Cricket

ଦିନିକିଆ ବିଶ୍ବକପରୁ ୨୭ ଖେଳାଳି କାହିଁକି ପଡିବେ ବାଦ୍ ? ଜାଣନ୍ତୁ

ବ୍ୟୁରୋ : ଦିନିକିଆ ବିଶ୍ବକପ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛି ଟିମ ଇଣ୍ଡିଆ । ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ୨୭ ଜୁଲାଇରୁ ଆରମ୍ଭ ହେଉଛି । ଏହା ପୂର୍ବରୁ ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ଅଜିତ୍ ଅଗରକର ୱେଷ୍ଟଇଣ୍ଡିଜରେ ମଧ୍ୟ ପହଞ୍ଚିଛନ୍ତି। ସେ ଅଧିନାୟକ ରୋହିତ ଶର୍ମା ଏବଂ କୋଚ୍ ରାହୁଲ ଦ୍ରାବିଡଙ୍କ ସହ ୨୦ ଜଣ ଖେଳାଳିଙ୍କୁ ମନୋନିତ କରିବେ। ୨୦୧୧ ମସିହା ପରଠାରୁ ଭାରତ କୌଣସି ବିଶ୍ବକପ୍ ଜିତି ପାରିନାହିଁ । ତେବେ ଏଥର ବିଶ୍ବକପ୍ ଭାରତ ଘରୋଇ ମାଟିରେ ଖେଳିବାକୁ ଯାଉଥିବାରୁ ରୋହିତ ଆଣ୍ଡ କୋ, ପାଇଁ ପରିସ୍ଥିତି ଅନୁକୂଳ ରହିବ ।

ଯଦି ଦେଖାଯାଏ ୨୦୧୯ ବିଶ୍ବକପ୍ ପରଠାରୁ ଭାରତୀୟ ଦଳରେ ୪୭ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି । ଏଥି ସହିତ ୨୦ଜଣିଆ ଖେଳାଳିଙ୍କର ଏକ ଟିମ୍ ଗଠନ କରିବା ପାଇଁ ବିସିସିଆଇ ସ୍ଥିର କରିଛି । ଏହାର ଅର୍ଥ ବାକି ୨୭ ଖେଳାଳିଙ୍କୁ ଏହି ବିଶ୍ବକପରୁ ବାଦ୍ ଦିଆଯିବ । ସେହିପରି ଯଦି ଦେଖାଯାଏ ଏମିତି ୯ ଜଣ ଖେଳାଳି ଅଛନ୍ତି ଯିଏ ମାତ୍ର ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବାକୁ ପାଇଛନ୍ତି । ସୋମାନେ ହେଉଛନ୍ତି ରିତୁରାଜ ଗାଇକୱାଡ, ରାହୁଲ ଚହର, ଶିବମ ଦୁବେ, କୃଷ୍ଣପ୍ପା ଗୌତମ, ନୀତୀଶ ରାଣା, ରବି ବିଷ୍ଣୋଇ , ଚେତନ ସାକାରିଆ, କୁଲଦୀପ ସେନ ଏବଂ ଜୟନ୍ତ ଯାଦବ, ଆର ଅଶ୍ୱିନ୍, ଟି ନାଟାରାଜନ ଏବଂ ଭେଙ୍କଟେଶ ଆୟର ଦୁଇଟି ଲେଖାଏଁ ମ୍ୟାଚରେ ଖେଳିବାର ସୁଯୋଗ ମିଳିଥିଲା । ଯଦି ବ୍ୟାଟରଙ୍କ କଥା ଆସେ ତେବେ ବିଗତ ୪ବର୍ଷରେ ବିରାଟ କୋହଲି ସର୍ବାଧିକ ୩୮ଟି ଦିନିକିଆ ଖେଳି ୧୬୧୨ ରନ ହାସଲ କରିଛନ୍ତି । ଯଉଁଥିରେ ୫ ଶତକ ଏବଂ ୧୧ ଅର୍ଦ୍ଧଶତକ ସାମିଲ ରହିଛି । ସେହିପରି ତାଙ୍କ ପଛକୁ ରହିଛନ୍ତି ଶିଖର ଧାୱନ ଯିଏ ୩୭ଟି ମ୍ୟାଚରେ ୧୩୧୩ ରନ ସଂଗ୍ରହ କରିଛନ୍ତି । ଯେଉଁଥିରେ ୧୨ଟି ଅର୍ଦ୍ଧଶତକ ରହିଥିବା ବେଳେ ଏକ ୯୮ ରନର ପାରି ଖେଳିଛନ୍ତି । ତେବେ ତାଙ୍କୁ ଦଳରୁ ବାଦ୍ ଦିଆଯାଇଛି । ଏବେ ପ୍ରଶ୍ନ ଉଠୁଛି ଯେ ଦୀର୍ଘ 4 ବର୍ଷ ଧରି ଖେଳୁଥିବା ଧାୱନ ବିଶ୍ବକପ ପୂର୍ବରୁ କାହିଁକି ବାଦ୍ ପଡିଲେ ।

Related posts

ଆଇସିସି ଦିନିକିଆ ରାଙ୍କିଂ : ଟପ୍-୨ରେ ଶୁଭମନ

Odisha Sports Bureau

ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା କୋଲକାତା

କାର ଉପରେ ସ୍ପାଇଡର ମ୍ୟାନ ପୋଜ ଦେଲେ ଶୁଭମନ ଗିଲ୍