Cricket

୪ୱିକେଟରେ ହାରିଲା ରାଜସ୍ଥାନ

ଜୟପୁର: ରବିବାରର ମ୍ୟାଚ ରାଜସ୍ଥାନର ଜୟପୁରର ସୱାଇ ମାନସିଂ ଷ୍ଟାଡିୟମରେ ସନ୍ରାଇଜର୍ସ ହାଇଦ୍ରାବାଦ ୪ ୱିକେଟ୍ରେ ରାଜସ୍ଥାନକୁ ହରାଇଛି । ୨୧୫ ରନ୍ର ଲକ୍ଷ୍ୟକୁ ପିଛା କରିଥିବା ହାଇଦ୍ରାବାଦ ଶେଷ ବଲ୍ରେ ହିଁ ବିଜୟୀ ହୋଇଥିଲା। ଶେଷ ଦୁଇ ଓଭରରେ ଦଳକୁ ୪୧ ରନ୍ର ଆବଶ୍ୟକ ଥିଲା ବେଳେ ଗ୍ଲେନ୍ ଫିଲିପ୍ସ ୧୯ତମ ଓଭର ପ୍ରଥମ ୪ ବଲ୍ରେ ୩ ଛକା ଓ ଗୋଟିଏ ଚୌକା ମାରି ଦଳକୁ ବିଜୟର ନିକଟତର କରିଥିଲେ। ହେଲେ ପଞ୍ଚମ ବଲ୍ରେ ଫିଲିପ୍ସ ଆଉଟ୍ ହୋଇଯାଇଥିଲେ। ଏହି ଓଭରରେ ୨୪ ରନ୍ ହେବାରୁ ଶେଷ ଓଭରରେ ବିଜୟ ଲାଗି ୧୭ ରନ୍ ରହିଥିଲା।


ଶେଷ ବଲ୍ରେ ଦଳକୁ ୫ ରନ୍ ଆବଶ୍ୟକ ଥିଲା ବେଳେ ସାମଦ ଛକା ମାରିବାକୁ ଯାଇ କ୍ୟାଚ୍ ହୋଇଥିଲେ। ହେଲେ ନୋ ବଲ୍ ହେବାରୁ ଆଉଟ୍ରୁ ବଞ୍ଚିତ ହେବା ସହ ଫ୍ରି ହିଟ୍କୁ ଛକା ମାରି ଦଳକୁ ଅବିଶ୍ବସନୀୟ ବିଜୟ ଭେଟି ଦେଇଥିଲେ। ଅଭିଷେକ ଶର୍ମା, ରାହୁଲ ତ୍ରିପାଠୀ, ଅନମୋଲପ୍ରୀତ ସିଂହ ଉପଯୋଗୀ ପାଳି ଖେଳିଥିଲେ। ଫିଲିପ୍ସ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ହୋଇଥିଲେ।

Related posts

ଦିଲ୍ଲୀକୁ ୨୨୪ରନର ଟାର୍ଗେଟ ଦେଲା ଚେନ୍ନାଇ

ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ ମହାସମର…

Odisha Sports Bureau

ରୋମାଞ୍ଚକର ସ୍ଥିତିରେ ଭାରତ-ଅଷ୍ଟ୍ରେଲିଆ ମେଲବର୍ଣ୍ଣ ଟେଷ୍ଟ

Odisha Sports Bureau