Cricket

ରିଙ୍କୁ ସିଂହ ଲଗାତାର ୫ଟି ବଲରେ ଛକ୍କା ମାରି ନୂଆ ରେକର୍ଡ

କଥାରେ ଅଛି କେତେବେଳେ କଣ ହେବ ତହା କହିହେବ ନାହିଁ ।ହାରିଲା ମ୍ୟାଚ ବି ଗୋଟିଏ ଟିମ ଜିତିଯିବ, ତ ଅତି ସହଜରେ ଜିତାବା ମ୍ୟାଚରେ ଟିମ୍ ହାରିଯାଇ ପାରେ । ଜଣେ ଭଲ ବ୍ୟାଟର ବି ଆଉଟ ହୋଇ ପାଭିଲିୟନକୁ ଫେରିପାରେ । ସେହିପରି ଜଣେ ଭଲ ବଲରକୁ ଓଭରରେ ଛକା, ଚଉକାର ସାମନା କରିବାକୁ ପଡ଼ିପାରେ । କେକେଆର କାଲିର ମ୍ୟାଚ୍ରେ କିଛି ସେହିପରି ଦେଖିବାକୁ ମିଳିଥିଲା । ଶେଷ ମୁହୂର୍ତ୍ତରେ ୬ରନରେ ୨୯ ରନ ଦରକାଣ ଥିଲା କେକେଆର ସବୁ ହୋପ ଛାଡିଦେିଥିଲା ଜିତିବାର । ସେତେବେଳେ କେକେଆର ଟିମର ରିଙ୍କୁ ସିଂହ ଲଗାତାର ୫ଟି ବଲରେ ଛକ୍କା ମାରି କୋଲକାତା ବିଜୟ ହୋଇଥିଲା । ରିଙ୍କୁ ସିହ ହୋଇଯାଇଥିଲେ ହିରେ ।
ରିଙ୍କୁ ସିଂଙ୍କୁ ଏହିଜାଗାରେ ପହଞ୍ଚିବାକୁ ବହୁ ସଂର୍ଘଷ କରିବାକୁ ପଡିଛି । ରିଂକୁଙ୍କ ବାପା ସିଲିଣ୍ଡର ବାଣ୍ଟିବା କାମ କରୁଥିଲେ । ତାଙ୍କର ରହିଥିଲା ମାତ୍ର ଦୁଇ ବଖରା ଘର । ତାଙ୍କ ପରିବାର ଆର୍ଥିକ ସ୍ଥିତି ସେତେଟା ମଜବୁତ ନଥିଲା । ପରିବାରକୁ ଆର୍ଥିକ ସାହାଯ୍ୟ କରିବା ପାଇଁ ରିଂକୁ ସଫାସୁତରା କରିବାର କାମ କରୁଥିଲେ । ପରେ ସେ ସବୁକିଛି ଛାଡ଼ିକି ନିଜ ଖେଳରେ ଧ୍ୟାନ ଦେଇଥିଲେ । ରିଂକୁ ପ୍ରଥମେ ୟୁପିର ଅଣ୍ଡର ୧୬, ଅଣ୍ଡର ୧୯ ଓ ଅଣ୍ଡର ୨୩ରେ ଖେଳିଥିଲେ । ପରେ ସେଣ୍ଟ୍ରାଲ ଜୋନରେ ଖେଳି ରଣଜିରେ ସ୍ଥାନ ପାଇଥିଲେ । ୨୦୧୭ରେ ରିଂକୁଙ୍କୁ ଆଇପିଏଲର ନିଲାମିରେ କିଣା ଯାଇଥିଲା । ୨୦୧୮ରୁ କେକେଆର ତରଫରୁ ରିଂକୁ ଖେଳୁଛନ୍ତି ।

Related posts

ଓଡିଆ କ୍ରିକେଟ ଦଳର କୋଚ ହେଲେ ଦୀନେଶ ମୋଙ୍ଗିଆ ଓ ରୁମେଲି ଧର

Odisha Sports Bureau

କ୍ରିକେଟ୍ ପଡ଼ିଆକୁ ଛୁଇଁଛି ଯୁଦ୍ଧର ପ୍ରଭାବ

Odisha Sports Bureau

କ୍ରିକେଟର ଗୋପୀନାଥଙ୍କ 96 ବର୍ଷ ବୟସରେ ଦେହାନ୍ତ…

Odisha Sports Bureau