Cricket

ଟିମ୍ ଇଣ୍ଡିଆର ନୂଆ ଜର୍ସି: ନଜର ଆସିବ ଡ୍ରିମ୍ ୧୧

ଟିମ୍ ଇଣ୍ଡିଆ ଜର୍ସିରେ ଏବେ ବାଇଜୁ ବଦଳରେ ନଜର ଆସିବ ଡ୍ରିମ୍ ୧୧ । ବର୍ତ୍ତମାନ ଡ୍ରିମ୍ ୧୧ ହେଉଛି ଟିମ୍ ଇଣ୍ଡିଆ ଜର୍ସିର ଲିଡ୍ ସ୍ପନସର୍ । ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ଟିମ୍ ଇଣ୍ଡିଆ ଜର୍ସି ସ୍ପନସରରେ ପରିବର୍ତ୍ତନ କରିଛି । ଟିମ୍ ଇଣ୍ଡିଆ ଜର୍ସିର ଲିଡ୍ ସ୍ପନସର ପାଇଁ ବିସିସିଆଇ ଟେଣ୍ଡର ଜାରି କରିଥିଲା । ଟେଣ୍ଡର ପ୍ରକ୍ରିୟା ପୂରା ହେବା ପରେ ଆଗାମୀ ୩ ବର୍ଷ ପାଇଁ ଡ୍ରିମ୍ ୧୧ ଟିମ୍ ଇଣ୍ଡିଆର ନୂଆ ଲିଡ୍ ସ୍ପନସର ହେଇଥିବା ଜଣାପଡିଛି । ଲିଡ୍ ସ୍ପନସର ବାଛିବା ପୂର୍ବରୁ ବିସିସିଆଇ ଟିମ୍ ଇଣ୍ଡିଆର ନୂଆ କିଟ୍ ସ୍ପନସର ମଧ୍ୟ ଘୋଷଣା କରିସାରିଛି । ଆଗାମୀ ୫ ବର୍ଷ ପାଇଁ ଟିମ୍ ଇଣ୍ଡିଆର କିଟ୍ ପାର୍ଟନର ହେଉଛି ଆଡିଡାସ୍ । ଏହା ପୂର୍ବରୁ କିଲର ପାଞ୍ଚ ମାସ ପାଇଁ ଟିମ୍ ଇଣ୍ଡିଆର କିଟ୍ ସ୍ପନସର ରହିଥିଲା ।

ବିସିସିଆଇର ସୂଚନା ମୁତାବକ, ଟିମ୍ ଇଣ୍ଡିଆ ଜର୍ସିରେ ଏହି ନୂଆ ଲୋଗୋ ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜରୁ ଦେଖିବାକୁ ମିଳିବ । ଏହି ସିରିଜରେ ଭାରତ ଦୁଇଟି ଟେଷ୍ଟ, ତିନିଟି ଦିନିକିଆ ଏବଂ ୫ଟି ଟି-୨୦ ମ୍ୟାଚ୍ ଖେଳିବ । ତେବେ ଭାରତ- ୱେଷ୍ଟଇଣ୍ଡିଜ୍ ଭିତରେ ହେବାକୁ ଥିବା ଏହି ସିରିଜ୍ ଆସନ୍ତା ଜୁଲାଇ ୧୨ ତାରିଖରୁ ଆରମ୍ଭ ହେବାକୁ ଥିବାବେଳେ, ଏହି ସିରିଜରୁ ହିଁ ଟିମ୍ ଇଣ୍ଡିଆ ଜର୍ସିରେ ଡ୍ରିମ୍ ୧୧ ଲୋଗୋ ନଜର ଆସିବ ।

Related posts

ପ୍ରଥମ ଥର ପାଇଁ ଇତିହାସ ରଚି ଫାଇନାଲରେ ଭାରତୀୟ ମହିଳା ଦଳ

ଟେଷ୍ଟ କ୍ରିକେଟର ଲୋକପ୍ରିୟତା ବଢାଇବା ପାଇଁ କାମ କରିବାକୁ ପଡ଼ିବ: ଗାଙ୍ଗୁଲି

Odisha Sports Bureau

ମେଲବୋର୍ଣ୍ଣ ଟେଷ୍ଟ: ଭାରତ ୮ ୱିକେଟରେ ବିଜୟୀ

Odisha Sports Bureau

Leave a Comment