Football

ଭାରତ- ପାକିସ୍ତାନ ମ୍ୟାଚରେ ମୁହାଁମୁହିଁ ଖେଳାଳି

ସାଉଥ ଏସିଆର ଫୁଟବଲ ଫେଡେରେସନ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନକୁ ୪-୦ରେ ହରାଇଛି ଭାରତ । ଏହି ମ୍ୟାଚ ଚାଲିଥିବା ସମୟରେ ମୁହାଁ ମୁହିଁ ହୋଇଛନ୍ତି ଭାରତ ଏବଂ ପାକିସ୍ତାନ । ଉଭୟ ଦଳର ଖେଳାଳି ଏହି ଲାଇଭ ମ୍ୟାଚରେ ହାତାହାତି ହୋଇଥିବା ମଧ୍ୟ ଦେଖା ଯାଇଛି । କିଛି ସମୟ ଏହି ଉତ୍ତେଜନା ପରିସ୍ଥିତି ଲାଗି ରହିବା ପରେ କୋଚ ତାଙ୍କୁ ଶାନ୍ତ କରିଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।
ଭାରତ-ପାକିସ୍ତାନ ମଧ୍ୟରେ ବେଙ୍ଗାଲୁରୁରେ ଖେଳାଯାଉଥିବା ମ୍ୟାଚରେ ଦୁଇ ଦେଶରେ ଖେଳାଳି ପରସ୍ପର ମଧ୍ୟରେ ଝଗଡା ଆରମ୍ଭ କରିଦେଇଥିଲେ । ମ୍ୟାଚର ହାଫ ଟାଇମ୍ ଘଣ୍ଟି ବାଜିବା ପୂର୍ବରୁ ପରସ୍ପର ମଧ୍ୟରେ ଯୁକ୍ତିତର୍କ ଆରମ୍ଭ କରିଦେଇଥିଲେ ।

ତେବେ ଏହି ଳଢେଇ ପ୍ରଥମେ ଦଳର କୋଚ ମାନଙ୍କ ନିକଟରୁ ଆରମ୍ଭ ହୋଇଥିଲା ।୪୫ତମ ମିନିଟରେ ଭାରତୀୟ କୋଚ ଏମଂ ପାକିସ୍ତାନୀ ଖେଳାଳିଙ୍କ ହସ ତର୍କ ହୋଇଥିଲା ପାକିସ୍ତାନର ଜଣେ ଖେଳାଳି ବଲ୍ ଫିଙ୍ଗିବା ସମୟରେ ଭାରତୀୟ କୋଚ ଇଗୋର ଷ୍ଟିମିକ ତାଙ୍କ ଠାରୁ ବଲ୍ ଛଡାଇ ନେଇଥିଲେ ।ଏହାପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା । ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ଠେଲାପେଲା ହେଉଥିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେଉଛି ।ଏହି ଘଟଣା ପରେ ଭାରତୀୟ କୋଚକୁ ରେଫେରୀ ରୋଡ କାର୍ଡ ଦେଖାଇଥିଲେ ।ପାକିସ୍ତାନ କୋଚକୁ ୟେଲୋ କାର୍ଡ ଦେଖାଇଛି । ଏାହା ବ୍ୟତୀତ ଭାରତର ଡିଫେଣ୍ଡର ସନ୍ଦେଶ ଝିଙ୍ଗନ ଏବଂ ପାକିସ୍ତାନର ମିଡ ଫିଲ୍ଡର ରାହିସ ନବୀଙ୍କୁ ମଧ୍ୟ ୟେଲୋ କାର୍ଡ ଦେଖାଇଥିଲେ ମ୍ୟାଚ ରେଫରୀ ।

Related posts

ଇକ୍ୟୁଏଡର୍ ଉପରେ ଆର୍ଜେଣ୍ଟିନାର ବିଜୟ

Odisha Sports Bureau

ମହିଳା ଫିଫା ବିଶ୍ୱକପ:ଆମେରିକାର ଦମଦାର ବିଜୟ

Odisha Sports Bureau

ଫ୍ରାନ୍ସର ଫରୱାର୍ଡ ଖେଳାଳି ଖ୍ରିଷ୍ଟୋଫର ଏନ୍‌କୁଙ୍କୁ ବିଶ୍ବକପ୍‌ରୁ ବାଦ୍‌

Odisha Sports Bureau