Cricket

ଆଇପିଏଲ୍ ୨୦୨୩ରେ ଆଜି ମୁହାଁ ମୁହିଁ ହେବ ଚେନ୍ନାଇ ସୁପରକିଙ୍ଗସ ଓ ଲକ୍ଷ୍ନୌ ସୁପରଜିଆଣ୍ଟସ

ଚାଲିଛି ଚଳିତ ବର୍ଷର ଆଇପିଏଲ୍ ୨୦୨୩ । ତେଣୁ ଆଜି ମୁହାଁମୁହିଁ ହେବାକୁ ଯାଉଛନ୍ତି ଚେନ୍ନାଇ ସୁପରକିଙ୍ଗସ ଏବଂ ଲକ୍ଷ୍ନୌ ସୁପରଜିଆଣ୍ଟସ ।ଦୁଇ ଦଳରୁ ଧୋନି ଏବଂ କେଏଲ୍ ରାହୁଲ ଆଜି ମଇଦାନରେ ପରସ୍ପରକୁ ଟକ୍କର ଦେବେ । ଚେପାକ୍ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ୍ । ୪ ବର୍ଷ ପରେ ଚେନ୍ନାଇ ଟିମ ନିଜ ଘରୋଇ ମଇଦାନରେ ଖେଳିବ । ଗୁଜରାଟ ଟାଇଟନ୍ସ ଠାରୁ ହାରିବାର ପ୍ରତିଶୋଧ ନେବ ଚେନ୍ନାଇ । ଏପଟେ ଲକ୍ଷ୍ନୌ ଟିମ ଜିତ ବଜାୟ ରଖିବାକୁ ଚେଷ୍ଟା କରିବ । ଲକ୍ଷ୍ନୌ ଟିମ୍ ପ୍ରଥମ ମ୍ୟାଚରେ ଦିଲ୍ଲୀକୁ ୫୦ ରନରେ ହରାଇଥିଲା । ତେଣୁ ଦୁଇଟି ଯାକ ଟିମ ମଧ୍ୟରେ ରୋମାଞ୍ଚକ ମ୍ୟାଚ୍ ଦେଖିବାକୁ ମିଳିବ । ତେବେ ଲକ୍ଷ୍ନୌ ଗତବର୍ଷ ଆଇପିଏଲ୍ରେ ସାମିଲ ହୋଇଥିବାରୁ ଚେନ୍ନାଇ ସହିତ ମାତ୍ର ଗୋଟେ ମ୍ୟାଚ୍ ଖେଳିଛି ଲକ୍ଷ୍ନୌ ।

Related posts

ଦିନିକିଆ ବିଶ୍ୱକପ୍‌: ଚାମ୍ପିଅନ୍‌ ଦଳ ଟ୍ରଫି ସମେତ ୩୩.୧୮ କୋଟି ଟଙ୍କା ପୁରସ୍କାର ରାଶି

Odisha Sports Bureau

୪୦ ଦିନରେ କୋଟି କୋଟି ଟଙ୍କା ଖର୍ଚ୍ଚ, ପ୍ରିୟଜନଙ୍କୁ ଦେଉଛନ୍ତି ଦାମୀ ଉପହାର…

Odisha Sports Bureau

ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ୨୧ରେ ଦଳ ଚୟନ