Cricket

ଆଣ୍ଠୁ ରେ ଆହାତ ଲାଗିଥିବା ଯୋଗୁ ଦିନିକିଆ ବିଶ୍ୱକପରୁ ବାଦ ପଡିଲେ କେନ୍ ୱିଲିୟମସନ

ଆଇପିଏଲ୨୦୨୩ ରୁ ବାଦ ପଡିଥିବା ଗୁଜୁରାଟ ଟାଇଟନ୍ସ ଖେଳାଳି କେନ୍ ୱିଲିୟମସନ ଏବେ ଦିନିକିଆ ବିଶ୍ୱକପରୁ ମଧ୍ୟ ବାଦ ପଡିବାକୁ ଯାଉଛନ୍ତି । ଆଣ୍ଠୁରେ ଆହାତ ଲାଗିଥିବା ଯୋଗୁ ସେ ସୁବୁ ମ୍ୟାଚରୁ ବାଦ ପଡିବାକୁ ଯାଉଛନ୍ତି । ସେ ଆଇପିଏଲ ଖେଳୁଥିବା ସମୟରେ ଆଣ୍ଠୁରେ ଲାଗିଥିଲା ଶକ୍ତ ଆଘାତ । ମାର୍ଚ୍ଚ ୩୧ ତାରିଖରେ ଚେନ୍ନାଇ ସୁପର କିଙ୍ଗଗ୍ସ ବିପକ୍ଷ ମୁକାବିଲାରେ ଫିଲ୍ଡିଂ ବେଳେ ୱିଲିୟମସନଙ୍କ ଡାହାଣ ଆଣ୍ଠୁରେ ଆଘାତ ଲାଗିଥିଲା। ତେଣୁ ତାଙ୍କର ସର୍ଜରୀ ହେବ ବୋଲି ନ୍ୟୁଜିଲାଣ୍ଡ କ୍ରିକେଟ୍ ପକ୍ଷରୁ ସୂଚନା ଦିଆଯାଇଛି। ଆହତ ହୋଇ ଟିମ୍ରୁ ବାହାରିବା ପରେ ୱିଲିୟମସନ ପ୍ରିତକ୍ରିୟା ଦେଇଛନ୍ତି। ଗୁଜରାଟ ଟାଇଟନ୍ସର ଟିମ୍ର ସହଯୋଗ ପାଇଁ ସେ ଧନ୍ୟବାଦ ଦେବା ସହ ଖୁବ୍ଶୀଘ୍ର ସୁସ୍ଥ ହୋଇ ପୁଣି କ୍ରିକେଟ୍ରେ ଯୋଗ ଦେବେ ବୋଲି ସେ କହିଛନ୍ତି। ଆହତ ହୋଇ ଟିମ୍ରୁ ବାହାରିଯିବା ପରେ ଗୁଜୁରାଟ ଟାଇଟନ୍ସ ତାଙ୍କ ସ୍ଥାନରେ ଶ୍ରୀଲଙ୍କାର ଦସୁନ ଶନକାଙ୍କୁ ଟିମ୍ରେ ସାମି୍ଲ କରିଛି।

 

Related posts

ମାଲଦ୍ୱୀପ ବଦଳରେ ପ୍ରଥମେ ଭାରତର ପର୍ୟ୍ୟଟନ ସ୍ଥାନ ପରିଦର୍ଶନ କରନ୍ତୁ; ଧୋନି

Odisha Sports Bureau

ଟି-୨୦ ବିଶ୍ୱକପ୍ ୨୦୨୬: ସୁପର ୮ରେ ଭାରତର କାର୍ଯ୍ୟସୂଚୀ ସ୍ପଷ୍ଟ

Odisha Sports Bureau

କୋହଲିଙ୍କୁ ପ୍ରଶଂସା କଲେ ବୋଲର ମିଚେଲ୍ ଷ୍ଟାର୍କ

Odisha Sports Bureau