Cricket

ଇଣ୍ଡିଆନ କ୍ରିକେଟରେ କୋରୋନା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରେ ପଶିଲା କୋରୋନା । ବିସିସିଆଇ ସଭାପତି ତଥା ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । କୋରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଦେଶରେ ମାତ୍ରାଧିକ ବଢୁଥିବା ସମୟରେ ଏହି ଖବର ଏବେ ଚିନ୍ତାଜନକ ହୋଇଛି । ଏହାର ଝଲକ ସୋଶିଆଲ ମିଡିଆରେ ଦେଖିବାକୁ ମିଳିଛି । ଦାଦାଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କ ପ୍ରଶଂସକମାନେ ସୋଶଲ ମିଡିଆରେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ତେବେ ଗାଙ୍ଗୁଲିଙ୍କୁ ଏବେ ଉଡଲାଣ୍ଡ ସ୍ତିତ ଏକ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ୨୦୨୧ ଆରମ୍ଭରେ ମଧ୍ୟ ଅସୁସ୍ଥତାର ଶିକାର ହୋଇଥଲେ ସୌରଭ । ହୃଦଘାତର ଶିକାର ହୋଇଥିଲେ ଦାଦା ।ତେଣୁ ତାଙ୍କର ଆଞ୍ଜିଓପ୍ଲାଷ୍ଟି ମଧ୍ୟ କରାଯାଇଥିଲା ।

Related posts

ଆଇପିଏଲ ପ୍ରିମିୟର ଲିଗ: ପରବର୍ତ୍ତୀ ଆଦେଶକୁ ଅପେକ୍ଷା

Odisha Sports Bureau

ସେମିଫାଇନାଲ ସହ ସମାନ ଶ୍ରୀଲଙ୍କା-ପାକ୍ ମ୍ୟାଚ

Odisha Sports Bureau

ଶେଷ ଦିନରେ ଓଭାଲ ଟେଷ୍ଟ

Odisha Sports Bureau

Leave a Comment