Hockey

ଓଡ଼ିଶା ହକି ମେନ୍ସ ବିଶ୍ୱକପ ଟ୍ରଫି ଟୁରର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଓଡିଶାର ସବୁ ଜିଲ୍ଲା ବୁଲିବ ଟ୍ରଫି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଫଆଇଏଚ୍ ଓଡ଼ିଶା ହକି ମେନ୍ସ ବିଶ୍ୱକପ ଟ୍ରଫି ଟୁରର କଲେ ଶୁଭାରମ୍ଭ । ଏହା ସହ ହକି ଇଣ୍ଡିଆ ସଭାପତି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀଙ୍କୁ ଟ୍ରଫି ହସ୍ତାନ୍ତର କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ କ୍ରୀଡ଼ା ଏବଂ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତ ବେହେରା, ସେକ୍ରେଟେରୀ ଜେନେରାଲ୍ ହକି ଇଣ୍ଡିଆ ଭୋଲନାଥ ସିଂ, କମିଶନର-କମ-ସଚିବ ଶ୍ରୀ ଆର ଭିନେଲ କୃଷ୍ଣ, କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ହକି ଇଣ୍ଡିଆ ଶ୍ରୀ ଶ୍ରୀବାସ୍ତବ ଏବଂ ଅଧିକାରୀ ତଥା ହକି ଖେଳାଳି ଉପସ୍ଥିତ ଥିଲେ।

ଏହି ଟ୍ରଫି ୨୫ ଡିସେମ୍ବରରେ ଓଡିଶାକୁ ଫେରିବା ପୂର୍ବରୁ ୧୩ ଟି ରାଜ୍ୟ ଏବଂ ଗୋଟିଏ ୟୁନିଅନ୍ ଟେରିଟୋରିରେ ଭ୍ରମଣ କରିବ, ଯାହାଦ୍ୱାରା ବିଜେତା ଦଳ ଉଠାଇବା ପୂର୍ବରୁ ପ୍ରଶଂସକ ଏବଂ ଜନସାଧାରଣଙ୍କୁ ୫ ଡିସେମ୍ବର, ୨୦୨୨ ସମ୍ମାନଜନକ ଟ୍ରଫି ସହିତ ଜଡିତ ହେବାର ସୁଯୋଗ ଦେବ।

ସୂଚନାମୁତାବକ, ୨୧ ଦିନ ଧରି ହକି ବିଶ୍ବକପ ଟ୍ରଫି ଦେଶର ୧୩ ସହର ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ପରିକ୍ରମା କରିବ । ପଶ୍ଚିମବଙ୍ଗ, ମଣିପୁର, ଆସାମ, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ପଞ୍ଜାବ, ହରୟାଣା, ଦିଲ୍ଲୀ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, କେରଳ, କର୍ଣ୍ଣାଟକ ଓ ଛତିଶଗଡ଼ ବୁଲିବ ଟ୍ରଫି । ଡିସେମ୍ବର ୨୫ରେ ଟ୍ରଫି ଦେଶ ଭ୍ରମଣ କରିବା ପରେ ଓଡ଼ିଶା ଫେରିବ । ଏହାପରେ ଓଡ଼ିଶାର ସବୁ ଜିଲ୍ଲା ପରିକ୍ରମା କରିବ ଟ୍ରଫି ।ଏହା ସହ ଟ୍ରଫି ସୁନ୍ଦରଗଡର ୧୭ଟି ବ୍ଲକର ପରିର୍ଦଶନ କରିବ ।ଏହି ଟ୍ରଫି ଟୁର୍ ଦେଶରେ ହକି ପାଇଁ ଏକ ଉତ୍ସାହ ଭରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି । ଏହି ବିଶ୍ୱକପ୍ରେ ୧୬ଟି ଟିମ୍ ଅଂଶଗ୍ରହଣ କରିବେ ସହ ସମସ୍ତ ମ୍ୟାଚ ଗୁଡିକ ଭୁବନେଶ୍ୱର ଏବଂ ରାଉଲକେଲାରେ ଅନୁଷ୍ଠିତ ହେବ।

Related posts

ଓଡ଼ିଶା ପୁରୁଷ ହକି ବିଶ୍ୱକପ ସେମିଫାଇନାଲ

Odisha Sports Bureau

କଡା ସୁରକ୍ଷା ଭିତରେ ରହିବ କଳିଙ୍ଗ ଷ୍ଟାଡିୟମ

Odisha Sports Bureau

ଦ୍ଵିତୀୟ ବିଦେଶୀ ଟିମ ଭାବେ ଭୁବନେଶ୍ୱରରେ ପହଁଚିଲା ଚିଲି ହକି ଟିମ

Odisha Sports Bureau