Cricket

୪ୱିକେଟରେ ହାରିଲା ରାଜସ୍ଥାନ

ଜୟପୁର: ରବିବାରର ମ୍ୟାଚ ରାଜସ୍ଥାନର ଜୟପୁରର ସୱାଇ ମାନସିଂ ଷ୍ଟାଡିୟମରେ ସନ୍ରାଇଜର୍ସ ହାଇଦ୍ରାବାଦ ୪ ୱିକେଟ୍ରେ ରାଜସ୍ଥାନକୁ ହରାଇଛି । ୨୧୫ ରନ୍ର ଲକ୍ଷ୍ୟକୁ ପିଛା କରିଥିବା ହାଇଦ୍ରାବାଦ ଶେଷ ବଲ୍ରେ ହିଁ ବିଜୟୀ ହୋଇଥିଲା। ଶେଷ ଦୁଇ ଓଭରରେ ଦଳକୁ ୪୧ ରନ୍ର ଆବଶ୍ୟକ ଥିଲା ବେଳେ ଗ୍ଲେନ୍ ଫିଲିପ୍ସ ୧୯ତମ ଓଭର ପ୍ରଥମ ୪ ବଲ୍ରେ ୩ ଛକା ଓ ଗୋଟିଏ ଚୌକା ମାରି ଦଳକୁ ବିଜୟର ନିକଟତର କରିଥିଲେ। ହେଲେ ପଞ୍ଚମ ବଲ୍ରେ ଫିଲିପ୍ସ ଆଉଟ୍ ହୋଇଯାଇଥିଲେ। ଏହି ଓଭରରେ ୨୪ ରନ୍ ହେବାରୁ ଶେଷ ଓଭରରେ ବିଜୟ ଲାଗି ୧୭ ରନ୍ ରହିଥିଲା।


ଶେଷ ବଲ୍ରେ ଦଳକୁ ୫ ରନ୍ ଆବଶ୍ୟକ ଥିଲା ବେଳେ ସାମଦ ଛକା ମାରିବାକୁ ଯାଇ କ୍ୟାଚ୍ ହୋଇଥିଲେ। ହେଲେ ନୋ ବଲ୍ ହେବାରୁ ଆଉଟ୍ରୁ ବଞ୍ଚିତ ହେବା ସହ ଫ୍ରି ହିଟ୍କୁ ଛକା ମାରି ଦଳକୁ ଅବିଶ୍ବସନୀୟ ବିଜୟ ଭେଟି ଦେଇଥିଲେ। ଅଭିଷେକ ଶର୍ମା, ରାହୁଲ ତ୍ରିପାଠୀ, ଅନମୋଲପ୍ରୀତ ସିଂହ ଉପଯୋଗୀ ପାଳି ଖେଳିଥିଲେ। ଫିଲିପ୍ସ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ହୋଇଥିଲେ।

Related posts

ଦିନେ ଗୁପ୍ଚୁପ୍ ବିକୁ ଥିଲେ ଆଜି ସଫଳ କ୍ରିକେଟର

ଆଇସିସି ଓ ଓପୋ ମଧ୍ୟରେ ପାର୍ଟନରସିପ ବୃଦ୍ଧି

Odisha Sports Bureau

ଭାରତ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଦକ୍ଷିଣ ଆଫ୍ରିକାକୁ ଫେରିଲେ ଏହି ଖେଳାଳୀ