Cricket

ଉର୍ବଶୀଙ୍କଠୁ ଅଧିକ ଇଶାଙ୍କୁ ପସନ୍ଦ କରୁଛନ୍ତି ପ୍ରଶଂସକ

ମୁମ୍ବାଇ: କାର୍ ଦୁର୍ଘଟଣା ପରେ କ୍ରିକେଟ୍ରୁ ଦୂରରେ ଅଛନ୍ତି ଋଷଭ ପନ୍ଥ । ସେସିଆଲ ମିଡିଆରେ ଋଷଭ ତାଙ୍କ ସଂମ୍ପର୍କକୁ ନେଇ ଚର୍ଚ୍ଚାରେ ରୁହନ୍ତି । ଅଧିକାଂଶ ସମୟରେ ସେ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଉର୍ବଶୀ କିଛି ବି ପୋଷ୍ଟ୍ କଲେ ଲୋକେ ଋଷଭକୁ ଯୋଡ଼ିକରି କମେଣ୍ଟ୍ ଦିଅନ୍ତି।
ଏବେ କିନ୍ତୁ ଋଷଭ ଉର୍ବଶୀଙ୍କ ପାଇଁ ନୁହେଁ, ତାଙ୍କ ପ୍ରେମିକା ଈଶା ନେଗିଙ୍କ ପାଇଁ ଚର୍ଚ୍ଚାରେ ଅଛନ୍ତି। ଉର୍ବଶୀଙ୍କ ସହ ବ୍ରେକ୍-ଅପ୍ ହୋଇ ସାରିଥିବା ବେଳେ ଈଶାଙ୍କୁ ନେଇ ଅନେକ ସମୟରେ ପ୍ରଶଂସକମାନେ ତାଙ୍କୁ ପ୍ରଶ୍ନ କରିଛନ୍ତି।
ନିକଟରେ ଈଶା ତାଙ୍କର ଏକ ଫଟୋ ପୋଷ୍ଟ୍ କରିଥିଲେ ଯେଉଁଥିରେ ଈଶା ତାଙ୍କ ବେକରେ ଏକ ରୁପାର ଚେନ୍ ପିନ୍ଧିଥିଲେ । ଏପରି ଏକ ଚେନ୍ ଋଷଭ ପିନ୍ଧିବାର ଦେଖିବାକୁ ମିଳିଥିଲା । ଫୋଟ ଦେଖିବା ପରେ ପରେ ପ୍ରଶଂସକମାନେ ତାଙ୍କୁ ବିବାହ କେବେ କରିବ ବୋଲି ପ୍ରଶ୍ନ କରିଛନ୍ତି।ତା ସହ ଫ୍ୟନ ମାନେ ତାଙ୍କୁ ବହୁ ପ୍ରକାଣ ପ୍ରଶ୍ନ କରିଛନ୍ତି ।
ଈଶା ନେଗି ଜଣେ ସୋସିଆଲ୍ ମିଡିଆ ଫିଗର୍। ତାଙ୍କ ଇନ୍ଷ୍ଟା ପ୍ରୋଫାଇଲ୍ ମୁତାବକ ସେ ଜଣେ ଇଣ୍ଟେରିୟର୍ ଡିଜାଇନର୍। ତେବେ ସୋସିଆଲ୍ ମିଡିଆ ବ୍ୟବହାରକାରୀ ଅଧିକାଂଶ ସମୟରେ ଉର୍ବଶୀଙ୍କୁ ଚିଡ଼େଇଲା ପରି କମେଣ୍ଟ୍ ଦେଉଥିବା ବେଳେ ଈଶାଙ୍କୁ ଋଷଭଙ୍କ ସହ ଦେଖିବାକୁ ଚାହାନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ, ପ୍ରଶଂସକ ଈଶାଙ୍କୁ ଋଷଭଙ୍କ ସହ ବେଶି ପସନ୍ଦ କରୁଛନ୍ତି।

Related posts

IPL 2026 ପୂର୍ବରୁ ନେଟ୍ସକୁ ଫେରିଛନ୍ତି ଧୋନି

Odisha Sports Bureau

ଆଘାତ ହେବାରୁ ବାଦ୍ ପଡିଲେ ଆୟୁଷ

Odisha Sports Bureau

ଆଜିଠୁ ଭାରତର ଟି-୨୦ ବିଶ୍ୱକପ ଅଭିଯାନ