Cricket

ଭିତର ଖବର ଜଣାଇବାକୁ ସିରାଜଙ୍କୁ ପ୍ରସ୍ତାବ

ମୁମ୍ବାଇ:ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ଭିତର ଖବର ଜଣାଇବା ପାଇଁ ପ୍ରସ୍ତାବ ଦିଆଯାଇଥିଲା ।ହେଲେ ଘଟଣା ସଂମ୍ପର୍କରେ ସେ ତୁରନ୍ତ ବିସିସିଅ୍ଧବ ଦୁର୍ନୀତି ନିବାରଣ ୟୁନିଟକୁ ଜଣାଇବାରୁ ଆନ୍ଧ୍ରପ୍ରଦେଶ ପୁଲିସ ସୁରକ୍ଷାକର୍ମୀମାନେ ସଂପୃକ୍ତ ଅଭିଯୁକ୍ତକୁ କାବୁ କରିଥିଲେ । ସୂଚନା ଅନୁଯାୟୀ, ଭାରତ ଗସ୍ତ ପୂର୍ବରୁ ଭାରତୀୟ ଦଳର ସମସ୍ତ କବର ଜାଣିବା ପାଇଁ ଅଭିଯୁକ୍ତ ଜଣକ ସିରାଜଙ୍କ ସହିତ ଯେଗାଯୋଗ କରିଥିଲା । ବାସ୍ତବରେ ଅଭିଯୁକ୍ତ ଜଣକ କୌଣସି ବୁକି ନଥିଲା, ବରଂ ହାଇଦ୍ରାବାଦର ଜଣେ ଡ୍ରାଇଭର ଥିଲା, ଯିଏକି ନିୟମିତ ବେଟିଂ କରି ଅନେକ ଟଙ୍କା ହରାଇ ସାରିଥିଲା । ତେବେ କ୍ରିକେଟ୍ରେ ସ୍ପଟ୍ ଫିକ୍ସିଂ ମାମଲା ଉଠିବା ଦିନଠୁ ବିସିସିଆଇ ତାହାର ଏସିୟୁକୁ ଅଧିକ କ୍ରିୟାଶୀଳ କରାଇଛି। ପୂର୍ବରୁ ଏସ୍. ଶ୍ରୀଶାନ୍ତ, ଅଙ୍କିତ ଚଭନ, ଅଜିତ ଚାନ୍ଦିଲା, ଚେନ୍ନାଇ ସୁପରକିଙ୍ଗ୍ସର ଗୁରୁନାଥ ମେୟାପନ୍ ପ୍ରମୁଖ ଫିକ୍ସିଂ ମାମଲାରେ ବାସନ୍ଦ ହୋଇଛନ୍ତି। ତେଣୁ ଆଇପିଏଲ୍ରେ ବି ପ୍ରତ୍ୟେକ ଦଳରେ ଜଣେ ଲେଖାଏଁ ପୂର୍ଣ୍ଣକାଳୀନ ଏସିୟୁ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି।

Related posts

୨୦୨୨ରେ ହରଭଜନଙ୍କ ନୂଆ ଅବତାର

Odisha Sports Bureau

ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ ପାଇଁ ଦଳ ଚୟନ ପୂର୍ବରୁ ଖେଳାଳିଙ୍କ ଫିଟନେସ୍ ରିପୋର୍ଟ ପ୍ରକାଶ

Odisha Sports Bureau

ଜବରଦସ୍ତ ବିଜୟ ସହ ଅଷ୍ଟ୍ରେଲିଆ ମୁହଁରୁ ମ୍ୟାଚ୍ ଛଡ଼ାଇ ଆଣିଲା ଭାରତ

Odisha Sports Bureau