Football

ମେସି ଓ ଫ୍ରେଜରଙ୍କୁ ଶ୍ରେଷ୍ଠ କ୍ରୀଡାବିତ ଭାବେ ଲୌରିଅସ୍ ପୁରସ୍କାର

ପ୍ୟାରିସ: ଆର୍ଜେଣ୍ଟିନାର ଫୁଟବଲ ବିଶ୍ୱକପ ବିଜେତା ଦଲର ଅଧିନାୟକ ଲିଓନେଲ୍ ମେସି ଓ ଜମାଇକା ସ୍ପ୍ରିଣ୍ଟର ସେଲି ଆନ ଫ୍ରେଜର ପ୍ରାଇସନଙ୍କୁ ବର୍ଷର କ୍ରୀଡ଼ାବିତ୍ ଭାବେ ଲୌରିଅସ୍ ପୁରସ୍କାର ମିଳିଛି। ସେହିପରି ଆର୍ଜେଣ୍ଟିନାର ନାମ ଶ୍ରେଷ୍ଠ ଦଳ ଭାବେ ଘୋଷଣା କରାଯାଇଥିଲା ଏହି ଦଳ ପକ୍ଷରୁ ମେସି ପୁରସ୍କାର ଗ୍ରହଣ କରିଥିଲେ। ଏହାଫଳରେ ମେସି ପ୍ରଥମ ଖେଳାଳି ଭାବେ ଉଭୟ ଶ୍ରେଷ୍ଠ କ୍ରୀଡ଼ାବିତ୍ ଓ ଶ୍ରେଷ୍ଠ ଦଳ ପୁରସ୍କାର ପାଇଛନ୍ତି। ୦୨୦ରେ ମେସିଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଆଯାଇଥିଲା। ତେବେ ଏହି ପୁରସ୍କାରକୁ ସେ ଫର୍ମୁଲା ୱାନ୍ ଡ୍ରାଇଭର ଲୁଇସ୍ ହାମିଲଟନ୍ଙ୍କ ସହିତ ମିଳିତ ଭାବେ ବାଣ୍ଟିଥିଲେ। ୨୦୨୨ ଫ୍ରେଜର ପ୍ରାଇସ୍ଙ୍କ ପାଇଁ ଚମତ୍କାର ବର୍ଷ ଥିଲା । ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ସେ ୧୦୦ ମିଟରରେ ସ୍ବର୍ଣ୍ଣ ପଦକ ପାଇଥିଲେ। ଏମାନଙ୍କ ବ୍ୟତୀତ କାର୍ଲୋସ୍ ଆଲ୍କାରାଜ, ଖ୍ରୀଷ୍ଟିଆନ୍ ଏରିକସନ୍, କ୍ୟାଥରିନ୍ ଡେବ୍ରୁନର, ଏଲିନ୍ ଗୁ’ଙ୍କୁ ବିଭିନ୍ନ ବର୍ଗରେ ପୁରସ୍କାର ଦିଆଯାଇଛି।

Related posts

ଫାଇନାଲ ମ୍ୟାଚ ଖେଳି ନ ପାରନ୍ତି ଲିଓନେଲ ମେସି

Odisha Sports Bureau

ଓଡିଶା ରଗବୀ ଫୁଟବଲ ବିଜେତାଙ୍କୁ ଟ୍ରଫି

ସୁଜିତ ମେମୋରିଆଲ ଫୁଟବଲ୍ ଟୁର୍ନାମେଣ୍ଟରେ ସୁଜିତ ଏଫସି କ୍ଲବ ଚମ୍ପିୟାନ, ୧/୦ ଗୋଲରେ ବିଜୟୀ

Odisha Sports Bureau