Hockey

ବୀରେନ୍ଦ୍ରଙ୍କୁ ମିଶାଇ ଓଡ଼ିଶା ପୁଲିସ୍‌ରେ ନିଯୁକ୍ତି ଦିଆଗଲାଣି ମୋଟ ୧୩୬ ଜଣ କ୍ରୀଡ଼ାବିତ୍‌

ନୂଆଦିଲ୍ଲୀ: ଅଲିମ୍ପିଆନ ତଥା ଭାରତୀୟ ହକି ଦଳର ପୂର୍ବତନ ସଦସ୍ୟ ବୀରେନ୍ଦ୍ର ଲାକ୍ରା ଓଡ଼ିଶା ପୁଲିସ୍‌ରେ ଡିଏସ୍‌ପି ଭାବେ ଯୋଗଦେଇଛନ୍ତି। ଗତକାଲି ପୁଲିସ୍‌ ମୁଖ୍ୟାଳୟରେ ଡିଜିପି ସୁନୀଲ କୁମାର ବ˚ଶଲଙ୍କୁ ସାକ୍ଷାତ କରି ସେ ତାଙ୍କର ଯୋଗଦାନ ରିପୋର୍ଟ ପ୍ରଦାନ କରିଥିଲେ। ତେବେ ଆସନ୍ତା ଦୁଇ ତିନିଦିନ ମଧ୍ୟରେ ଖାଲିସ୍ଥାନ ଦେଖିବା ପରେ ତାଙ୍କୁ ଅବସ୍ଥାନ କରାଯିବ ବୋଲି ମୁଖ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ଦୁଇ ଓଡ଼ିଆ ପୁଅ ବୀରେନ୍ଦ୍ର ଓ ଅମିତ ରୋହିଦାସ ଟୋକିଓ ଅଲିମ୍ପିକ୍ସରେ କା˚ସ୍ୟ ପଦକ ଜିତିଥିବା ଭାରତୀୟ ହକି ଦଳର ସଦସ୍ୟ ରହିଥିଲେ। ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଉଭୟଙ୍କୁ ଅର୍ଥ ପୁରସ୍କାର ଦିଆଯାଇଥିଲା ବେଳେ ଓଡ଼ିଶା ପୁଲିସ୍‌ରେ ନିଯୁକ୍ତି ଦିଆଯିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ତେବେ ଅମିତ ଭାରତୀୟ ରେଳବାଇରେ ଯୋଗଦେଇଥିଲା ବେଳେ ବୀରେନ୍ଦ୍ର ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ଗ୍ରହଣ କରିଥିଲେ। ଅଲିମ୍ପିକ୍ସ ଖେଳିଥିବାରୁ ତାଙ୍କୁ ସିଧାସଳଖ ଡିଏସ୍‌ପି ପାହ୍ୟାରେ ନିଯୁକ୍ତି ଦିଆଯାଇଥିଲା। ବୀରେନ୍ଦ୍ରଙ୍କୁ ମିଶାଇ ଓଡ଼ିଶା ପୁଲିସ୍‌ରେ ମୋଟ ୧୩୬ ଜଣ କ୍ରୀଡ଼ାବିତ୍‌ଙ୍କୁ ନିଯୁକ୍ତି ଦିଆଗଲାଣି।

Related posts

ଜାତୀୟ ବାଳିକା ହକି ପ୍ରତିଯୋଗିତା : ୫ଟି ମ୍ୟାଚରେ ୬୧ଗୋଲ୍

Odisha Sports Bureau

ହକି ଇଣ୍ଡିଆ : 33 ଖେଳାଳିଙ୍କ ନାମ ଘୋଷଣା

ଜାପାନକୁ ୫-୧ ଗୋଲ୍ରେ ମାତ୍ ଦେଇଛି ଭାରତ

Odisha Sports Bureau