ଓଭାଲ : ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ଭାରତ ନିଜର ପ୍ରଥମ ଇନିଂସରେ ୨୯୬ ରନରେ ଅଲଆଉଟ ହୋଇଯାଇଛି ।ଏହା ଫଳରେ ୧୭୩ ରନର ସହ ଅଷ୍ଟ୍ରେଲିଆ ନିଜର ସ୍ଥିତିକୁ ସୁଦୃଢ କରି ଆଗୁଆ ରହିଛି । ଗତକାଲିର ସ୍ଥଗିତ ରହିଥିବା ଭାରତ ଆଜି ୫ ଓ୍ବିକେଟରେ ୧୫୧ ରନରୁ ଆଗକୁ ଖେଳିଥିଲେ ।ଦଳର ଆଗଧାଡ଼ିର ବ୍ୟାଟ୍ସମ୍ୟାନ ଶୁଭମାନ ଗିଲ ବିଫଳ ହୋଇଥିଲେ କିନ୍ତୁ ଅଜିଙ୍କ୍ୟ ରାହାଣେ ଓ ଶାର୍ଦ୍ଦୁଲ ଠାକୁର ଲଢୁଆ ଖେଳ ଦେଖାଇଥିଲେ ।ଉଭୟଙ୍କର ଏହି ଲଢୁଆ ପାର୍ଟନରସିପ ଯୋଗୁଁ ଭାରତ ଫଲୋ-ଅନ ଏଡ଼ାଇବାକୁ ସକ୍ଷମ ହୋଇଥିଲା । ଏହା ସତ୍ତ୍ବେ ଭାରତ ୨୯୬ରେ ଅଲଆଉଟ ହୋଇଯାଇଥିଲା । ଫଳରେ ଅଷ୍ଟ୍ରେଲିଆ ୧୭୩ରନରେ ଆଗୁଆ ରହିଛି ।
ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ କମିନ୍ସ ୩ଟି ଓ୍ବିକେଟ ନେଇଥିବାବେଳେ କାମେରୁନ ଗ୍ରୀନ, ମିଚେଲ ଷାର୍କ ଓ ସ୍କଟ ବୋଲାଣ୍ଡ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ଅଷ୍ଟ୍ରେଲିଆ ନିଜର ପ୍ରଥମ ପାଳିରେ ୪୬୯ରନ କରି ଅଲଆଉଟ ହୋଇଥିଲା ।
previous post