Football

କିଟ ଓ କିସ୍ ରେ ଆରମ୍ଭ ହୋଇଛି ପ୍ରଥମ ଜନ ଜାତୀୟ ଖେଳ ମହୋତ୍ସବ

ଭୁବନେଶ୍ୱର: କିଟ ଓକିସ୍ ରେ ଆଜିଠାରୁ ଆରମ୍ଭ ହୋଇଛି ପ୍ରଥମ ଜନ ଜାତୀୟ ଖେଳ ମହୋତ୍ସବ ଏହା ୧୨ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଉଛି । ଏଥିପାଇଁ କିଟରେ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ବେଳେ ଖେଳାଳି , କୋଚ ଓ ଅଫିସିଆଲସଙ୍କ ସମସ୍ତ ବ୍ୟବସ୍ଥା ମିଟରେ କରାଯାଉଛି । ଏଥିରେ ଭାରତର ୨୬ଟି ରାଜ୍ୟରୁ ୫ହଜାରରୁ ଉଦ୍ଧ୍ୱର୍ ପ୍ରତିନିଧି ଯୋଗ ଦେଉଛନ୍ତି । ଜନଜାତି ଛାତ୍ରଛାତ୍ରୀ ଓ ଖେଳାଳିଙ୍କ କ୍ରୀଡ଼ା ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରଥମ ଥର ଲାଗି ଏଭଳି ଏକ ପଦକ୍ଷେପ ଗ୍ରହଣ କରିଛି କିଟ୍ । କିଟ୍ ଓ କିସ୍ ଜନଜାତିଙ୍କ ଶିକ୍ଷା ଓ କ୍ରୀଡ଼ାକୁ ଯଥେଷ୍ଟ ଧ୍ୟାନ ଦେଉଥିବାରୁ କିଟ୍ରେ ଏହି ପ୍ରତିଯୋଗିତା ଆୟୋଜନ କରାଯାଉଛି । ଜାତୀୟସ୍ତରର ଏହି ପ୍ରତିଯୋଗିତା ପାଇଁ କେନ୍ଦ୍ର ସରକାର କିଟ୍ ଓ କିସ୍କୁ ଚୟନ କରିଥିବାରୁ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ଉଭୟ ଅନୁଷ୍ଠାନ ଏଥିପାଇଁ ଗର୍ବିତ ବୋଲି କହିଛନ୍ତି ।

 

 

Related posts

ଛୋଟ ଭୁଲ ସବୁ ସୁଧାରି ଦଳ ଭଲ ପ୍ରଦର୍ଶନ କରିବ: ଷ୍ଟୁଆର୍ଟ ବାକ୍ସଟର

Odisha Sports Bureau

ଫିଫା ବିଶ୍ୱକପ ଆୟୋଜନ କରି ନୂଆ ଇତିହାସ ରଚିଛି କାତାର

Odisha Sports Bureau

ବିଜୁ ପଟ୍ଟନାୟକ ଫୁଟ୍‌ବଲ ପ୍ରତିଯୋଗିତା: ଫାଓ ୧-୦ ଗୋଲ୍‌ରେ ବିଜୟୀ