Tennis

ଟେନିସ ଜଗତରୁ ସନ୍ୟାସ ନେଲେ ଆସଲା ବାର୍ଟି

ବିଶ୍ୱର ଏକ ନମ୍ବର ଟେନିସ୍ ଖେଳାଳି ଆସଲା ବାର୍ଟି ଟେନିସରୁ ସନ୍ନ୍ୟାସ ନେଇଛନ୍ତି । ଆସଲା ହେଉଛନ୍ତି ଅଷ୍ଟ୍ରେଲିଆର ଆଗଧାଡିର ଟେନିସ ଖେଳାଳି । ବିଶ୍ୱର ଚତୁର୍ଥ ମହିଳା ଖେଳାଳି ଭାବେ କ୍ରମାନ୍ୱୟରେ ୧୧୪ ସପ୍ତାହ ଧରି ଡବ୍ଲଟିଏ ମାନ୍ୟତା ତାଲିକାରେ ଶୀର୍ଷ ସ୍ଥାନ ବଜାୟ ରଖିଥିଲେ ବାର୍ଟି । ହେଲେ ଏବେ ଆଉ ସର୍ବୋଚ୍ଚ ସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ତାଙ୍କ ପାଖରେ ଶରୀରିକ ଓ ମାନସିକ ଉତ୍ସାହ ନଥିବା ଯୋଗୁଁ ସେ ଟେନିସର୍ରୁୁ ସନ୍ନ୍ୟାସ ନେଉଥିବା ଦର୍ଶାଇଛନ୍ତି । ଗତ ଜାନୁଆରୀ ମାସରେ ବାର୍ଟି ଅଷ୍ଟ୍ରେଲିଆନ୍ ଓପନ୍ ଗ୍ରାଣ୍ଡ ସ୍ଲାମ ଜିତି ଇତିହାସ ରଚିଥିଲେ ।ହେଲେ ତାଙ୍କର ଏପରି ଖେଳରୁ ବୀରତ ହେବା କଥା ପୁରା ଖେଳ ଜଗତକୁ ସ୍ତବ୍ଦ କରିଦେଇଛି । ସେ ତାଙ୍କ କ୍ରୀଡା କୌସଳରେ ସାରା ବିଶ୍ୱକୁ ଆକର୍ଷିତ କରିଛନ୍ତି । ଏଥିସହ ସେ ତାଙ୍କ କ୍ୟାରିୟରରେ ଅନେକ ସଫଳତା ହାସଲ କରିଛନ୍ତି ।

Related posts

ଆହତ ଫେଡେରର ଚଳିତ ବର୍ଷ କୌଣସି ମ୍ୟାଚ୍ ଖେଳିବେ ନାହିଁ, ଜୋକୋଭିକ୍ ୟୁଏସ୍ ଓପନରୁ ମଧ୍ୟ ପ୍ରତ୍ୟାହାର କରିପାରିବେ

ପେନ ପେସିଫିକ୍ ଓପନ: କ୍ୱାଟର ଫାଇନାଲରେ ପ୍ରବେଶ କଲେ ନାଓମୀ ଓସାକା

Odisha Sports Bureau

କିଟ୍ ମହିଳା ଟେନିସ ଦଳର ବିଜୟରୁ ଅଭିଯାନ ଆରମ୍ଭ

Odisha Sports Bureau