Cricket

ସ୍ଲୋ ଓଭର ପାଇଁ ନୀତୀଶ ରାଣାଙ୍କୁ ୧୨ ଲକ୍ଷ ଟଙ୍କା ଫାଇନ

କୋଲକାତା ନାଇଟ ରାଇଡର୍ସ ଅଧିନାୟକ ନାୟକ ନିତୀଶ ରାଣାଙ୍କୁ ବଡ ଝଟକା ।ନୀତୀଶ ରାଣାଙ୍କ ସ୍ଲୋ ଓଭର ଯୋଗୁଁ ତାଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା କରାଯାଇଛି ।ଆଇପିଏଲ ୨୦୨୩ରେ ସୋମବାର ଖେଳାଯାଇଥିବା ମ୍ୟାଚରେ କେଲକାତା ନାଇଇଟ ରାଇଡର୍ସକୁ ପଞ୍ଜାବକୁ ୫ୱିକେଟରେ ହରାଇଛି । ଆଉ ପ୍ଲେ ଅଫରେ ଖେଳିବାର ସମ୍ଭାବନା ରଖିଛି । ଆଇପିଏଲ୍ ପକ୍ଷରୁ ଜାରି ହୋଥିବା ପ୍ରେସ ରିଲିଜରେ କୁହାଯାଇଛି । ପ୍ରେସ ରିଲିଜରେ କୁହାଯାଇଛି କି, କୋଲକତା ନାଇଟ ରାଇଡର୍ସ ଅଧିନାୟକ ନୀତୀଶ ରାଣାଙ୍କୁ ଜରିମାନା ଲାଗିଛି । ନୀତୀଶ ରାଣା ଏବଂ ତାଙ୍କ ଟିମ୍ ସ୍ଲୋ ଓଭର ରେଟ୍ ଯୋଗୁଁ ଜରିମାନା ଲାଗିଛି ।
ଯଦି ଆଗକୁ ସିଜିନରେ ନୀତୀଶ ରାଣା ଏବଂ କେକେଆର ଟିମ୍ ଦ୍ୱିତୀୟ ଥର ଏଥିପାଇଁ ଦୋଷୀ ପ୍ରମାଣିତ ହୁଅନ୍ତି, ସେମାନଙ୍କ ଅଡୁଆ ବଢିଯିବ । ଆଉ ଥରେ ଭୁଲ୍ କଲେ ସଂପୂର୍ଣ୍ଣ ମ୍ୟାଚ୍ ଫି କଟିବା ସହିତ ଗୋଟିଏ ମ୍ୟାଚ୍ ପାଇଁ ବ୍ୟାନ୍ ଲାଗିପାରେ ।

Related posts

ଯୁବ ଖେଳାଳିଙ୍କୁ ମିଳୁ ସୁଯୋଗ

ଦିନିକିଆ ବିଶ୍ୱକପ୍ ପୂର୍ବରୁ ଆଫଗାନିସ୍ତାନକୁ ଏକ ବଡ଼ ଝଟକା ଲାଗିଛି

ଦୀନେଶ କାର୍ତ୍ତିକଙ୍କୁ ନୂଆ ବ୍ୟାଟିଂ କୋଚ୍ ଭାବେ ନିଯୁକ୍ତ କଲା ଆରସିବି