Tennis

ଟେନିସ ଜଗତରୁ ସନ୍ୟାସ ନେଲେ ଆସଲା ବାର୍ଟି

ବିଶ୍ୱର ଏକ ନମ୍ବର ଟେନିସ୍ ଖେଳାଳି ଆସଲା ବାର୍ଟି ଟେନିସରୁ ସନ୍ନ୍ୟାସ ନେଇଛନ୍ତି । ଆସଲା ହେଉଛନ୍ତି ଅଷ୍ଟ୍ରେଲିଆର ଆଗଧାଡିର ଟେନିସ ଖେଳାଳି । ବିଶ୍ୱର ଚତୁର୍ଥ ମହିଳା ଖେଳାଳି ଭାବେ କ୍ରମାନ୍ୱୟରେ ୧୧୪ ସପ୍ତାହ ଧରି ଡବ୍ଲଟିଏ ମାନ୍ୟତା ତାଲିକାରେ ଶୀର୍ଷ ସ୍ଥାନ ବଜାୟ ରଖିଥିଲେ ବାର୍ଟି । ହେଲେ ଏବେ ଆଉ ସର୍ବୋଚ୍ଚ ସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ତାଙ୍କ ପାଖରେ ଶରୀରିକ ଓ ମାନସିକ ଉତ୍ସାହ ନଥିବା ଯୋଗୁଁ ସେ ଟେନିସର୍ରୁୁ ସନ୍ନ୍ୟାସ ନେଉଥିବା ଦର୍ଶାଇଛନ୍ତି । ଗତ ଜାନୁଆରୀ ମାସରେ ବାର୍ଟି ଅଷ୍ଟ୍ରେଲିଆନ୍ ଓପନ୍ ଗ୍ରାଣ୍ଡ ସ୍ଲାମ ଜିତି ଇତିହାସ ରଚିଥିଲେ ।ହେଲେ ତାଙ୍କର ଏପରି ଖେଳରୁ ବୀରତ ହେବା କଥା ପୁରା ଖେଳ ଜଗତକୁ ସ୍ତବ୍ଦ କରିଦେଇଛି । ସେ ତାଙ୍କ କ୍ରୀଡା କୌସଳରେ ସାରା ବିଶ୍ୱକୁ ଆକର୍ଷିତ କରିଛନ୍ତି । ଏଥିସହ ସେ ତାଙ୍କ କ୍ୟାରିୟରରେ ଅନେକ ସଫଳତା ହାସଲ କରିଛନ୍ତି ।

Related posts

ଆଲକାରାଜ ପ୍ରଥମ ଗ୍ରାଣ୍ଡସ୍ଲାମ ଟ୍ରଫି ଜିତି କଲେ ରେକର୍ଡ

ବ୍ରେସବନ ଇଣ୍ଟରନ୍ୟାସନାଲ୍ ଟୁର୍ଣ୍ଣମେଣ୍ଟରୁ ବାହାର ହେଲେ ନଂ୧ ଖେଳାଳୀ ବାର୍ଟି

Odisha Sports Bureau

ରାଷ୍ଟ୍ରିୟ ସ୍କୁଲ ଗେମ୍ସ୍ ଟିଟି ଚମ୍ପିଆନସପର ୟୁ-୧୭ ବର୍ଗର ଟାଇଟଲ୍ ଜିତିଲେ ପାୟସ

Odisha Sports Bureau