Cricket

ଆର୍ୟଲ୍ୟାଣ୍ଡ ବିପକ୍ଷ ସିରିଜରେ ଇଣ୍ଡିଆର କ୍ୟାପଟେନ ହେବେ ସୂର୍ଯ୍ୟକୁମାର ୟାଦବ

ଆସନ୍ତା ମାସ ଆର୍ୟଲ୍ୟାଣ୍ଡକୁ  ଟିମ ଇଣ୍ଡିଆ ତିନି ମ୍ୟାଚର ଟି -୨୦ ସିରିଜ ଖେଳିବା ପାଇଁ  ଯିବ ।  ଏହି ସିରିଜରେ ଅନେକ ସିନିଅର ଖେଳାଳୀଙ୍କୁ ବିଶ୍ରାମ ଦିଆଯିବ । ଏଥିରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶୁଭମନ ଗିଲ ମଧ୍ୟ ସାମିଲ ରହିଛନ୍ତି । ତେବେ ବିଭିନ୍ନ  ଗଣମାଧ୍ୟମ   କୁହାଯାଉଛି  ଯେ ଆର୍ୟଲ୍ୟାଣ୍ଡ ବିପକ୍ଷ ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ସୂର୍ଯ୍ୟକୁମାର ୟାଦବ ଟିମ ଇଣ୍ଡିଆର କ୍ୟାପଟେନ ହେବେ ।

ଇଣ୍ଟରନ୍ୟାସନାଲରେ ଦୁନିଆର ନମ୍ବର ଓ୍ଵାନ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ୟାଦବ ଟିମ ଇଣ୍ଡିଆର ଦାୟିତ୍ୱ ନେବେ । ତେବେ ହାର୍ଦ୍ଦିକ ପାଣ୍ଡ୍ୟା ଟି -୨୦ ସିରିଜ ଟିମର କ୍ୟାପଟେନ ରହିବା ଦିନ ଠାରୁ ହିଁ ସୂର୍ଯ୍ୟକୁମାର ଟିମର ଭାଇସ-କ୍ୟାପଟେନ ରହିଛନ୍ତି । ତେବେ ଏଭଳି ପରିସ୍ଥିତିରେ ହାର୍ଦ୍ଦିକଙ୍କ ଅନୁପସ୍ଥିତିରେ ସୂର୍ଯ୍ୟଙ୍କୁ କ୍ୟାପଟେନ କରାଯିବ ବୋଲି କୁହାଯାଉଛି ।

ସୂଚନା ଅନୁସାରେ ୧୮ ଅଗଷ୍ଟରୁ ଟିମ ଇଣ୍ଡିଆ ଆର୍ୟଲ୍ୟାଣ୍ଡ ବିପକ୍ଷରେ ତିନି ମ୍ୟାଚର ଟି -୨୦ ସିରିଜ ଖେଳିବ । ରିପୋର୍ଟ ଅନୁସାରେ ଆଗାମୀ ଓ୍ଵାନଡେ ଓ୍ଵାର୍ଲ୍ଡ କପ ଏବଂ ଏସିଆ କପକୁ ନଜରରେ ରଖି ଆର୍ୟଲ୍ୟାଣ୍ଡ ବିପକ୍ଷରେ ହେବାକୁ ଥିବା ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶୁଭମନ ଗିଲଙ୍କୁ ବିଶ୍ରାମ ଦିଆଯିବ ।

ତେବେ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ଭାରତୀୟ ଟିମ ୧୮ ଅଗଷ୍ଟରୁ ୨୩ ଅଗଷ୍ଟ ପର୍ଯ୍ୟନ୍ତ ତିନି ମ୍ୟାଚର ଟି –୨୦ ସିରିଜ ପାଇଁ ଆର୍ୟଲ୍ୟାଣ୍ଡ ଯିବେ । ଏହା ପରେ ୩୦ ଅଗଷ୍ଟରୁ ଏସିଆ କପ ୨୦୨୩ ଖେଳାଯିବ । ଏହି ସିରିଜରେ ଅନେକ ଯୁବ ଖେଳାଳୀଙ୍କୁ ସୁଯୋଗ ମିଳିବ ବୋଲି ଆଶା କରାଯାଉଛି ।

 

Related posts

ଅନ୍ତର୍ଜାତୀୟ ମହିଳା ଟି-୨୦ ମ୍ୟାଚରେ ବିଶ୍ୱ ରେକର୍ଡ ହାସଲ କଲେ ରୋହମାଲିଆ

Odisha Sports Bureau

ବିଶ୍ୱସ୍ତରୀୟ ହେବ ବାରବାଟୀ ଷ୍ଟାଡିୟମ, କଟକ ଯାଇ ସମୀକ୍ଷା କଲେ 5T ଅଧ୍ୟକ୍ଷ

Odisha Sports Bureau

ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳରେ ଓଡ଼ିଆ ପୁଅ

Odisha Sports Bureau