Hockey

ହକି ବିଶ୍ବକପ୍‌ ; ସ୍ବର୍ଣ୍ଣ ଜିତିଲେ ଖେଳାଳି ପିଛା ୨୫ଲକ୍ଷ ଲେଖାଏଁ ପୁରସ୍କାର ମିଳିବ

ନୂଆଦିଲ୍ଲୀ : ହକି ବିଶ୍ବକପ୍‌ ପାଇଁ ବାକି ରହିଲା ଆଉ କିଛି ଦିନ । ଏହାରି ଭିତରେ ଓଡ଼ିଶାରେ ପହଂଚି ସାରିଛି ଭାରତୀୟ ଦଳ । ତେବେ ବିଶ୍ବକପ୍‌ରେ ଭାରତୀୟ ଦଳର ଉତ୍ସାହ ବୃଦ୍ଧି ପାଇଁ ହକି ଇଣ୍ଡିଆ ପକ୍ଷରୁ ପୁରସ୍କାର ଘୋଷଣା କରାଯାଇଛି। ବିଶ୍ବକପ୍‌ରେ ଯଦି ଭାରତ ବିଜେତା ହୁଏ ତାହେଲେ ହର୍ମନପ୍ରୀତ୍‌ ସିଂହଙ୍କ ନେତୃତ୍ବାଧୀନ ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଏବଂ ସହଯୋଗୀ କର୍ମଚାରୀଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଦିଆଯିବାକୁ ଘୋଷଣା କରାଯାଇଛି।

ଏହାବାଦ୍‌ ଯଦି ଭାରତ ଉପବିଜେତା ହୁଏ, ତାହେଲେ ପ୍ରତ୍ୟେକ ସଦସ୍ୟଙ୍କୁ ୧୫ ଲକ୍ଷ ଓ ସହଯୋଗୀଙ୍କୁ ୩ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ। କାଂସ୍ୟ ପଦକ ପାଇଥିଲେ ଏହି ରାଶି ଯଥାକ୍ରମେ ୧୦ ଲକ୍ଷ ଓ ୨ ଲକ୍ଷକୁ ହ୍ରାସ ପାଇବ ‌ବୋଲି ଉକ୍ତ ଘୋଷଣାରେ ସୂଚନା ଦିଆଯାଇଛି।

ପୂର୍ବରୁ ବିଶ୍ବକପ୍‌ ଇତିହାସରେ ଭାରତ ତିନିଥର ପଦକ ଜିତିବାରେ ସଫଳ ହୋଇଛି। ୧୯୭୧ ପ୍ରଥମ ସଂସ୍କରଣରେ ଭାରତ କାଂସ୍ୟ ଜିତିଥିଲା ବେଳେ ୧୯୭୩ରେ ରୌପ୍ୟ ଓ ୧୯୭୫ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲା। ଏବେ ପୁଣି ଥରେ ଭାରତକୁ ପଦକ ଧାରାକୁ ଫେରାଇ ଆଣିବା ପାଇଁ ହକି ଇଣ୍ଡିଆ ବଳିଷ୍ଠ ପଦକ୍ଷେପ ନେଇଛି।

Related posts

ଜାତୀୟ ଜୁନିୟର ହକି ଚାମ୍ପିୟନଶିପରେ ଓଡିଶା ଟାଇଟଲ ବିଜୟୀ

ଓଡିଶା ପୋଲିସକୁ ବ୍ରୋଞ୍ଜ ପଦକ

Odisha Sports Bureau

ଫାଇନାଲରେ ଭାରିତୀୟ ହକି ଦଳ: ଚୀନ ସହ ହେବ ଲଢେଇ

Odisha Sports Bureau