Cricket

WTCରେ ରାହାଣେ ଠାକୁରଙ୍କ ଲଢୁଆ ବ୍ୟାଟିଙ୍ଗ ସତ୍ୱେ ୧୭୩ରନରେ ଅଷ୍ଟ୍ରେଲିଆ ଆଗୁଆ

ଓଭାଲ : ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ଭାରତ ନିଜର ପ୍ରଥମ ଇନିଂସରେ ୨୯୬ ରନରେ ଅଲଆଉଟ ହୋଇଯାଇଛି ।ଏହା ଫଳରେ ୧୭୩ ରନର ସହ ଅଷ୍ଟ୍ରେଲିଆ ନିଜର ସ୍ଥିତିକୁ ସୁଦୃଢ କରି ଆଗୁଆ ରହିଛି । ଗତକାଲିର ସ୍ଥଗିତ ରହିଥିବା ଭାରତ ଆଜି ୫ ଓ୍ବିକେଟରେ ୧୫୧ ରନରୁ ଆଗକୁ ଖେଳିଥିଲେ ।ଦଳର ଆଗଧାଡ଼ିର ବ୍ୟାଟ୍ସମ୍ୟାନ ଶୁଭମାନ ଗିଲ ବିଫଳ ହୋଇଥିଲେ କିନ୍ତୁ ଅଜିଙ୍କ୍ୟ ରାହାଣେ ଓ ଶାର୍ଦ୍ଦୁଲ ଠାକୁର ଲଢୁଆ ଖେଳ ଦେଖାଇଥିଲେ ।ଉଭୟଙ୍କର ଏହି ଲଢୁଆ ପାର୍ଟନରସିପ ଯୋଗୁଁ ଭାରତ ଫଲୋ-ଅନ ଏଡ଼ାଇବାକୁ ସକ୍ଷମ ହୋଇଥିଲା । ଏହା ସତ୍ତ୍ବେ ଭାରତ ୨୯୬ରେ ଅଲଆଉଟ ହୋଇଯାଇଥିଲା । ଫଳରେ ଅଷ୍ଟ୍ରେଲିଆ ୧୭୩ରନରେ ଆଗୁଆ ରହିଛି ।
ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ କମିନ୍ସ ୩ଟି ଓ୍ବିକେଟ ନେଇଥିବାବେଳେ କାମେରୁନ ଗ୍ରୀନ, ମିଚେଲ ଷାର୍କ ଓ ସ୍କଟ ବୋଲାଣ୍ଡ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ଅଷ୍ଟ୍ରେଲିଆ ନିଜର ପ୍ରଥମ ପାଳିରେ ୪୬୯ରନ କରି ଅଲଆଉଟ ହୋଇଥିଲା ।

Related posts

ଧୋନୀଙ୍କ ଟିମକୁ ଗଲେ ବୋଲି ଭୋ ଭୋ ହୋଇ କାନ୍ଦିଲେ କାର୍ତ୍ତିକ

Odisha Sports Bureau

୨୮ ବଲରେ ଶତକ ହାସଲ କରିଛନ୍ତି ଅଭିଷେକ ଶର୍ମା

Odisha Sports Bureau

ଆଫଗାନିସ୍ଥାନର ଜବରଦସ୍ତ ଜିତ ପରେ ରାସିଦ ଖାନଙ୍କୁ ଭିଡିଓ କଲ କରି ଶୁଭେଚ୍ଛା ଜଣାଇଲେ ହାର୍ଦ୍ଦିକ ପାଣ୍ଡ୍ୟା

Odisha Sports Bureau