Cricket

ଟି -୨୦ ବିଶ୍ଵକପ ପରେ ଭାରତୀୟ ଦଳ ନିଉଜିଲ୍ୟାଣ୍ଡ ଗସ୍ତ କରିବ

ମୁମ୍ବାଇ : ନିଉଜିଲ୍ୟାଣ୍ଡ ଓ ବାଂଲାଦେଶ ରେ ହେବାକୁ ଥିବା ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଅଷ୍ଟ୍ରେଲିଆ ରେ ଚାଲିଥିବା ଟି -୨୦ ବିଶ୍ଵକପ ପରେ ଭାରତୀୟ ଦଳ ନିଉଜିଲ୍ୟାଣ୍ଡ ଗସ୍ତ କରିବ। ନିଉଜିଲ୍ୟାଣ୍ଡ ବିପକ୍ଷରେ ଦଳର ମଙ୍ଗ ଧରିବେ ଭାରତୀୟ ଯୁବ ତାରକା ହାର୍ଦିକ ପାଣ୍ଡ୍ୟା । ଟି -୨୦ରେ ରୋହିତଙ୍କ ସ୍ଥାନରେ ଦଳର ଅଧିନାୟକ ଭାର ସମ୍ଭାଳିବେ ଯୁବ ଅଲ ରାଉଣ୍ଡର ହାର୍ଦିକ ପାଣ୍ଡ୍ୟା । ସେହିପରି ନିଉଜିଲ୍ୟାଣ୍ଡ ବିପକ୍ଷରେ ଦିନିକିଆ ମ୍ୟାଚ୍ ର ଭାର ସମ୍ଭାଳିବେ ଶିଖର ଧାୱନ । ଭିରାଟ କୋହଲି ଏବଂ କେ ଏଲ ରାହୁଲଙ୍କୁ ବିଶ୍ରାମ ଦିଆଯାଇଛି। ନଭେମ୍ବର ରେ ଆରମ୍ଭ ହେବ ଭରତ- ନିଉଜିଲ୍ୟାଣ୍ଡ ସିରିଜ। ରୋହିତ ଶର୍ମାଙ୍କୁ ମଧ୍ଯ ବିଶ୍ରାମ ଦିଆଯାଇଛି। ଦଳର ଉପ ଅଧିନାୟକ ରହିବେ ରିଶବ ପନ୍ତ। ନଭେମ୍ବର ୧୮ରେ ନିଉଜିଲ୍ୟାଣ୍ଡ ବିପକ୍ଷରେ ୱେଲିଂଟନେ ରେ ପ୍ରଥମ ଟି -୨୦ ମ୍ୟାଚ୍ ଖେଳାଯିବ । ନଭେମ୍ବର ୨୫ରୁ ଆରମ୍ଭ ହେବ ଦିନିକିଆ ସିରିଜ।

Related posts

ମହିଳା କ୍ରିକେଟ ମ୍ୟାଚରେ ବାଂଲାଦେଶକୁ ୮ ରନରେ ହରାଇ ଭାରତ ହେଲା ଚାମ୍ପିୟନ

ବେଙ୍ଗାଲୁରୁ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳା ଯିବ ଆଇପିଏଲର ୩୦ ତମ ମ୍ୟାଚ

Odisha Sports Bureau

ଆଜି ମ୍ୟାଚରେ ପ୍ରଥମକୁ ଭେଟିବ ଦ୍ୱିତୀୟ

Odisha Sports Bureau