Football

ଫିଫା ବିଶ୍ୱକପ୍ ୨୦୨୨: କତରରେ ପହଞ୍ଚି ଷ୍ଟେଜ ପଫୋରମାନ୍ସ ପାଇଁ ପ୍ରସ୍ତୁତ ହେଲେ ନୋରା

ବ୍ୟୁରୋ: କତରରେ ପହଞ୍ଚିଲେ ନୋରା ଫତେଇ । କତରରେ ଚାଲିଥିବା ଫିପା ବିଶ୍ୱକପ୍ ୨୦୨୨ରେ ନୃତ୍ୟଶିଳ୍ପୀ ନୋରା ଏକ ଷ୍ଟେଜ ପରଫୋମାନ୍ସ ଦେବା ପାଇଁ ସମ୍ପୁନ୍ନ ପ୍ରସୁତି ସହ କାତାର ରେ ପହଞ୍ଚିଛନ୍ତି । ନଭେମ୍ବର ୨୯ତଥା ମଙ୍ଗଳବାର ରେ ବିଶ୍ୱକପ୍ ଫ୍ୟାନ ଫେଷ୍ଟିଭାଲରେ ପରଫୋମାନ୍ସ କରିବେ ନୋରା ।
ନେରା ଫତେହି ତାଙ୍କର ନୃତ୍ୟ ପାଇଁ ବର୍ତ୍ତମାନ ବଳିଉଡରେ ଖୁବ୍ ନାଁ କମାଇ ସାରିଛନ୍ତି । ଏହା ସହ ତାଙ୍କର ଷ୍ଟାଇଲ ଏବଂ ଡ୍ରେସିଙ୍ଗ ସେନ୍ସ ପାଇଁ ମଧ୍ୟ ସେ ବେଶ ଜଣାଶୁଣା । ଏ ନେଇ ନୋରାଙ୍କର ସୋସିଆଲ ମିଡିଆରେ ମଧ୍ୟ ଖୁବ୍ ପ୍ରଶଂସକ ରହିଛନ୍ତି । ତେବେ କିଛି ସମୟ ପୂର୍ବରୁ ନୋରା କାତାର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ସେଠାରେ ମଧ୍ୟ ନୋରାଙ୍କ ସହ ଫଟୋ ଉଠାଇବା ପାଇଁ ଫ୍ୟାନ୍ସମାନଙ୍କ ମଧ୍ୟରେ ଖୁବ୍ ଉତ୍ସାହ ଦେଖିବାକୁ ମିଳିଥିଲା । ନୋରାଙ୍କ ଷ୍ଟାଇଲ ସହ ଡ୍ରେସିଙ୍ଗ ସେନ୍ସ ଅତ୍ୟନ୍ତ ଆର୍କଷଣୀୟ ଥିଲା । ନୋରାଙ୍କ ଏୟାରପୋର୍ଟ ଲୁକୁ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାର ଲାଗିଛି ।

ନୋରା କାତାରା ରେ ପହଞ୍ଚିବା ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାର ଲାଗିଛି । ଏହା ସହ ନେରାଙ୍କ ଫ୍ୟନ୍ସମାନେ ତାଙ୍କୁ ଦେଖିବା ପାଇଁ ଖୁବ୍ ଉତ୍ସାହି ଥିବା ଜଣାପଡିଛି । ନୋରାଙ୍କ ଭାଇରାଲ ହୋଇଥିବା ଭିଡିରେ ଜଣେ ୟୁଜର ଲେଖିଛନ୍ତି ଯେ, ମୁଁ ନୋରାଙ୍କୁ ଦେଖିବା ପାଇଁ ଅଧିକ ଉତ୍ସାହିତ ଅଛି । ଏହା ସହ ଅନ୍ୟ ଜଣେ ୟୁଜର ମୁଁ ତାଙ୍କୁ ମିସ କଲି ବୋଲି ଲେଖିଛନ୍ତି ।

ସୂଚନାମୁତାବକ, କତରରେ ଚାଲିଥିବା ଫିଫାର ଏହି ପ୍ରତିଷ୍ଠିତ ଟୁର୍ଣ୍ଣାମେଣ୍ଟରେ ଡିଫେଣ୍ଡିଂ ଚାମ୍ପିଅନ ଫ୍ରାନ୍ସ ସହିତ ମୋଟ୍ ୩୨ଟି ଦଳ ଅଂଶଗ୍ରହଣ କରିଛନ୍ତି । ଏଥିରେ ୮ଟି ଗ୍ରୁପରେ ଚାରୋଟି ଲେଖାଏଁ ଦଳକୁ ବିଭକ୍ତ କରାଯାଇଛି। ୨୯ ଦିନରେ ୪୮ ଲିଗ୍ ମ୍ୟାଚ୍ ସହିତ ମୋଟ୍ ୬୪ଟି ମୁକାବିଲା ଖେଳାଯିବ। ଲିଗ୍ ପର୍ୟ୍ୟାୟ ରେ ଦମଦାର ପ୍ରଦର୍ଶନ କରିଥିବା ଦଳ ୧୬ଟି ଦଳ ନକଆଉଟରେ ପ୍ରବେଶ କରିବେ। ଡିସେମ୍ବର ୩ରେ ନକଆଉଟ୍ ମୁକାବିଲା ଆରମ୍ଭ ହେବ। ଫାଇନାଲ୍ ମ୍ୟାଚ୍ ଡିସେମ୍ଵର ୧୮ରେ ଖେଳାଯିବ।

 

Related posts

ହାଇଦ୍ରାବାଦକୁ ୩-୧ ଗୋଲରେ ପରାସ୍ତ କଲା ଜାମଶେଦପୁର

Odisha Sports Bureau

ମୋହନ ବାଗାନଠୁ ୪-୦ରେ ହାରିଲା ଓଡ଼ିଶା ଏଫ୍‌ସି

Odisha Sports Bureau

ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ୫୦୦ ମିଲିଅନ ଫଲୋଅର୍ସ ଥିବା ରୋନାଲଡୋ ଦୁନିଆର ପ୍ରଥମ ବ୍ୟକ୍ତି ହୋଇଛନ୍ତି

Odisha Sports Bureau