Cricket

ବାଂଲାଦେଶ ସିରିଜ ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିଛି ଝଟକା

ଭୁବନେଶ୍ୱର: ଆସନ୍ତା ଶୁକ୍ରବାର ଠାରୁ ଆରମ୍ଭ ହେବ ବାଂଲାଦେଶ-ଭାରତ ଦିନିକିଆ ସିରିଜ୍ । ୩ଟି ଓ୍ବାନଡେ ସହିତ ୨ଟି ଟେଷ୍ଟ ମ୍ୟାଚ୍ ଖେଲାଯିବ । ହେଲେ ଏହା ପୂର୍ବରୁ ଭାରତୀୟ ଦଳ ପାଇଁ ସମସ୍ୟା ବଢିଛି । ଟିମ୍ ଇଣ୍ଡିଆକୁ ଲାଗିଛି ଝଟକା । ଦଳରୁ ବାଦ ପଡିଛନ୍ତି ପେସ ବୋଲର ମହମ୍ମଦ ସାମି । ତେବେ ବାଂଲାଦେଶ ସିରିଜ ପୂର୍ବରୁ ଟିମ ଇଣ୍ଡିଆକୁ ଏଭଳି ଝଟକା ଲାଗିଛି । ହାତରେ ଆଘାତ ଲଗିଥିବାରୁ ମ୍ୟାଚ୍ ଖେଳିବା ସମ୍ଭାବନା କମ୍ ରହିଛି । ମହମ୍ମଦ ସାମି ଉଭୟ ଓ୍ବେନଡେ’ ଓ ଟେଷ୍ଟ ଟିମ୍ରୁ ବାହାର ହୋଇଯାଇଛନ୍ତି । ମାତ୍ର ଏନେଇ ବିସିସିଆଇ ତରଫରୁ କୌଣସି ସୂଚନା ଦିଆଯାଇନାହିଁ ।ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ବକପ ପରେ ଟ୍ରେନିଂ ସମୟରେ ଆହତ ହୋଇଥିଲେ ସାମି ।

ଦଳରେ ମହମ୍ମଦ ସିରାଜ୍, ଦୀପକ ଚହର, ସର୍ଦୁଲ ଠାକୁର ଓ କୁଲଦୀପ ସେନ୍ ଆଦି ପେସ୍ ବୋଲର ରହିଥିବାରୁ ସାମିଙ୍କ ସ୍ଥାନରେ ଅନ୍ୟ କାହାକୁ ସୁଯୋଗ ମିଳିବା ସମ୍ଭାବନା ରହିଛି ।ବାଂଲାଦେଶ ବିରୋଧରେ ଡିସେମ୍ବର ୪ତାରିଖରେ ଢାକାରେ ଖେଳାଯିବ ପ୍ରଥମ ଓ୍ବାନଡେ ମ୍ୟାଚ୍ । ୭ତାରିଖରେ ଦ୍ବିତୀୟ ମ୍ୟାଚ୍ ଓ ୧୦ରେ ତୃତୀୟ ଦିନିକିଆ ଖେଳାଯିବ । ଏହା ପରେ ଡିସେମ୍ବର ୧୪ତାରିଖରୁ ଆରମ୍ଭ ହେବ ପ୍ରଥମ ଟେଷ୍ଟ । ସେହିପରି ୨୨ ତାରିଖରୁ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ ।

 

Related posts

ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ମହମ୍ମଦ ସିରାଜ ଅଧିକ ‘ମାରାତ୍ମକ’ ଟେଷ୍ଟ ବୋଲର ଥିଲେ ?

Odisha Sports Bureau

ଆଜି ମୁହାଁ ମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରାଜସ୍ଥାନ ରୟାଲ୍ସ

ଚେନ୍ନାଇ ଏବଂ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ୍ ଖେଳାଯିବ, କଡ଼ାକଡ଼ି ହେବ ପ୍ରତିଯୋଗିତା

Odisha Sports Bureau