Cricket

ଆର୍ୟଲ୍ୟାଣ୍ଡ ବିପକ୍ଷ ସିରିଜରେ ଇଣ୍ଡିଆର କ୍ୟାପଟେନ ହେବେ ସୂର୍ଯ୍ୟକୁମାର ୟାଦବ

ଆସନ୍ତା ମାସ ଆର୍ୟଲ୍ୟାଣ୍ଡକୁ  ଟିମ ଇଣ୍ଡିଆ ତିନି ମ୍ୟାଚର ଟି -୨୦ ସିରିଜ ଖେଳିବା ପାଇଁ  ଯିବ ।  ଏହି ସିରିଜରେ ଅନେକ ସିନିଅର ଖେଳାଳୀଙ୍କୁ ବିଶ୍ରାମ ଦିଆଯିବ । ଏଥିରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶୁଭମନ ଗିଲ ମଧ୍ୟ ସାମିଲ ରହିଛନ୍ତି । ତେବେ ବିଭିନ୍ନ  ଗଣମାଧ୍ୟମ   କୁହାଯାଉଛି  ଯେ ଆର୍ୟଲ୍ୟାଣ୍ଡ ବିପକ୍ଷ ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ସୂର୍ଯ୍ୟକୁମାର ୟାଦବ ଟିମ ଇଣ୍ଡିଆର କ୍ୟାପଟେନ ହେବେ ।

ଇଣ୍ଟରନ୍ୟାସନାଲରେ ଦୁନିଆର ନମ୍ବର ଓ୍ଵାନ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ୟାଦବ ଟିମ ଇଣ୍ଡିଆର ଦାୟିତ୍ୱ ନେବେ । ତେବେ ହାର୍ଦ୍ଦିକ ପାଣ୍ଡ୍ୟା ଟି -୨୦ ସିରିଜ ଟିମର କ୍ୟାପଟେନ ରହିବା ଦିନ ଠାରୁ ହିଁ ସୂର୍ଯ୍ୟକୁମାର ଟିମର ଭାଇସ-କ୍ୟାପଟେନ ରହିଛନ୍ତି । ତେବେ ଏଭଳି ପରିସ୍ଥିତିରେ ହାର୍ଦ୍ଦିକଙ୍କ ଅନୁପସ୍ଥିତିରେ ସୂର୍ଯ୍ୟଙ୍କୁ କ୍ୟାପଟେନ କରାଯିବ ବୋଲି କୁହାଯାଉଛି ।

ସୂଚନା ଅନୁସାରେ ୧୮ ଅଗଷ୍ଟରୁ ଟିମ ଇଣ୍ଡିଆ ଆର୍ୟଲ୍ୟାଣ୍ଡ ବିପକ୍ଷରେ ତିନି ମ୍ୟାଚର ଟି -୨୦ ସିରିଜ ଖେଳିବ । ରିପୋର୍ଟ ଅନୁସାରେ ଆଗାମୀ ଓ୍ଵାନଡେ ଓ୍ଵାର୍ଲ୍ଡ କପ ଏବଂ ଏସିଆ କପକୁ ନଜରରେ ରଖି ଆର୍ୟଲ୍ୟାଣ୍ଡ ବିପକ୍ଷରେ ହେବାକୁ ଥିବା ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶୁଭମନ ଗିଲଙ୍କୁ ବିଶ୍ରାମ ଦିଆଯିବ ।

ତେବେ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ଭାରତୀୟ ଟିମ ୧୮ ଅଗଷ୍ଟରୁ ୨୩ ଅଗଷ୍ଟ ପର୍ଯ୍ୟନ୍ତ ତିନି ମ୍ୟାଚର ଟି –୨୦ ସିରିଜ ପାଇଁ ଆର୍ୟଲ୍ୟାଣ୍ଡ ଯିବେ । ଏହା ପରେ ୩୦ ଅଗଷ୍ଟରୁ ଏସିଆ କପ ୨୦୨୩ ଖେଳାଯିବ । ଏହି ସିରିଜରେ ଅନେକ ଯୁବ ଖେଳାଳୀଙ୍କୁ ସୁଯୋଗ ମିଳିବ ବୋଲି ଆଶା କରାଯାଉଛି ।

 

Related posts

ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ ହେବ ମହା ମୁକାବିଲା

Odisha Sports Bureau

କୋହଲିଙ୍କୁ ଫିଲ୍ଡିଂ ସମୟରେ ଆଣ୍ଠୁରେ ଲାଗିଲା ଆଘାତ

ଚର୍ଚ୍ଚାରେ ଚହଲଙ୍କ ୨୦୦ ୱିକେଟ୍ ମାଇଲ୍‌ଖୁଣ୍ଟ

Odisha Sports Bureau