି। ସେ ବାଦ୍ ପଡିବାରୁ କାଗିସୋ ରାବଡା ଓ ଲୁଙ୍ଗି ଏନଗିଡିଙ୍କ ଉପରେ ଦାୟିତ୍ଵ ଅଧିକ ବଢି ଯାଇଛି। ନୋର୍ତଜେ ୨୦୨୧ ଆଇପିଏଲ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳିଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ ମେଗା ନିଲାମ ପୂର୍ବରୁ ତାଙ୍କୁ ଦଳ ରିଟେନ୍ କରିବାକୁ ନିଷ୍ପତ୍ତି ନେଇଥିଲା। ଚଳିତ ବର୍ଷ ୫ଟି ଟେଷ୍ଟରୁ ୨୦.୭୬ ହାରରେ ୨୫ ଟି ୱିକେଟ ନେଇଛନ୍ତି ନୋର୍ତୋଜେ । ଯେଉଁଥିରେ ଦୁଇ ଥର ସାମିଲ ରହିଛି ୫ଟ୍ୱିକେଟ ହଲ ।

Related posts

ଟିମ ଇଣ୍ଡିଆର ନୂଆ ହେଡ କୋଚ ହେଲେ ଗୌତମ ଗମ୍ଭୀର

Odisha Sports Bureau

ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ୧୬୩ ରନର ଟାର୍ଗେଟ

ଖେଳରୁ ବାଦ୍ ପଡିଲେ ବୁମ୍ରା !

Odisha Sports Bureau