Hockey

ଏଫ୍‌ଆଇଏଚ୍ ‌ପ୍ରୋ ଲିଗ୍ ହକି:୨୨ ଜଣିଆ ଭାରତୀୟ ମହିଳା ଦଳ ଘୋଷିତ

ନୂଆଦିଲ୍ଲୀ: ଚଳିତ ମାସ ୧୨ ଓ ୧୩ ଦୁଇ ଦିନ ଧରି କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଜର୍ମାନୀ ବିପକ୍ଷ ଏଫ୍‌ଆଇଏଚ୍ ‌ପ୍ରୋ ଲିଗ୍ ହକି ମ୍ୟାଚ୍‌ ଲାଗି ବୁଧବାର ୨୨ ଜଣିଆ ଭାରତୀୟ ମହିଳା ଦଳ ଘୋଷିତ ହୋଇଛି। ଓଡ଼ିଆ ତାରକା ଦୀପଗ୍ରେସ୍ ଏକ୍କା ଉପଅଧିନାୟିକା ଏବଂ ଗୋଲ୍‌ରକ୍ଷକ ସବିତା ଅଧିନାୟିକା ପଦ ବଜାୟ ରଖିଛନ୍ତି। ଯୁବ ଏବଂ ଅଭିଜ୍ଞ ଖେଳାଳିଙ୍କୁ ନେଇ ଭାରତୀୟ ଦଳ ବେଶ୍ ସନ୍ତୁଳିତ ହୋଇଥିବାରୁ ବିଶ୍ବ ମାନ୍ୟତାର ପଞ୍ଚମ ସ୍ଥାନରେ ଥିବା ଜର୍ମାନୀକୁ ଆମେ କଡ଼ା ଟକ୍କର ଦେବୁ ବୋଲି ପ୍ରଶିକ୍ଷକ ଜାନେକ ସ୍କପମ୍ୟାନ୍ ଦୃଢ଼ ଆଶା ପୋଷଣ କରିଛନ୍ତି। ସୂଚନାଯୋଗ୍ୟ ଯେ ଜର୍ମାନୀ ମହିଳା ଦଳ ପ୍ରଥମ ଥର ପାଇଁ କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳିବ।

ଭାରତୀୟ ଦଳ: ସିବିତା (ଅଧିନାୟିକା), ବିଚୁ ଦେବୀ ଖରିବାମ, ଦୀପ ଗ୍ରେସ୍ ଏକ୍କା (ଉପଅଧିନାୟିକା), ଗୁରଜିତ କୌର, ନିକ୍କି ପ୍ରଧାନ, ଉଦିତା, ଅକ୍ଷତା ଆବାସୋ ଧକାଲେ, ନିଶା, ସଲିମା ଟେଟେ, ସୁଶୀଳା ଚାନୁ ପୋଖରାମବାମ, ଜ୍ୟୋତି, ମୋନିକା, ନେହା, ନଭଜ୍ୟୋତ କୌର, ସୋନିକା, ରାଜବିନ୍ଦର କୌର, ଶର୍ମିଳା ଦେବୀ, ନଭନୀତ କୌର, ଲାଲରେମସିଆମି, ସଙ୍ଗୀତା କୁମାରୀ, ମାରିଆନା କୁଜୁର, ଦୀପିକା। ଷ୍ଟାଣ୍ଡବାଏ: ରଜନୀ ଇତିପାରପୁ, ଈଶିକା ଚୌଧୁରୀ, ନମିତା ଟପ୍ପୋ ।

Related posts

ହକି ମହାସମର- ଦ୍ୱିତୀୟ ଦିନରେ ପୁଲ ‘ଏ’ ର ଦୁଇଟି ମ୍ୟାଚ୍ ଖେଳାଯିବ

Odisha Sports Bureau

ବିବାଦ ପରେ ଭାରତୀୟ ଦଳର ଜର୍ସିକୁ ନେଇ ନିଷ୍ପତ୍ତି ବଦଳାଇଲା ହକି ଇଣ୍ଡିଆ

Odisha Sports Bureau

ପ୍ରଥମ ଓଡିଆ ଭାବେ ହକି ଆନ୍ଥେମ୍ ପ୍ରସ୍ତୁତ କଲେ ପ୍ରେମା ନନ୍ଦ

Odisha Sports Bureau