Cricket

ଟି -୨୦ ବିଶ୍ଵକପ ପରେ ଭାରତୀୟ ଦଳ ନିଉଜିଲ୍ୟାଣ୍ଡ ଗସ୍ତ କରିବ

ମୁମ୍ବାଇ : ନିଉଜିଲ୍ୟାଣ୍ଡ ଓ ବାଂଲାଦେଶ ରେ ହେବାକୁ ଥିବା ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଅଷ୍ଟ୍ରେଲିଆ ରେ ଚାଲିଥିବା ଟି -୨୦ ବିଶ୍ଵକପ ପରେ ଭାରତୀୟ ଦଳ ନିଉଜିଲ୍ୟାଣ୍ଡ ଗସ୍ତ କରିବ। ନିଉଜିଲ୍ୟାଣ୍ଡ ବିପକ୍ଷରେ ଦଳର ମଙ୍ଗ ଧରିବେ ଭାରତୀୟ ଯୁବ ତାରକା ହାର୍ଦିକ ପାଣ୍ଡ୍ୟା । ଟି -୨୦ରେ ରୋହିତଙ୍କ ସ୍ଥାନରେ ଦଳର ଅଧିନାୟକ ଭାର ସମ୍ଭାଳିବେ ଯୁବ ଅଲ ରାଉଣ୍ଡର ହାର୍ଦିକ ପାଣ୍ଡ୍ୟା । ସେହିପରି ନିଉଜିଲ୍ୟାଣ୍ଡ ବିପକ୍ଷରେ ଦିନିକିଆ ମ୍ୟାଚ୍ ର ଭାର ସମ୍ଭାଳିବେ ଶିଖର ଧାୱନ । ଭିରାଟ କୋହଲି ଏବଂ କେ ଏଲ ରାହୁଲଙ୍କୁ ବିଶ୍ରାମ ଦିଆଯାଇଛି। ନଭେମ୍ବର ରେ ଆରମ୍ଭ ହେବ ଭରତ- ନିଉଜିଲ୍ୟାଣ୍ଡ ସିରିଜ। ରୋହିତ ଶର୍ମାଙ୍କୁ ମଧ୍ଯ ବିଶ୍ରାମ ଦିଆଯାଇଛି। ଦଳର ଉପ ଅଧିନାୟକ ରହିବେ ରିଶବ ପନ୍ତ। ନଭେମ୍ବର ୧୮ରେ ନିଉଜିଲ୍ୟାଣ୍ଡ ବିପକ୍ଷରେ ୱେଲିଂଟନେ ରେ ପ୍ରଥମ ଟି -୨୦ ମ୍ୟାଚ୍ ଖେଳାଯିବ । ନଭେମ୍ବର ୨୫ରୁ ଆରମ୍ଭ ହେବ ଦିନିକିଆ ସିରିଜ।

Related posts

ଆଜିର ମ୍ୟାଚ ଟିମ ଇଣ୍ଡିଆ ପାଇଁ ‘କର ବା ମର’ ପରିସ୍ଥିତି  

Odisha Sports Bureau

ଟିମ୍ ଇଣ୍ଡିଆ ସ୍କ୍ୱାର୍ଡରେ ଯୋଗ ଦେବେ ମୟଙ୍କ ଅଗ୍ରୱାଲ

IPL 2026ରେ CSK vs SRH ମ୍ୟାଚ୍ ପରେ ଅବସର ନେବେ କି ଧୋନୀ ?