Cricket

ଗିଲ ହୋଇପାରନ୍ତି ଟିମ ଇଣ୍ଡିଆ ଅଧିନାୟକ !

ଟିମ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ ତଥା ଆଇପିଏଲ ଉଦୀୟମାନ ତାରକା ଶୁବମନ ଗିଲ ହୋଇପାରନ୍ତି ଭାରତୀୟ ଦଳର ଆଗାମୀ ଅଧିନାୟକ ।ଏଭଳି କହିଛନ୍ତି ସିଲେକ୍ଟର କମିଟିର ପୂର୍ବତନ ସଦସ୍ୟ ଭୂପିନ୍ଦର ସିଂ । ଜାତୀୟ ଗଣମାଧ୍ୟମ ସହ ସାକ୍ଷାତକାର ବେଳେ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି । ଭୂପିନଦର ୨୦୦୫ରୁ ୨୦୦୮ ପର୍ୟ୍ୟନ୍ତ ସିଲେକ୍ଟର କମିଟିର ସଦସ୍ୟ ରହିଥିଲେ ।

ଶୁଭମନ ଗିଲ୍ ଏବେ କ୍ରିକେଟ୍ର ସବୁ ଫର୍ମାଟରେ ଟିମ୍ ଇଣ୍ତିଆ ପାଇଁ ଓପନିଂ କରୁଥିବାର ନଜର ଆସିଛନ୍ତି । ଓପନିଂରେ ଧୁଆଁଧାର ଇନିଂସ ମଧ୍ୟ ଖେଳିଛନ୍ତି । ଚଳିତ ଆଇପିଏଲ୍ ସଂସ୍କରଣରେ ସର୍ବାଧିକ ରନ୍ କରି ସେ ଅରେଞ୍ଜ କ୍ୟାପ୍ ମଧ୍ୟ ହାସଲ କରିଥିଲେ । ବର୍ତ୍ତମାନ ପ୍ରଶଂସକ ତାଙ୍କୁ କ୍ୟାପ୍ଟେନ୍‌ ଭାବେ ମଧ୍ୟ ଦେଖିବାକୁ ଚାହୁଁଛନ୍ତି।

ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ବେଳେ ଭୂପିନ୍ଦର କହିଛନ୍ତି ଯେ, ‘ଗିଲ୍ ଜଣେ ପ୍ରତିଭାବାନ ଖେଳାଳି । ସେ ଆଗାମୀ ଦିନରେ ବ୍ୟାଟିଂ ସେନ୍ସେସନ୍ ପାଲଟିବେ । ତେବେ ସେ କ୍ୟାପ୍ଚେନସିପ୍ ଭାର ନେବେ କି ନାହିଁ ଏତେ ଶୀଘ୍ର ଅନୁମାନ କରିହେବ ନାହିଁ । ମୁଁ ଚାହୁଁନି କି ସେ କ୍ୟାପ୍ଟେନ୍ ଦୌଡ଼ରେ ପଡ଼ନ୍ତୁ । ଗିଲ୍ ଆଗାମୀ ଦିନରେ ଟିମ୍ ଇଣ୍ତିଆର ବ୍ୟାଟିଂ ଲିଜେଣ୍ତ ହୁଅନ୍ତୁ ବୋଲି ଆଶା କରୁଛି । ପରବର୍ତ୍ତୀ ସମୟରେ ସେ ନିଜକୁ ଭଲ କ୍ୟାପ୍ଟେନ୍ ଭାବେ ବିକାଶ କରିପାରିବେ’ ।

Related posts

ନିଷ୍ପତ୍ତି ବଦଳାଇଲେ ତମିମ୍, ନେବେ ନାହିଁ ଅବସର

ଚେନ୍ନାଇ ଟେଷ୍ଟରେ ଅଶ୍ୱିନୀଙ୍କ ଡବଲ୍‌ ଧମାକା ସହ ୨୮୦ ରନ୍‌ରେ ହାରିଲା ବାଂଲାଦେଶ

Odisha Sports Bureau

ଏହି ମାସରେ ବିବାହ ବନ୍ଧନରେ ବାନ୍ଧିହେବେ ସଚିନ ତେନ୍ଦୁଲକରଙ୍କ ପୁଅ

Odisha Sports Bureau