Football

ଏସିଆ କପରେ୨୦୨୩ରେ, ମହିଲା ଓ ପୁରୁଷ ଫୁଟବଲ ଟଇମ ଖେଳିବ

ନୂଆଦିଲ୍ଲୀ: ସେପ୍ଟେମ୍ବର ୨୦୨୩ରେ ଚୀନରେ ହେବାକୁ ଥିବା ଏସିଆନ ଗେମ୍ସରେ ଭାଗ ନେବେ ଉଭୟ ଭାରତୀୟ ପୁରୁଷ ଓ ମହିଳା ଫୁଟ୍ବଲ ଟିମ୍। ଏନେଇ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଅନୁମତି ମିଳିଛି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ବୁଧବାର(୨୬ ଜୁଲାଇ) ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
କଣ୍ଟିନେଣ୍ଟାଲ ମଲ୍ଟି ସ୍ପୋର୍ଟ୍ସ ଇଭେଣ୍ଟରେ ଉଭୟ ଟିମ୍ ଯୋଗ ଦେବାକୁ ଭାରତ ସରକାର ନିୟମ କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଅନୁରାଗ ଟ୍ୱିଟ୍ରେ ଲେଖିଛନ୍ତି। ନିକଟ ସମୟରେ ଟିମ୍ ଦ୍ୱର ଉତ୍ତମ ପ୍ରଦର୍ଶନକୁ ଦେଖି ନିୟମ କୋହଳ କରିବାକୁ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି। ମୁଁ ନିଶ୍ଚିତ ଯେ ଉଭୟ ଟିମ ଉନ୍ନତ ପ୍ରଦର୍ଶନ କରି ଦେଶକୁ ଗୌରବାନ୍ନିତ କରିବେ ବୋଲି ଖେଳ ମନ୍ତ୍ରୀ କହିଛନ୍ତି।
ସୂଚନା ଥାଉକି ୨୦୧୮ରେ ଜକାର୍ତ୍ତାରେ ହୋଇଥିବା ଏସିଆନ୍ ଗେମ୍ସରେ ପୁରୁଷ ଫୁଟବଲ ଟିମ୍କୁ ଅନୁମତି ମିଳି ନଥିଲା। କାରଣ ଖେଳ ମନ୍ତ୍ରଣାଳୟର ଥିବା ନିୟମ ଅନୁସାରେ ରାଜ୍ୟର କେବଳ କେବଳ ଟପ୍ ୮ ଖେଳାଳିଙ୍କୁ ହିଁ ଅନୁମତି ଦିଆଯାଇଥିଲା। ବର୍ତ୍ତମାନ ଭାରତୀୟ ପୁରୁଷ ଫୁଟ୍ବଲ ଟିମ୍ର ରାଙ୍କ ଏସିଆରେ ୧୮ ସ୍ଥାନରେ ରହିଛି। ଜୁନ-ଜୁଲାଇରେ ଏସ୍ଏଏଫ୍ଏପ୍ ଚାମ୍ପିୟନସିପ୍ ସମେତ ଗତ କିଛି ଟୁର୍ଣ୍ଣାମେଣ୍ଟର ଭାରତୀୟ ଟିମ୍ ଉତ୍ତମ ପ୍ରଦର୍ଶନ କରିଥିବାରୁ ଏସିଆନ୍ ଗେମ୍ ଖେଳିବାକୁ ଅନୁମତି ଦିଆଯାଇଛି।
ଇଣ୍ଟରକଣ୍ଟିନେଣ୍ଟାଲ୍ କପ୍ ଏବଂ ଝଇୠୠ ଚାମ୍ପିଅନସିପରେ ଚମତ୍କାର ପ୍ରଦର୍ଶନ କରି ୯୨ ଟି ଆନ୍ତର୍ଜାତୀୟ ଗୋଲ୍ ନେଇଥିବା ସୁନୀଲ ଛେତ୍ରୀଙ୍କ ନେତୃତ୍ୱରେ ଭାରତ ଏକ ଦଳ ପଠାଇବାର ସମ୍ଭାବନା ରହିଛି।
ଏସିଆନ୍ ଗେମ୍ସରେ ଫୁଟବଲ୍ ହେଉଛି ୨୩ ବର୍ଷରୁ କମ୍ ବୟସ୍କଙ୍କ(ଟ-୨୩) ଖେଳ। ଯେଉଁଥିରେ ମାତ୍ର ୩ ଜଣଙ୍କୁ ଉକ୍ତ ବୟସରୁ ୨୩ ବର୍ଷରୁ ଅଧିକ ହୋଇଥିଲେ ବି ଖେଳିବାକ ମିଳିବ।

 

Related posts

ମେସିଙ୍କ ନୁଆ ରେକର୍ଡ

Odisha Sports Bureau

ଭାରତୀୟ ମହିଳା ଫୁଟବଲ୍ ଟିମର ଗୋଲ୍ଡେନ୍ ହାଟ୍ରିକ୍

Odisha Sports Bureau

ଫିଫା ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ଭାରତର ବିଜୟ

Odisha Sports Bureau