Hockey

ଇଣ୍ଡିଆର ସଭାପତି ଭାବେ ଦିଲୀପ ତିର୍କୀ ଦାୟିତ୍ୱ ନେବା ପରେ ହକିର ବିକାଶ ପାଇଁ ବଡ଼ବଡ଼ ପଦକ୍ଷେପ ନିଆଯାଉଛି

ଭୁବନେଶ୍ବର: ଇଣ୍ଡିଆର ସଭାପତି ଭାବେ ଦିଲୀପ ତିର୍କୀ ଦାୟିତ୍ୱ ନେବା ପରେ ହକିର ବିକାଶ ପାଇଁ ବଡ଼ବଡ଼ ପଦକ୍ଷେପ ନିଆଯାଉଛି। ସାରା ଭାରତରେ ରହିଥିବା ହକି ଏକାଡାମୀ, ସ୍ପୋର୍ଟ ହଷ୍ଟେଲ ବା ହକି ହଷ୍ଟେଲରେ ଏବେ ଜଣେ ଲେଖାଏଁ ଡ୍ରାଗ୍ ଫ୍ଲିକର କୋଚ୍ ଓ ଗୋଲକିପର କୋଚ୍ ରହିବେ। ଏନେଇ ସବୁ ରାଜ୍ୟର ହକି ହଷ୍ଟେଲ ଓ ହକି ଏକାଡେମୀକୁ ନିର୍ଦ୍ଦେଶ ଦେଇଛନ୍ତି ହକି ଇଣ୍ଡିଆର ସଭାପତି ଡ଼. ଦିଲ୍ଲୀପ ତିର୍କୀ। ବିଶ୍ୱର ଯେତେଟି ଶ୍ରେଷ୍ଠ ହକି ଟିମ୍ ଅଛି, ସେମାନଙ୍କ ପାଖରେ ବିଶ୍ୱସ୍ତରୀୟ ଡ୍ରାଗ୍ ଫ୍ଲିକର ରହିଛନ୍ତି । ତାହାର କାରଣ ହେଲା ସେମାନେ ସବଜୁନିୟର ଓ ଜୁନିୟର ସ୍ତରରୁ ଡ୍ରାଗ ଫ୍ଲିକର ପାଇଁ ସ୍ୱତନ୍ତ୍ର ଟ୍ରେନିଂ ନେଉଛନ୍ତି । ୧୬ ବର୍ଷ ବୟସରୁ କିପରି ଖେଳାଳିମାନେ ଉଚିତ ଟ୍ରେନିଂ ନେଇପାରିବେ ତାହା ଉପରେ ହକି ଇଣ୍ଡିଆ ପକ୍ଷରୁ ଯୋଜନା କରାଯାଉଛି। ଏହି ଦୁଇଟି ପୋଜିସନ ମର୍ଡନ ହକି ପାଇଁ ବହୁତ ଜରୁରୀ।

Related posts

ଚାମ୍ପିୟନ ଜୁଭେଣ୍ଟସ ପ୍ରତିଯୋଗିତାରେ ଅପରାଜେୟ ରେକର୍ଡ

Odisha Sports Bureau

ବୀରେନ୍ଦ୍ର ଲାକ୍ରା ହେଲେ ପୁରୁଷ ହକି ଟିମର ଅଧିନାୟକ

ହକି ବିଶ୍ୱକପ- ଅଭ୍ୟାସ ମ୍ୟାଚ୍ ରେ ଆର୍ଜେଣ୍ଟିନାକୁ ହରାଇଲା ଭାରତ

Odisha Sports Bureau