Cricket

ବିଶ୍ୱ ଟେଷ୍ଟ ଚାମ୍ପିଅନ ଅଷ୍ଟ୍ରେଲିଆ

ଲଣ୍ଡନ: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଟ୍ରଫି ହାସଲ କଲା ଅଷ୍ଟ୍ରେଲିଆ । ଲଣ୍ଡନର ଦ ଓଭାଲ ଗ୍ରାଉଣ୍ଡରେ ଖେଳା ଯାଇଥିବା ଡବ୍ଲ୍ୟୁଟିସିର ଫାଇନାଲ୍ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଶୋଚନୀୟ ଭାବେ ଭାରତୀୟ ଦଳକୁ ୨୦୯ ରନରେ ହରାଇଛି।
ଷ୍ଟ୍ରେଲିଆ ଦ୍ଵାରା ଧାର୍ୟ୍ୟ ୪୪୪ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତୀୟ ଦଳ ପଞ୍ଚମ ଦିନର ପ୍ରଥମ ସେସନରେ ହିଁ ୨୩୪ ରନରେ ଅଲଆଉଟ୍ ହୋଇଛି। ନାଥନ ଲାୟନ ୪ ଏବଂ ସ୍କଟ ବୋଲାଣ୍ଡ ୩ ଓ୍ଵିକେଟ୍ ନେଇ ଅଷ୍ଟ୍ରେଲିଆ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଏଥିସହ ଅଷ୍ଟ୍ରେଲିଆ ବିଶ୍ଵର ପ୍ରଥମ ଦଳ ଭାବେ ଆଇସିସିର ସମସ୍ତ ଫର୍ମାଟ୍ରେ ଟ୍ରଫି ଜିତିବାର ରେକର୍ଡ କରିଛି। ଫାଇନାଲ୍ ମୁକାବିଲାରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୬୯ ରନ କରିଥିବା ବେଳେ ଭାରତ ପ୍ରଥମ ଇନିଂସରେ ୨୯୬ ରନରେ ଅଲଆଉଟ୍ ହୋଇଥିଲା। ଏହା ପରେ କଙ୍ଗାରୁ ଦଳ ଦ୍ଵିତୀୟ ଇନିଂସରେ ୨୭୦/୮ରେ ପାଳି ସମାପ୍ତି ଘୋଷଣା କରିଥିଲା।

Related posts

ଆସନ୍ତାକାଲି ଭାରତ ବନାମ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ

Odisha Sports Bureau

ବିସିସିଆଇ ଉପାଧ୍ୟକ୍ଷ ପଦ ସମ୍ଭାଳିବେ ରାଜୀବ ଶୁକ୍ଲା

Odisha Sports Bureau

ଗୌହାଟୀ ଟେଷ୍ଟରେ ଘୋର ସଙ୍କଟରେ ପଡ଼ିଛି ଭାରତୀୟ ଦଳ

Odisha Sports Bureau