Football

ଫ୍ରାନ୍ସର ଫରୱାର୍ଡ ଖେଳାଳି ଖ୍ରିଷ୍ଟୋଫର ଏନ୍‌କୁଙ୍କୁ ବିଶ୍ବକପ୍‌ରୁ ବାଦ୍‌

ଦୋହା: ଫ୍ରାନ୍ସର ଫରୱାର୍ଡ ଖେଳାଳି ଖ୍ରିଷ୍ଟୋଫର ଏନ୍‌କୁଙ୍କୁ ଚଳିତ କାତାର ବିଶ୍ବକପ୍‌ରେ ଖେଳିପାରିବେନି। ମଙ୍ଗଳବାର ଦଳର ଅଭ୍ୟାସ ସମୟରେ ସେ ଆହତ ହେବାରୁ ଏହି ଫୁଟବଲ୍‌ ମହାକୁମ୍ଭରେ ଖେଳିବାରୁ ବଞ୍ଚି‌ତ ହେବେ ବୋଲି ସୂଚନା ଦିଆଯାଇଛି। ଅଭ୍ୟାସ ବେଳେ ସାଥି ଖେଳାଳି ଏଡୁଆର୍ଡୋ କାମାଭିଙ୍ଗାଙ୍କ ସହିତ ତାଙ୍କର ଧକ୍କା ହେବାରୁ ବାମ ଗୋଡ଼ରେ ଜୋର୍‌ରେ ମାଡ଼ ହୋଇଥିଲା। ଏକ୍ସ-ରେରେ ଗୋଇଠି ମୋଡ଼ି ହୋଇଯାଇଥିବା ଦେଖାଯାଇଥିଲା। ତେବେ ତାଙ୍କର ଡାକ୍ତରୀ ରିପୋର୍ଟ ଫିଫାକୁ ପଠାଯିବା ପରେ ବଦଳ ଖେଳାଳିଙ୍କ ନାମ ଘୋଷଣା କରାଯିବ ବୋଲି ଫ୍ରାନ୍ସ ମହାସଂଘ ପକ୍ଷରୁ କୁହାଯାଇଛି। ପୂର୍ବରୁ ଡିଫେଣ୍ଡର ପ୍ରେସନେଲ୍‌ କିମ୍ପେମ୍ବେ ମାଂସପେଶୀ ଜନିତ ଆଘାତ ଯୋଗୁଁ ଦଳରୁ ବାଦ୍‌ ପଡ଼ିଥିଲେ।

Related posts

ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଉଦଘାଟନୀ ମ୍ୟାଚରେ ଭାରତର ଦମଦାର ବିଜୟ

Odisha Sports Bureau

ଫୁଟବଲ ଖେଳୁଥିବା ସମୟରେ ଚାଲିଗଲା ଜୀବନ

Odisha Sports Bureau

ହାର ଜିତ ଭିତରେ ବିଦାୟ ନେଲେ ଫୁଟବଲ ଦୁନିଆର କିମ୍ବଦନ୍ତୀ ଖେଳାଳି ଲିଓନେଲ୍ ମେସି

Odisha Sports Bureau