Uncategorized

ସୁପର୍ ଓଭରରେ ହରାଇଲା ଅଷ୍ଟ୍ରେଲିଆକୁ ଭାରତ

ମୁମ୍ବାଇ : ଭାରତ ସୁପର୍ ଓଭରରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ମହିଳା ଟ୍ବେଣ୍ଟି-୨୦ରେ ବିଜୟୀ ହୋଇଛି । ଏହା ସହ ୫ ମ୍ୟାଚ୍ ଶୃଙ୍ଖଳାକୁ ହର୍ମନପ୍ରୀତ୍ କୌରଙ୍କ ଦଳ ୧-୧ ସ୍ତରକୁ ଆଣିଛି । ୧୮୭ ରନ୍ ସଂଗ୍ରହ କରି ମ୍ୟାଚ୍ ଟାଇ କରିଥିଲେ ଉଭୟ ଦଳ । ସୁପର୍ ଓଭରରେ ଭାରତ ୧ ୱିକେଟ୍ ବିନିମୟରେ ୨୦ ରନ୍ ସଂଗ୍ରହ କରିବା ପରେ ଅଷ୍ଟ୍ରେଲିଆକୁ ୧୬/୧ରେ ରୋକି ଦେଇଥିଲା। ଯେଉଁଥି ପାଇଁ ୪ ରନରେ ରୋମାଞ୍ଚକର ବିଜୟୀ ହାସଲ କରିଛି ଭାରତ । ଏହି ଫଳାଫଳ ସହିତ ୨୦୨୨ରେ ଅଷ୍ଟ୍ରେଲିଆ ପ୍ରଥମ ପରାଜୟ ବରଣ କରିଛି। ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଏହା ଘରୋଇ ମାଟିରେ ଅଷ୍ଟମ ମୁକାବିଲାରୁ ଦ୍ବିତୀୟ ବିଜୟ ଥିଲା। ମୋଟ ଉପରେ ଭାରତ ମାତ୍ର ସପ୍ତମ ବିଜୟ ପାଇଛି ୨୭ ମ୍ୟାଚ୍ରୁ ।

Related posts

ସରସ୍ବତୀ ବିଦ୍ୟା ମନ୍ଦିରରେ ୩୪ତମ ରାଷ୍ଟ୍ରୀୟ ଖେଳକୁଦ ସମାରୋହ ଉଦଯାପିତ

Odisha Sports Bureau

ରୋଇଂ ଗେମ୍ସର ସିଙ୍ଗଲସ୍ ସ୍କଲସର ପ୍ରଥମ ହିଟରେ ୪ର୍ଥ ସ୍ଥାନରେ ରହିଛନ୍ତି ବଲରାଜ

ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ଚମକିଲେ ଓଡ଼ିଆ ପୁଅ କିଶୋର ଜେନା

Odisha Sports Bureau