Cricket

ପୁଣି ଚର୍ଚ୍ଚାରେ ବିରାଟ ଓ ଗାଙ୍ଗୁଲ; କରମର୍ଦ୍ଦନ କରି ନଥିଲେ ଏବେ ଆଲିଙ୍ଗନ କଲେ

ପୁଣି ଚର୍ଚ୍ଚାରେ ବିରାଟ ଓ ଗାଙ୍ଗୁଲି । ପ୍ରଥମେ କରମର୍ଦ୍ଦନ କରି ନଥିଲେ ହେଲେ ଏବେ ଆଲିଙ୍ଗନ କଲେ । ଗତ ଏପ୍ରିଲ ୧୫ରେ ଖେଳାଯାଇଥିଲା ଏକ ହାଇଭୋଲଟେଜ ମ୍ୟାଚ । ଏହି ମ୍ୟାଚ ଖେଳା ଯାଇଥିଲା ଆରସିବି ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ । ପରେ ମ୍ୟାଚରେ ଜିତିଥିଲା ଆରସିବି । ତେବେ ଏହି ମ୍ୟାଚ ପରର ଏକ ଭିଡିଓ ବେଶ ଭାଇରାଲ ହୋଇଥିଲା । ଭିଡିଓରେ ବିରାଟ ଏବଂ ପୂବତର୍ନ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଥିଲା ।

କିଛି ଦିନ ତଳେ ଦୁହିଁଙ୍କ ଭିତରେ ଥିବା ତିକ୍ତତାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଗତକାଲିର ମ୍ୟାଚ ପରେ ଦୁହେଁ ଦୁହିଁଙ୍କୁ ଆଲିଙ୍ଗନ କରିବା ଘଟଣା ସାମ୍ନାକୁ ଆସିଛି । ପ୍ରଥମ ମ୍ୟାଚ୍ ପରେ କୋହଲି ସବୁ ଖେଳାଳିଙ୍କ ସହିତ ହାତ ମିଳାଇଥିଲେ ମଧ୍ୟ ଗାଙ୍ଗୁଲିଙ୍କ ସହିତ ହାତ ମିଳାଇ ନଥିଲେ । ପରେ ଦୁହେଁ ଦୁହିଁଙ୍କୁ ଇନଷ୍ଟାଗ୍ରାମରେ ଅନଫଲୋ ମଧ୍ୟ କରିଥିଲେ ।
କିନ୍ତୁ ଗତକାଲି ଆରସିବି ଓ ଦିଲ୍ଲୀ କ୍ୟାପିଟାଲସ ଦ୍ୱିତୀୟ ମ୍ୟାଚ୍ ବେଳେ କୋହଲି ଓ ଗାଙ୍ଗୁଲି ପରସ୍ପରୁ ଆଲିଙ୍ଗନ କରିବା ସହ ବେଶ୍ ହସଖୁସିରେ ହାତ ମିଳାଇଥିବା ଦେଖିବାକୁ ମିଳିଥିଲା ।

Related posts

୨୯ ରନ୍‌ରେ ବାଙ୍ଗାଲୋରକୁ ପରାସ୍ତ କଲା ରାଜସ୍ଥାନ ଟିମ୍

Odisha Sports Bureau

ପ୍ୟାଟ୍ କମିନ୍ସଙ୍କୁ ୨୦.୫୦ କୋଟିରେ କିଣିଲା ସନରାଇଜର୍ସ ହାଇଦ୍ରାବାଦ

Odisha Sports Bureau

କ୍ରିକେଟରଙ୍କ ସହିତ ଫିଲ୍ମ ‘କ୍ୱିନ୍’ର ୮ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କଲେ କଙ୍ଗନା

Odisha Sports Bureau