Cricket

ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ । ଆଜି ଦିଲ୍ଲୀରୁ ଉତ୍ତରାଖଣ୍ଡକୁ ଆସୁଥିବା ବେଳେ ସଡ଼କ ଡିଭାଇଡର୍‌ରେ ଧକ୍କାଖାଇ କାର୍‌ରେ ନିଆଁ ଲାଗିଯିବାରୁ ଭାରତୀୟ କ୍ରିକେଟ୍‌ ଖେଳାଳି ଋଷଭ ପନ୍ତ ଆହତ ହୋଇଛନ୍ତି। ଡିଭାଇଡରରେ ପିଟି ହୋଇ କାର୍ ସମ୍ପୂର୍ଣ୍ଣ ଜଳିଯାଇଛି। ଗୁରୁତର ଅବସ୍ଥାରେ ପନ୍ତଙ୍କୁ ପ୍ରଥମେ ରୁର୍କୀର ସକ୍ଷମ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଅଧିକ ଗୁରୁତର ହେବାରୁ ଡେରାଡୁନ୍‌ର ମାକ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଘନ କୁହୁଡ଼ି ଯୋଗୁ ଦୁର୍ଘଟଣା ହୋଇଥିବା କୁହାଯାଉଥିବା ବେଳେ ଡିଭାଇଡରରେ ପିଟି ହେବା ପରେ BMW କାର୍ ସମ୍ପୂର୍ଣ୍ଣ ଜଳିଯାଇଛି ।

ଦୁର୍ଘଟଣା ବେଳେ ଋଷଭ୍ ପନ୍ତ କାର୍‌ରେ ଏକାକୀ ହିଁ ଥିଲେ। ନିଜ ଜୀବନକୁ ବଞ୍ଚାଇବାକୁ ଯାଇ ସେ କାର୍‌ର ୱିଣ୍ଡୋ ଭାଙ୍ଗି ବାହାରକୁ ଡେଇଁ ପଡ଼ିଥିଲେ। ଖ୍ରୀଷ୍ଟମାସ୍‌ ପାଳନ ପାଇଁ ପନ୍ତ ଦୁବାଇରେ ଥିଲେ। ମା’ଙ୍କୁ ସର୍‌ପ୍ରାଇଜ୍‌ ଦେବା ସହ ନୂଆବର୍ଷ ପାଳନ ପାଇଁ ରୁର୍କୀ ସ୍ଥିତ ଘରକୁ ଫେରୁଥିବା ବେଳେ ତାଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତାଙ୍କ ମୁଣ୍ଡ, ଆଣ୍ଠୁ ଓ ଆଣ୍ଠୁ ତ‌ଳକୁ ଆଘାତ ଲାଗିଛି। ତାଙ୍କ ଗୋଡ଼ ଭାଙ୍ଗି ଯାଇଥାଇ ପାରେ। ସମ୍ପ୍ରତି ତାଙ୍କୁ ଡେରାଡୁନ୍‌ସ୍ଥିତ ମ୍ୟାକ୍ସ୍‌ ହସ୍ପିଟାଲ୍‌କୁ ନିଆଯାଉଛି। କାର୍‌ ଚଳାଉଥିବା ବେଳେ ଢୁଳାଇ ପଡ଼ିବାରୁ ଦୁର୍ଘଟଣା ଘଟଲା ବୋଲି ପନ୍ତ୍‌ କହିଛନ୍ତି।

Related posts

ଆଇସିସି ପ୍ରମୋରେ ନଜର ଆସିଲେ ଓଡ଼ିଆ ପୁଅ ପିଣ୍ଟୁ

Odisha Sports Bureau

କନ୍ୟା ସନ୍ତାନର ଜନକ ରୋହିତ ୪ର୍ଥ ଟେଷ୍ଟ ଖେଳିବା ନେଇ ସନ୍ଦେହ

Odisha Sports Bureau

ଭାରତ ଓ ଶ୍ରୀଲଙ୍କାର ପ୍ରଥମ ଟେଷ୍ଟ ମ୍ୟାଚ୍ ଆରମ୍ଭ