Cricket

ରହମାନଉଲ୍ଲାହଙ୍କୁ ଧୋନିଙ୍କ ଗିଫ୍ଟ

ଚଳିତ ଆଇପିଏଲ ୫ଥର ପାଇଁ ଟାଇଟଲ ଜିତିଛି ଚେନ୍ନାଇ ।ଜିତିବା ପରଠୁ ଧୋନିଙ୍କୁ ନେଇ ଅନେକ ଚର୍ଚ୍ଚା ହେଉଛି । ଏହା ଧୋନିଙ୍କର ଶେଷ ଆଇପିଏଲ ହେବା ନେଇ ଫ୍ୟାନ୍ସ ଆକଳନ କରୁଥିଲେ । ଏହି କାରଣ ଯୋଗୁଁ ଅନେକ ଖେଳାଳି ମ୍ୟାଚ ସରିବା ପରେ ଧୋନିଙ୍କ ଅଟୋଗ୍ରାଫ ନେବା ସହିତ ସେଲଫି ମଧ୍ୟ ନେଉଥିଲେ ।ଆଉ ଏହା ମଧ୍ୟରେ ଆଫଗାନିସ୍ତାନର ୱିକେଟକିପର ବ୍ୟାଟର ରହମାନୁଲ୍ଲାହ ଗୁରବାଜଙ୍କୁ ଧୋନିଙ୍କ ତରଫରୁ ଏକ ଖାସ୍ ଉପହାର ମିଳିଛି ।

ଆଇପିଏଲରେ ଚଳିତବର୍ଷ କେକେଆର ତରଫରୁ ଡେବ୍ୟୁ କରିଥିଲେ ଗୁରବାଜ । ଗୁରବାଜ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ସେ ଚେନ୍ନାଇ ସୁପରକିଙ୍ଗସର ଜର୍ସି ଧରିଥିବାର ନଜର ଆସିଛନ୍ତି । ଏଥିରେ ଧୋନିଙ୍କ ଅଟୋଗ୍ରାଫ ଦେଖିବାକୁ ମିଳିଛି । ଏହା ପ୍ରଥମ ଥର ପାଇଁ ନୁହେଁ, ପୂର୍ବରୁ ଧୋନି ଅନେକ ଖେଳାଳିଙ୍କୁ ଏଭଳି ଗିଫ୍ଟ ଦେଇସାରିଛନ୍ତି ।ଏହାଛଡା ଗୁରବାଜ ସୋସିଆଲ ମିଡିଆରେ ଚେନ୍ନାଇ ଟିମର ଜର୍ସି ସହିତ ଏକ ଫଟୋ ଟ୍ବିଟ୍ କରି ଲେଖିଛନ୍ତି, ଏକ ସୁନ୍ଦର ଉପହାର ପଠାଇବା ପାଇଁ ଧନ୍ୟବାଦ ମାହି ସାର୍ ।

 

Related posts

ବର୍ଷା ପାଇଁ ଫିକା ପଡିଯିବ ଟି-୨୦ ବିଶ୍ୱକପ୍

Odisha Sports Bureau

ଭାରତ ପାକିସ୍ତାନ ମ୍ୟାଚ ପୁର୍ବରୁ ବଢିଲା ହେଟେଲ-ବିମାନ ଭଡା

Odisha Sports Bureau

ପେଟା ଇଣ୍ଡିଆନ ପକ୍ଷରୁ କୋହଲିଙ୍କୁ ‘ପର୍ସନ ଅଫ ଦି ଇୟର’

Odisha Sports Bureau